Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିମାପଡା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ: ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ
ଆଜିର ଖବର

ନିମାପଡା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ: ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

November 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା କୁପୋଷଣ ମୁକ୍ତ ରାଜ୍ୟ ଭାବେ ବର୍ତମାନର ବିଜେପି ସରକାର ଘୋଷଣା କରିବା ନେଇ ରାଜ୍ୟରେ କାର୍ଯ୍ୟ କରୁଅଛି। ବିଶେଷ କରି ଏ ନେଇ ସ୍ୱତନ୍ତ୍ର ସର୍ଭେ କରାଯାଇଥିବା ବେଳେ ଭିଭିନ୍ନ ସ୍ଥରର କାର୍ଯ୍ୟ ଜାରି ରହିଥିବା ବେଳେ ଖୁବ ଶୀଘ୍ର ସୁଫଳ ମିଳିବାର ଆଶା ରହିଅଛି।

ସେହିପରି ସୁଭଦ୍ରା ଯୋଜନାରେ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଖାରଜ ନେଇ ବିଭିନ୍ନ ବ୍ଲକକୁ ପଠାଯାଇଥିବା ବେଳେ ପ୍ରାୟ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ଓ ଆଧାର ସହ ସଂଯୋଗିକରଣ ସମସ୍ୟା ଥିବା ଜଣାପଡିଛି।

ତେବେ ଆଗାମୀ ୨୪ ତାରିଖରେ ଆଗାମୀ କିସ୍ତି ପ୍ରଦାନ ହେବାକୁ ଥିବା ବେଳେ ସେଥିରେ ଯେଉଁ ହିତାଧିକାରୀ ନ ପାଇଥିବେ ସେମାନଙ୍କର ପରବର୍ତ୍ତୀ ସମୟରେ ପ୍ରଦାନ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ।

ଆଜି ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମିଶନ ଶକ୍ତି କାଫେ ଉଦ୍ଘାଟିତ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ନିମାପଡାରେ ଏହି କାଫେକୁ ଉଦ୍ଘାଟନ ସହ ମିଶନ ଶକ୍ତି କାଫେ ଗୃହ ବୁଲି ଦେଖିବା ପରେ ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ସୁଶମ ଖାଦ୍ୟ ସହିତ ପ୍ରତ୍ୟେକ ଦିନ ଉଷୁମ ଦୁଗ୍ଧ ଓ ପାଣି ଯୋଗାଇଦିଆଯିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି।

ପରେ ସେ ନିମାପଡ଼ା ପଞ୍ଚାୟତ ସମିତି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ଆୟୋଜିତ ସମ୍ମିଳନୀରେ ସମୁଦାୟ ୪୧ ଜଣଙ୍କୁ ସେ ଭତ୍ତା ବଣ୍ଟନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବିଧବା ଭତ୍ତା, ୩୩ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଇଛି।

ନିମାପଡ଼ା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ, ଏନ୍ ଏ ସି ଅଧ୍ୟକ୍ଷା ସସ୍ମିତା ସାହୁ, ସାଂସଦ ପ୍ରତିନିଧି ମିନାଲତା ମହାନ୍ତି,ଉପାଧ୍ୟକ୍ଷ ସନ୍ତୋଷ ଦାଶ ସମେତ ମିଶନ ଶକ୍ତିର ସମସ୍ତ ମା ମାନେ ଉପସ୍ଥିତ ରହିଥିବା ଜଣାପଡିଛି।

Mission cafe Nimapada Pravati Parida Puri ମାପଡା ମିଶନ ଶକ୍ତି କାଫେ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.