ଆଜି ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Published: Nov 26, 2024, 9:19 am IST

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ୫ଟାରେ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗଦେବେ। ସେ ଭାରତୀୟ ନ୍ୟାୟପାଳିକାର ବାର୍ଷିକ ରିପୋର୍ଟ (୨୦୨୩-୨୪) ଉନ୍ମୋଚନ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ସମ୍ବୋଧିତ କରିବେ।

ସୁପ୍ରିମକୋର୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିବେ।

Related posts