Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଜଙ୍ଗ ବ୍ଲକ ମୁଖ୍ୟାଳୟ ଏବେ ଆବର୍ଜ୍ଜନାମୟ, ସ୍ୱଚ୍ଛ ଭାରତ ଅଭିଯାନକୁ ଉପହାସ
ଆଜିର ଖବର

କୁଜଙ୍ଗ ବ୍ଲକ ମୁଖ୍ୟାଳୟ ଏବେ ଆବର୍ଜ୍ଜନାମୟ, ସ୍ୱଚ୍ଛ ଭାରତ ଅଭିଯାନକୁ ଉପହାସ

November 29, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସ୍ବଚ୍ଛତା ଆଣିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରୀଆରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ପୂଳା ପୁଳା ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ କୁଜଙ୍ଗ ବ୍ଲକ ମୁଖ୍ୟାଳୟ ରେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି।ସ୍ୱଚ୍ଛ ଭାରତ ମିଶନକୁ ତ୍ଵରାନିତ କରିବା ପାଇଁ ବିଭିନ୍ନ ପଞ୍ଚାୟତ ଓ ମୁଖ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଲୋକ ମାନଙ୍କୁ ବାର୍ତ୍ତା ଦିଆ ଯାଇଛି। ଏଥିପାଇଁ ପ୍ରତି ଆର୍ଥିକ ବର୍ଷରେ ସ୍ବତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଉଛି।କିନ୍ତୁ କୁଜଙ୍ଗ ବ୍ଲକ ମୁଖ୍ୟାଳୟର ବ୍ଲକ ପଡିଆ, ତାଳଦଣ୍ଡା କେନାଲ ଭଳି ଗୁରୁତ୍ବପୁର୍ଣ ଅଞ୍ଚଳ ଏବେ ଆବର୍ଜ୍ଜନାମୟ ହୋଇପଡିଛି। ଯୁଆଡେ ଦେଖିବେ ଗଦା ଗଦା ଅଳିଆ ଆବର୍ଜ୍ଜନା ପଡ଼ି ରହିଛି।

ପ୍ରଶାସନ ଏହି ଆର୍ବଜନକୁ ସଫେଇ କରିବାର ନାଁ ଗନ୍ଦ ଧରୁନାହିଁ। ଯେମିତି ସ୍ୱଚ୍ଛ ଭାରତ ଅଭିଯାନ ମିଶନ କୁ କୁଜଙ୍ଗ ବ୍ଲକ ରେ ଉପହାସ ରେ ପରିଣତ ହୋଇଛି।ସୂଚନା ମୁତାବକ, କୁଜଙ୍ଗ ର ଏକ ମାତ୍ର ପଡିଆ ବ୍ଲକ ପଡିଆ ସାଂସ୍କୃତିକ ସମାବେଶ , ଦଳୀୟ କାର୍ଯ୍ୟକ୍ରମ ସମେତ ସରକାରୀ କାର୍ଯକ୍ରମ ଏଠାରେ ଅନୁଷ୍ଠିତ ହୁଏ। ଅନ୍ୟପଟେ ଜନସାଧାରଣଙ୍କ ପାଇଁ ମୁକ୍ତାକାଶ ବ୍ୟାୟାମ ନିମନ୍ତେ ପ୍ରଶାସନ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ ବରାଦ କରାଯାଇ ପଡିଆର ଚତୁର୍ପାର୍ଶ୍ଵ କୁ ଫେଭର୍ ଇଟା ରେ ଉନ୍ନତି କରଣ କରାଯାଇଛି। ସେହିପରି ବ୍ଲକ ମୁଖ୍ୟାଳୟ କୁ ଦୂରଦୂରାନ୍ତରୁ ଆସିଥିବା ଲୋକ ମାନଙ୍କ ବସିବା ନିମନ୍ତେ କଂକ୍ରିଟ ଚୌକି ମଧ୍ୟ ପଡିରହିଛି। ଦୁଃଖ ଓ ପରିତାପ ର ବିଷୟ ବ୍ୟବସାୟୀ ମାନେ ଆଳିଆ ଆବର୍ଜନା ପକାଇ ସମଗ୍ର ପଡିଆ କୁ ଆବର୍ଜନାମୟ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଉକ୍ତ ପଡିଆ ରେ ସଂସ୍କୃତି ମଣ୍ଡପ ନିର୍ମାଣ ହୋଇଥିବାରୁ ସାଧାରଣ ରେ ଏହି ପଡିଆ କୁ ସଂସ୍କୃତି ପଡିଆ ବୋଲି କୁହନ୍ତି।

