Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପୁରୀରେ ଆୟୋଜିତ ହେବ ସ୍ୱତନ୍ତ୍ର ଡିଏଲସି ଶିବିର
ଆଜିର ଖବର

ଆଜି ପୁରୀରେ ଆୟୋଜିତ ହେବ ସ୍ୱତନ୍ତ୍ର ଡିଏଲସି ଶିବିର

November 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

ଏହି କ୍ରମରେ ଗୁରୁବାର ଦିନ ରାଜଧାନୀ ଭୁବନେଶ୍ବରର ବାପୁଜୀ ନଗର, ନୟାପଲ୍ଲୀ, ଜନପଥ, ରାମ ମନ୍ଦିର, ଖଣ୍ଡଗିରି, ଭୌମନଗର ମୁଖ୍ୟ ଡାକ ଘର, ଝାରପଡ଼ା ଆଦି ସ୍ଥାନରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଶିବିର ଆୟୋଜନ କରାଯାଇଥିଲା। ପେନସନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍‌ ବରୋଦା, ଆଇପିପିବି, ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ପେନସନଭୋଗୀମାନଙ୍କୁ ଡିଏଲସି ପାଇଁ ସହାୟତା କରିଥିଲେ ଏବଂ ଫେସ୍‌ ଅଥେଟିକେସନ୍‌ ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ପୁରୀ ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଏହି ଶିବିର ବ୍ୟାଙ୍କ ବରୋଦା ସ୍ବର୍ଗଦ୍ବାର, ପୁରୀ ଶାଖା ଏବଂ ମୁଖ୍ୟ ଡାକ ଘର, କଚେରୀ ଛକ ପୁରୀ ଠାରେ ଆୟୋଜନ କରାଯିବ। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲ ଶିବିର ପରିଦର୍ଶନ କରି ଡିଜିଟାଲ ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବାରେ ପେନସନଭୋଗୀଙ୍କୁ ସହାୟତା ଯୋଗାଇ ଦେବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ।

ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା। ୨୦୧୪ରେ, ଡିଓପିପିଡବ୍ଲ୍ୟୁ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ (ଜୀବନ ପ୍ରମାଣ) ଏବଂ ୨୦୨୧ରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ଆରମ୍ଭ କରିଥିଲା। ଏହି ଅଗ୍ରଗତି ବାୟୋମେଟ୍ରିକ୍ ଡିଭାଇସର ଆବଶ୍ୟକତାକୁ ଦୂର କରିଥିଲା, ପ୍ରକ୍ରିୟାକୁ ଅଧିକ ସୁଗମ କରିଥିଲା।

୨୦୨୨ରେ ଡିଓପିପିଡବ୍ଲ୍ୟୁ ୩୭ଟି ସ୍ଥାନରେ ଏକ ଅଭିଯାନ ଆୟୋଜନ କରିଥିଲା ଯେଉଁଥିରେ ୧ କୋଟି ୪୦ ଲକ୍ଷ ଡିଏଲସି ଜରାଯାଇଥିଲା । ୨୦୨୩ ଅଭିଯାନ ୧୦୦ଟି ସ୍ଥାନକୁ ବିସ୍ତାରିତ ହୋଇଥିଲା ଏବଂ ୧ କୋଟି ୪୭ ଲକ୍ଷରୁ ଅଧିକ ଡିଏଲସି କରାଯାଇଥିଲା।

୨୦୨୪ ନଭେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଅଭିଯାନର ତୃତୀୟ ପର୍ଯ୍ୟାୟକୁ ଦେଶର ୮୦୦ଟି ସ୍ଥାନରେ ଆୟୋଜନ କରାଯାଉଛି। ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନଭୋଗୀ ସଂଘ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଦୂରସଂଚାର ବିଭାଗ ଏଥିରେ ପ୍ରମୁଖ ଅଂଶୀଦାର ରହିଛନ୍ତି। ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲରେ ସାହାଯ୍ୟ କରିବା ପାଇଁ ସହରରେ ଶିବିର ସ୍ଥାପନ କରାଯିବ। ଅତ୍ୟଧିକ ବୟସ୍କ କିମ୍ବା ଭିନ୍ନକ୍ଷମ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସମେତ ଅନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଡିଏଲସି ପୋର୍ଟାଲ ମାଧ୍ୟମରେ ଡିଓପିପିଡବ୍ଲ୍ୟୁ ଅଭିଯାନର ତଦାରଖ କରିବା ସହିତ ସୋସିଆଲ ମିଡିଆରେ ଏହାର ପ୍ରଚାରପ୍ରସାର କରାଯିବ।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଅଞ୍ଚଳରେ ରହୁଥିବା କିମ୍ବା ଚଲାବୁଲା କରିପାରୁନଥିବା ପେନସନଭୋଗୀମାନଙ୍କୁ ଏହି ବ୍ୟବସ୍ଥା ମାଧ୍ୟମରେ ପେନସନ ଯୋଗାଇ ଦେବା।

ଜୀବନ ପ୍ରମାଣପତ୍ର ପେନସନଭୋଗୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026
Latest News

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026

ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ

February 8, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୁଇଟି ପୁସ୍ତକକୁ ଲୋକାର୍ପଣ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

February 8, 2026

ସରକାରୀ ଉଦ୍ୟୋଗ ବିଭାଗର କମିଶନର-ତଥା-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ସାଦିକ ଆଲାମ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.