ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪  ପାଳନ

Published: Nov 1, 2024, 6:30 pm IST

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ ଘଟିକାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ   ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମାନନୀୟ ଜିଲ୍ଲାପାଳ, ଖୋରଧା ଚଞ୍ଚଳ ରାଣା ଥିବା ବେଳେ ମୁଖ୍ୟବକ୍ତା ଅନୁପମା ଜେମସ, ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଭୁବନେଶ୍ବର। ସମ୍ମାନିତ ଅତିଥ୍ ଭାବେ ଯଥାକ୍ରମେ ଆରକ୍ଷୀ ଅଧିକ୍ଷକ, ଖୋର୍ଦ୍ଧା, ସାଗରିକା ନାଥ / ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ), ଖୋରଧା ପ୍ରତାପ ଚନ୍ଦ୍ର ବେଉରା/ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଖୋରଧା,  ଜ୍ୟୋତିଶଙ୍କର ସାହୁ / ପ୍ରଧ୍ୟାପକ, ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ, ଖୋରଧା , ଶୁଭେନ୍ଦୁ ମହାନ୍ତି, ଉପ ଆରକ୍ଷୀ ଅଧିକ୍ଷକ, ଖୋରଧା, ବ୍ରଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଖ୍ୟବକ୍ତା ଅନୁପମା ଜେମସ ବକ୍ତବ୍ୟରେ କହିଲେ ଯେ ଆମର ଭବିଷ୍ୟତ ପାଇଁ ଏବଂ ଭବିଷ୍ୟତ ବଂଶଧର ପିଲାମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ନୀତିକୁ ନା କରିବା, ସମସ୍ତଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ପ୍ରଚେଷ୍ଟା ରଖିବା। ଜିଲ୍ଲାପାଳ, ଖୋର୍ଦ୍ଧା ବକ୍ତବ୍ୟରେ କହିଲେ, ଯେଉଁ ଜାଗାରେ ଆମେ ଅଛେ କିଛି ନା କିଛି ଉନ୍ନତିମୂଳକ କାର୍ଯ୍ୟ କରି ନିଜ ପାଇଁ ଉଦାହରଣ ସୃଷ୍ଟି କରିବା। ଅତିରିକ୍ତ ଜିଲ୍ଲାପାଳ କହିଲେ ୧୦ ପ୍ରତିଶତ ନିଶ୍ଚେ ଭଲ ଲୋକ ଅଛନ୍ତି, କିଏ କଲା ନ କଲା , ଆମେ ନିଜେ କିଛି କରିବା , ନିଜକୁ ଯାହା ଭଲ ଲାଗେ ନାହିଁ ଅନ୍ୟ ଠାରୁ ଆଶା କରିବା ଠିକ ନାହିଁ । ଆରକ୍ଷୀ ଅଧିକ୍ଷକ , ଖୋର୍ଦ୍ଧା ସାଗରିକା ନାଥ ବକ୍ତବ୍ୟରେ ତାଙ୍କ ପିଲାବେଳର ଉଦାହରଣ ଦେଇ କହିଲେ ପରିବାରରେ ସେ ଦୁର୍ନୀତି ସଚେତନତା ବିଷୟରେ ଜାଗ୍ରତ ହୋଇପାରିଥିଲେ।

ଏହି  ସପ୍ତାହ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ  ସ୍ତରରେ  ଅନୁଷ୍ଠିତ ହୋଇଥିବା ଓଡ଼ିଆ ଏବଂ ଇଂରାଜୀ ଭାଷାରେ ତର୍କ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା। ଶେଷରେ ଉପ ଆରକ୍ଷୀ ଅଧିକ୍ଷକ, ଚନ୍ଦ୍ରକଳା ଜେନା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ଖୋରଧା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା।

 

Related posts