Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଖାଦ୍ୟ ନିଗମରେ ୧୦,୭୦୦ କୋଟିର ଇକ୍ୱିଟି ନିବେଶକୁ କ୍ୟାବିନେଟ୍ ଅନୁମୋଦନ
ଆଜିର ଖବର

ଭାରତୀୟ ଖାଦ୍ୟ ନିଗମରେ ୧୦,୭୦୦ କୋଟିର ଇକ୍ୱିଟି ନିବେଶକୁ କ୍ୟାବିନେଟ୍ ଅନୁମୋଦନ

November 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
‘‘କ୍ଷମତା ନିର୍ମାଣ ଏବଂ ମାନବ ସମ୍ବଳ ବିକାଶ’’ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ। ଏହି ରଣନୀତିକ ପଦକ୍ଷେପ କୃଷକମାନଙ୍କୁ ସମର୍ଥନ କରିବା ଏବଂ ଭାରତର କୃଷି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏଫସିଆଇ ୧୯୬୪ ମସିହାରେ ୧୦୦ କୋଟି ଟଙ୍କାର ଅଧିକୃତ ପୁଞ୍ଜି ଏବଂ ୪ କୋଟି ଟଙ୍କାର ଇକ୍ୱିଟି ସହିତ ଏହାର ଯାତ୍ରା ଆରମ୍ଭ କରିଥିଲା। ଏଫସିଆଇର ପରିଚାଳନାରେ ବହୁଗୁଣ ବୃଦ୍ଧି ହୋଇଥିଲା, ଫଳରେ ୨୦୨୪ ଫେବୃଆରୀରେ ଅନୁମୋଦିତ ପୁଞ୍ଜି ପରିମାଣ ୧୧,୦୦୦ କୋଟି ଟଙ୍କାରୁ ୨୧,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏଫସିଆଇର ଇକ୍ୱିଟି ୪,୪୯୬ କୋଟି ଟଙ୍କା ଥିଲା ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ୧୦,୧୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତ ସରକାର ଏଫସିଆଇ ପାଇଁ ୧୦,୭୦୦ କୋଟି ଟଙ୍କାର ଉଲ୍ଲେଖନୀୟ ପରିମାଣରେ ଇକ୍ୱିଟି ଅନୁମୋଦନ କରିଛନ୍ତି ଯାହା ଏହି ସଂସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବ ଏବଂ ଏହାର ରୂପାନ୍ତର ପାଇଁ ନିଆଯାଇଥିବା ପଦକ୍ଷେପକୁ ବ୍ୟାପକ ପ୍ରୋତ୍ସାହନ ଦେବ।

ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ରେ ଖାଦ୍ୟଶସ୍ୟ କ୍ରୟ, ରଣନୀତିକ ଖାଦ୍ୟଶସ୍ୟ ଷ୍ଟକ୍ ରକ୍ଷଣାବେକ୍ଷଣ, କଲ୍ୟାଣମୂଳକ ପଦକ୍ଷେପ ପାଇଁ ଖାଦ୍ୟଶସ୍ୟ ବଣ୍ଟନ ଏବଂ ବଜାରରେ ଖାଦ୍ୟଶସ୍ୟ ମୂଲ୍ୟ ସ୍ଥିରତା ଜରିଆରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଏଫସିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏଫସିଆଇର ପରିଚାଳନା ଦକ୍ଷତାକୁ ପ୍ରଭାବଶାଳୀ ଭାବରେ ପୂରଣ କରିବା ଦିଗରେ ଇକ୍ୱିଟି ନିବେଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପାଣ୍ଠି ଆବଶ୍ୟକତାର ବ୍ୟବଧାନକୁ ପୂରଣ କରିବା ପାଇଁ ଏଫସିଆଇ ସ୍ୱଳ୍ପକାଳୀନ ଋଣର ଆଶ୍ରୟ ନେଇଥାଏ। ଏହି ନିବେଶ ଦ୍ୱାରା ସୁଧ ବୋଝ ହ୍ରାସ ପାଇବାରେ ସହାୟତା ମିଳିବ ଏବଂ ଶେଷରେ ଭାରତ ସରକାରଙ୍କ ସବସିଡିକୁ ହ୍ରାସ କରିବ ।

ଏମଏସପି ଆଧାରିତ କ୍ରୟ ଏବଂ ଏଫସିଆଇର ପରିଚାଳନା ଦକ୍ଷତାରେ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଦ୍ୱୈତ ପ୍ରତିବଦ୍ଧତା କୃଷକମାନଙ୍କୁ ସଶକ୍ତ କରିବା, କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଏକ ସହଯୋଗୀ ପ୍ରୟାସକୁ ଦର୍ଶାଇଥାଏ।

ଏମଏସପି କ୍ୟାବିନେଟ୍ ଅନୁମୋଦନ ନରେନ୍ଦ୍ର ମୋଦୀ ଭାରତୀୟ ଖାଦ୍ୟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ ସିସିଇଏ
Share. Facebook Twitter LinkedIn Email WhatsApp Copy Link

Related Posts

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025

Maan Ki Baat 129: ଚଳିତ ବର୍ଷର ସଫଳତାର ହିସାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି

December 28, 2025

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା କଣ କ୍ଷତି ହୁଏ ଜାଣନ୍ତୁ?

December 28, 2025

ଧନ ଲାଭ ସହ ଭାଗ୍ୟର ପରିବର୍ତ୍ତନ ଚାହୁଁଛନ୍ତି କି?, ନୂଆବର୍ଷରେ କରନ୍ତୁ ଏହି ସବୁ ଉପାୟ

December 28, 2025
Latest News

ପିସିସି ପକ୍ଷରୁ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ, ସଭାପତି ଭକ୍ତ ଦାସ କହିଲେ

December 28, 2025

ଆସନ୍ତା ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପୁସ୍ତକ, ଶିଶୁ ମନ୍ଦିର ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ

December 28, 2025

ମା ଭଗବତୀ ବିକାଶ ପରିଷଦ ର ଷୋଡଶତମ ବାର୍ଷିକ ଉତ୍ସବ, ଯୋଗ ଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ 

December 28, 2025

ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

December 28, 2025

India’s Electronic Export: ଇଲେକ୍ଟ୍ରୋନିକ୍ସ ରପ୍ତାନୀରେ ଭାରତର ବଡ ସଫଳତା, ବିଶ୍ବରେ ତୃତୀୟ ସ୍ଥାନ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.