Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ
ଆଜିର ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସପ୍ତାହ ଉଦ୍‌ଯାପିତ

November 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷକମାନେ ଦେଶ ଓ ଜାତିର ନିର୍ମାତା ହୋଇଥିବାରୁ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନରେ ସେମାନଙ୍କର ଭୂମିକା ସର୍ବଦା ଅଗ୍ରଗଣ୍ୟ ବୋଲି ମତପ୍ରକାଶ କରିଛନ୍ତି ବରିଷ୍ଠ ପୋଲିସ ପ୍ରଶାସକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରିୟଦର୍ଶୀ ସାଲିଆସାହିରୁ ସିଙ୍ଗାପୁର ପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ଦେଇ ସାମାଜିକ ସନ୍ତୁଳନ କିଭଳି ପରିଚୟକୁ ପରିବ୍ୟାପ୍ତ କରେ ତାହା ଦର୍ଶାଇଥିଲେ।

ସେ କହିଲେ ଯେ, ଉଚ୍ଚାରଣ ଓ ଆଚରଣରେ ସମତା ନ ରହିଲେ ଆମ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଦୁର୍ନୀତିର ଦୂରୀକରଣ ସମ୍ଭବ ନୁହେଁ। ବ୍ୟକ୍ତିଗତ ସ୍ୱାର୍ଥସାଧନ ସର୍ବଦା ଦୁର୍ନୀତିର ମୂଳ କାରଣ ହୋଇଥିବାରୁ ଛାତ୍ରଛାତ୍ରୀଗଣ ବ୍ୟକ୍ତିର ଊର୍ଦ୍ଧ୍ୱରେ ଦେଶ, ଜାତି, ଗୋଷ୍ଠୀ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଏଥିରେ ଅଧ୍ୟକ୍ଷତା କରି ବିକାଶଶୀଳ ପରିଚୟକୁ ବିକଶିତରେ ପରିବର୍ତ୍ତନ କରିବାକୁ ହେଲେ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ହୋଇ ଦୁର୍ନୀତିକୁ ଦୂରେଇବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ, ପ୍ର୍ରଫେସର ଲକ୍ଷ୍ମୀଧର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବର ପ୍ରାରମ୍ଭରେ ପ୍ରତିଷ୍ଠାନର ଡିନ୍ ପ୍ରେଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ ଡକ୍ଟର କଳିଙ୍ଗ କେତକୀ ଧନ୍ୟବାଦାର୍ପଣ କରିଥିଲେ।

ଏହି ଅବସରରେ ପ୍ରତିଷ୍ଠାନର ଛାତ୍ରବୃନ୍ଦ ସରସ୍ୱତୀ ବନ୍ଦନା ପରିବେଷଣ କରିଥିଲେ, ପ୍ରକାଶଥାଉକି ପ୍ରତିଷ୍ଠାନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିମୁକ୍ତ ପାଇଁ ଶପଥପାଠ, ଗଣଦୌଡ଼ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀବୃନ୍ଦ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମକୁ ଅନୁଭାଗ ଅଧିକାରୀ ଅଶୋକ କୁମାର ବଳିଆରସିଂ ସୟାୟତା କରିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦୁର୍ନୀତି ନିବାରଣ ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026
Latest News

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026

ବିଶ୍ୱ ରେକର୍ଡ କଲା ଟିମ୍ ଇଣ୍ଡିଆ: ଟି-୨୦ ବିଶ୍ୱକପ୍ ରେ କଲା ଏହି କୀର୍ତ୍ତିମାନ

February 8, 2026

କାର ଧକ୍କାରେ ଅଜା ମୃତ, ନାତି ଆହତ

February 8, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.