Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

November 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁରଟ/ଗୁଜୁରାଟ: ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି କରିବା ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ। ଭାରତୀୟତା ମୂଲ୍ୟବୋଧ ଉପରେ ଆଧାରିତ ରାଷ୍ଟ୍ରୀୟ ଶିକ୍ଷା ନୀତି ; ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ବୋଲି ସୋମବାର ଗୁଜୁରାଟର ସୁରଟରେ ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଯେ ଜୈନ ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ହେଉଛି ଅନୁଭୂତିମୂଳକ ଶିକ୍ଷାର ଏକ ବୃହତ ପ୍ରୟୋଗଶାଳା। ବିଶ୍ୱବିଦ୍ୟାଳୟ ସମାବର୍ତ୍ତନର ପରମ୍ପରା ଏହାର ଏକ ଜୀବନ୍ତ ଉଦାହରଣ। ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ବଟ୍ଟବୃକ୍ଷ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଏହି ଅନୁଷ୍ଠାନରେ ପ୍ରାକୃତ ଭାଷା ଉପରେ ଏକ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଆମର ଦାୟିତ୍ୱ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୈନ ଧର୍ମର ମୂଲ୍ୟବୋଧ ଓ ଜୀବନ ଦର୍ଶନ ଆଜି ଏକ ବୈଶ୍ୱିକ ଆବଶ୍ୟକତା। ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା ପାଇଁ ପ୍ରଚେଷ୍ଟା କରୁଥିବା ଏକ ସମ୍ମାନସ୍ପଦ ଶିକ୍ଷାନୁଷ୍ଠାନ। ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନେଇ ଯେଉଁ ସବୁ ଲକ୍ଷ୍ୟ ରଖାଯାଇଛି, ସେ ସବୁକୁ ନିଶ୍ଚୟ ପୂରଣ କରାଯିବ। ତେବେ ପପିବର୍ତ୍ତିତ ଟେକ୍ଲୋଲୋଜି ଯୁଗରେ ଏକ ବଡ ଆହ୍ୱାନ ରହିଛି। ଆହ୍ୱାନଟି ହେଉଛି, ଆଗାମୀ ଦିନରେ ‘ବିଜ୍ଞାନ ମଣିଷକୁ ଚଳାଇବ ନା ମଣିଷ ବିଜ୍ଞାନର ନିୟନ୍ତ୍ରକ ହେବ? ତେବେ ମୂଲ୍ୟବୋଧ, ସଂସ୍କାର ଓ ଉତ୍ତମ ବ୍ୟକ୍ତିତ୍ୱ ଦ୍ୱାରା ହିଁ ଏହି ଦ୍ୱନ୍ଦକୁ ଦୂର କରାଯାଇପାରିବ। ତେଣୁ ଏହି ଆଧାରରେ ଉକ୍ତ ଆହ୍ୱାନର ସମାଧାନ ଦିଗରେ ଆଗଭର ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ଜୈନ ବିଶ୍ୱଭାରତୀ ଅନୁଷ୍ଠାନ ଜ୍ଞାନର ବଡ ପୁଞ୍ଜି ହେଇ ମାନବତାକୁ ଏକ ନୂଆ ଜୀବନ ପ୍ରଦାନ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।

ଜୈନ ବିଶ୍ୱ ଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ପ୍ରଧାନ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ସମାରୋହ ସୁରଟ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.