Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ
ଆଜିର ଖବର

ବିଶ୍ବ ମତ୍ସ୍ୟ ଦିବସ-୨୦୨୪ ପାଳନ ଅବସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ “ବିଶ୍ଵ ମତ୍ସ୍ୟ ଦିବସ-୨୦୨୪” ପାଳନ ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ଶ୍ରୀମତୀ ଲିସା ବେହେରା ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଜଳ ସମ୍ପଦର ସୁରକ୍ଷା, ମତ୍ସ୍ୟ ଚାଷୀଙ୍କ ଆୟବୃଦ୍ଧି ଏବଂ ମତ୍ସ୍ୟ ଉତ୍ପାଦନ ସମ୍ପର୍କରେ ଉପସ୍ଥିତ ଚାଷୀ ଓ ଅନ୍ୟ ସଂପୃକ୍ତ ଅନୁଷ୍ଠାନ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାରେ ଛୋଟବଡ ଜଳାଶୟ ଥିବା ଯୋଗୁଁ ମାଛଚାଷ କରିବା ପାଇଁ ବହୁ ଉପଯୋଗୀ ରହିଛି। ମାଛ ଏକ ଅର୍ଥକାରୀ ତଥା ଲାଭଜନକ ଚାଷ ହୋଇଥିବା ଯୋଗୁଁ ସରକାର ଏଦିଗରେ ବିଭିନ୍ନ ସୁବିଧା ଓ ସହାୟତା ଦେଇ ଆସୁଛନ୍ତି। ଏଥିପାଇଁ ଗଜପତି ଜିଲ୍ଲାର ମାଛଚାଷୀ ମାନେ ଅଧିକରୁ ଅଧିକ ମାଛ ଚାଷ କରିବା ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ନିଜେ ମାଛଚାଷ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଆଦର୍ଶ ହୋଇ ମାଛ ଚାଷର ଅଭିବୃଦ୍ଧି ଦିଗରେ ବିଶେଷ ସହାୟକ ହେବାକୁ ପ୍ରୋତ୍ସାହିତ କରିଥିଲେ। ମାଛ ଚାଷୀ ସେମାନଙ୍କ ଚାଷ ସମ୍ପର୍କିତ ସମସ୍ୟା ଜାଣିବା ପାଇଁ ହେଲ୍ପ ନମ୍ବର ୧୫୫୧ କୁ ଯୋଗାଯୋଗ କରି ଆବଶ୍ୟକ ଏବଂ ଅଧିକ ତଥ୍ୟ ଜାଣିବା ସହାୟତା ନେଇପାରିବେ।

ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କଲେ ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼ାଃ ତୁଷାର ରଞ୍ଜନ ସାହୁ-ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି, ରାମ ପ୍ରାସାଦ ପାତ୍ର-ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସୁରେଶ କୁମାର ପଟ୍ଟନାୟକ -ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜଳ ବିଭାଜିକା, ସୁଶାନ୍ତ ରଞ୍ଜନ ଦାସ ଉପ ନିର୍ଦ୍ଦେଶକ- ଜିଲ୍ଲା ଉଦ୍ୟାନ ବିଭାଗ, ମହେଶ୍ବର ମଣ୍ଡଳ-ଲିଡ ବ୍ୟାଙ୍କ ପରିଚାଳକ ଗଜପତି ଓ ଏସୋସିଏଟ ପ୍ରଫେସର ତଥା ଡିନ ଡ଼ଃ ସମ୍ବିତ ସ୍ୱାଇଁ-ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ଜିଲ୍ଲାର ତିନି ଜଣ ସଫଳ ମାଛ ଚାଷୀ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପୁରସ୍କାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ପତି , ସହକାରୀ ମତ୍ସ୍ୟ ଅଧିକାରୀ ରାୟଗଡ଼ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଗଜପତି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ଯାଞ୍ଚ

August 30, 2026

ନେପାଳ ବନ୍ୟା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ

August 30, 2026

ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

August 30, 2026
Latest News

ଫୋନ୍‌ରେ ସବୁ ସେଭ୍‌, ମସ୍ତିଷ୍କରୁ ସବୁ ଡିଲିଟ୍‌!

August 30, 2026

ସ୍କିନ୍‌କେୟାରରେ କାହିଁକି ଆଲୋଭେରାର ଏତେ ଚାହିଦା? ଜାଣନ୍ତୁ କାରଣ

August 30, 2026

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ସମୀକ୍ଷା କଲା ରାଜ୍ୟ ବୈଷୟିକ ଟାସ୍କଫୋର୍ସ

August 30, 2026

ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ୟାପକ ଯାଞ୍ଚ

August 30, 2026

ନେପାଳ ବନ୍ୟା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସ ସାଂସଦ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.