Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ
ଆଜିର ଖବର

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ

November 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅରବିନ୍ଦ ଢ଼ାଲି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ, ସାହିତ୍ୟିକ ତଥା ଗବେଷକ ଡ଼ଃ ଅଲେଖ ଚନ୍ଦ୍ର ପଢିଆରୀ ଯୋଗ ଦେଇ ସଭାକୁ ସମ୍ବୋଧନ କରିଥିଲେ।

ଶହୀଦ ଲକ୍ଷ୍ମଣ ନାଏକ ଆମ ଦେଶ ତଥା ଜାତିର ଗର୍ବ ଓ ଗୌରବ। ତାଙ୍କର ମହାନ ଦେଶଭକ୍ତି, ଦେଶ ସେବା ଓ ଜନସେବା ପାଇଁ ସେ ସର୍ବଦା ଅମର ହୋଇ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ମନ୍ତ୍ରୀ ଶ୍ରୀ ଗଣ୍ଡ। ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମ, ବୀରତ୍ବ ଓ ନେତୃତ୍ବ ଥିଲା ଅତି ବଳିଷ୍ଠ। ଜନଜାତି ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ଭାବରେ ସେ ଅବିସ୍ମରଣୀୟ ହୋଇ ରହିବେ ବୋଲି କହିବା ସହ ଆଦିବାସୀ ଭାଇଭଉଣୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଦ୍ବାରା ଶହୀଦ ଲକ୍ଷ୍ମଣ ନାଏକଙ୍କ ସମ୍ପର୍କରେ ଜାଣିବାକୁ ସୁଯୋଗ ମିଳିଥାଏ କହିବା ସହ ତାଙ୍କ ଆଦର୍ଶ ଓ ନୀତିକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସେହପରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଲକ୍ଷ୍ମଣ ନାଏକଙ୍କ ନିର୍ଭୀକତା, ତ୍ୟାଗ ଓ ଜାତିପ୍ରୀତିର ପଟାନ୍ତର ନାହିଁ ବୋଲି କହିବା ସହ ତାଙ୍କ ତ୍ୟାଗ ଓ ପ୍ରେରଣାକୁ ଜୀବନରେ ଆଦର୍ଶ ଭାବରେ ଗ୍ରହଣ କରିବାକୁ ଆହ୍ବାନ କରିଥିଲେ । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି ଯୋଗ ଦେଇ ଲକ୍ଷ୍ମଣ ନାଏକଙ୍କୁ ଯୋଗଜନ୍ମା ପୁରୁଷ କହିଥିବା ବେଳେ ଏ ଜାତି ତାଙ୍କୁ କେବେ ଭୁଲି ପାରିବେ ନାହିଁ ବୋଲି ମତପ୍ରକାଶ କରିଛନ୍ତି । ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡ଼ଃ ଅଲେଖ ଚନ୍ଦ୍ର ପଢିଆରୀ ଲକ୍ଷ୍ମଣ ନାଏକଙ୍କ ବିସ୍ତୃତ ଜୀବନୀ, ସଂଗ୍ରାମ, ଜାତିପ୍ରୀତି, ଦେଶପ୍ରୀତି ଓ ଅବଦାନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷେ ସକାଳେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି। ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ର ନାଥ ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସନ୍ଧ୍ୟା କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ସୁରେନ୍ଦ୍ର ନାଥ ପରିଡ଼ା ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଶବରୀ ସାଂସ୍କୃତିକ ସଂସଦର ପ୍ରତିଷ୍ଠାତା ସଦସ୍ୟ ଇଂ ଗୋଦବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଜୟଦେବ ଭବନ ଜୟନ୍ତୀ ସମାରୋହ ଶହୀଦ ଲକ୍ଷ୍ମଣ ନାଏକ ସୂଚନା ଓ ଲୋକସମ୍ପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026

ଚର୍ମ ତତ୍ୱାବଧାନକୁ ନେଇ ସୋଆ ଏସପିଏସ ପକ୍ଷରୁ ଆର୍ନ୍ତଜାତିକ ସମ୍ମିଳନୀ ଆୟୋଜିତ

January 22, 2026
Latest News

ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା, ‘ପାତିରା ମାଞ୍ଝି’ ସହ ୧୫ ନକ୍ସଲ ନିହତ: ଅମିତ ଶାହ

January 23, 2026

ବିଶ୍ୱ ଆର୍ଥିକ ମଞ୍ଚରେ ଭାରତକୁ ନେଇ ବିଶ୍ୱର ଆତ୍ମବିଶ୍ୱାସ ସମ୍ପର୍କରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ

January 23, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା: ଦର୍ଶକଙ୍କ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

January 23, 2026

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026

ଆଜି ଜାନୁୟାରୀ ୨୩ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.