ଉକ୍ତ ପଡିଆ ଟି ବ୍ଲକ , ତହସିଲ କାର୍ଯ୍ୟାଳୟ ଓ କୋର୍ଟ କୁ ଲାଗିକି ରହୁଥିବାରୁ ପ୍ରତିଦିନ ଜିଲ୍ଲା ବାହାର ଓ ଜିଲ୍ଲାର ଶତାଧିକ ଲୋକ ଏଠାରେ ରୁଣ୍ଡ ହୁଅନ୍ତି। ମାତ୍ର ବ୍ଲକ ପଡିଆ ଆବର୍ଜନା କୁଣ୍ଡରେ ପରିଣତ ହୋଇ ଥିବାରୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁ ଏଠାରେ ବସିବେ କଣ ନାକ ଟେକି ଚାଲି ଯାଉଛନ୍ତି। ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପକ୍ଷରୁ ବହୁବାର ଅର୍ଥ ଖର୍ଚ୍ଚ କରି ସଫା କରୁଥିଲେବି ଅମାନିଆ ବ୍ୟବସାୟୀ ମାନେ ଆଇନ କାନୁନ କୁ ଆଖି ବୁଜି ପ୍ରତିଦିନ ଆଳିଆ ଆବର୍ଜନା ଦିବାଲୋକ ରେ ପକାଉଥିଲେବି ପ୍ରଶାସନ ର ନିରବତା ସୁହାଇ ଚାଲିଛି।

ଅନ୍ୟପକ୍ଷରେ ମଦ୍ୟପ ମାନେ ମଦ ଆଣି ସଂସ୍କୃତି ମଣ୍ଡପ ଓ ପଡ଼ିଥିବା କଂକ୍ରିଟ ଚୌକି ରେ ବସି ମଦ୍ୟପାନ କରି ପ୍ଲାଷ୍ଟିକ ଗ୍ଲାସ ଓ ପଲିଥିନ ପକାଉଛନ୍ତି। ଯାହାଫଳରେ ବ୍ଲକ ପଡିଆ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ରାଜସ୍ବ ପ୍ରଶାସନ ତରଫରୁ କେହି ଏଠାରେ ଆବର୍ଜନା ନପକାଇବା ପାଇଁ ଓ ଆଇନ ଅନୁଯାୟୀ ଦଣ୍ଡିତ ହେବା ବିଷୟରେ ଲେଖା ଥାଇ ନାମକୁ ମାତ୍ର ଏକ ସୂଚନା ଫଳକ ଲଗାଇ ଦାୟିତ୍ଵ ଶେଷ କରାଯାଇଛି।

ସେହିପରି କୁଜଙ୍ଗ ସ୍ଥିତ ତାଳଦଣ୍ଡା କେନାଲକୁ କିଛି ଅମାନିଆ ବ୍ୟବସାୟୀ ମାନେ ନର୍ଦ୍ଦମା କୁଣ୍ଡରେ ପରିଣତ କରି ସାରିଲେଣି। ଏନେଇ ଜଳ ସମ୍ପଦ ବିଭାଗ କିମ୍ବା ବ୍ଲକ ପ୍ରଶାସନ ର ନିଘା ନାହିଁ। ଏହି ତାଳଦଣ୍ଡା କେନାଲ ଜଳ ଉପରେ ପାରାଦ୍ଵୀପ ଶିଳ୍ପାୟନ ରେ ରହୁଥିବା ଲକ୍ଷାଧିକ ଲୋକ ମାନେ ନିର୍ଭଳଶିଳ ରହିଥାନ୍ତି।

ତେବେ ଏହି କେନାଲ ନର୍ଦ୍ଦମା କୁଣ୍ଡ ହୋଇଥିବାରୁ ପାଣି ଏବେ ଅନୁପଯୋଗୀ ହୋଇପଡିଛି।ତେବେ ଜଳ ସମ୍ପଦ ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି। ଏସଂପର୍କରେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ବାରମ୍ବାର ସଫା କରାଯାଇଥିଲେ ମଧ୍ୟ ବ୍ୟବସାୟୀ ଓ ସାଧାରଣ ଲୋକ ଆବର୍ଜନା ପକାଉଛନ୍ତି। ତେଣୁ ଖୁବ୍ ଶୀଘ୍ର ପୁନର୍ବାର ସଫା କରାଯିବ ବୋଲି ପ୍ରକାଶ କରିଛନ୍ତି।

କୁଜଙ୍ଗ ବ୍ଲକ ସ୍ୱଚ୍ଛ ଭାରତ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.