Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ମଝିରେ ଭାସୁଛନ୍ତି ରଘୁନାଥ ସାହୁ !!! ନା ଏ କୂଳର ହୋଇ ପାରୁଛନ୍ତି ନା ସେ କୂଳର
ଆଜିର ଖବର

ଚିଲିକା ମଝିରେ ଭାସୁଛନ୍ତି ରଘୁନାଥ ସାହୁ !!! ନା ଏ କୂଳର ହୋଇ ପାରୁଛନ୍ତି ନା ସେ କୂଳର

December 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକା ମଝିରେ ଭାସୁଛନ୍ତି ରଘୁନାଥ ସାହୁ !!! ନା ଏ କୂଳର ହୋଇ ପାରୁଛନ୍ତି ନା ସେ କୂଳର

ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି।

ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ  ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ।

‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ କର୍ମୀ ତାଙ୍କୁ ଦେଇସାରିଛନ୍ତି। ଚଳିତ ନିର୍ବାଚନରେ ରଘୁନାଥ ବିଜୟ ଲାଭ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ସୁଦ୍ଧା ବିଜେପିର ମଜଭୁତ ସଂଗଠନ ଆଗରେ ଫେଲ ମାରିଥିଲେ। ପୃଥ୍ୱୀରାଜ ହରିଚନ୍ଦନଙ୍କ ବଳିଷ୍ଠ ନେତୃତ୍ୱ ଏବଂ ସାଙ୍ଗଠନିକ ଗୋଟି ଚାଳନା ଆଗରେ ରଘୁନାଥଙ୍କ ସମସ୍ତ ରଣନୀତି ଫେଲ ମାରିଛି। ଚିଲିକାରେ ବର୍ତ୍ତମାନ ବିଜେଡି ନେତୃତ୍ୱବିହୀନ ଥିବାବେଳେ କର୍ମୀମାନେ ନୁଆ ନେତାଙ୍କୁ ଖୋଜୁଥିବାର ଦେଖିବାକୁ ମିଳିଛି।

କହିବାକୁ ଗଲେ ବିଜେଡି କର୍ମୀ ମାନେ ରଘୁନାଥ ସାହୁଙ୍କ ନେତୃତ୍ୱକୁ ଗ୍ରହଣ କରିପାରୁ ନ ଥିବା ବେଳେ ଯଦି ଆଗାମୀ ଦିନରେ ଦଳ ଏଠାରେ ନୁଆ ନେତୃତ୍ୱକୁ ଦାୟିତ୍ୱ ନ ଦିଅନ୍ତି ତେବେ ଆଗାମୀ ସମୟରେ ଚିଲିକାରେ ବିଜେଡି ସଂଗଠନରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଅନ୍ୟପକ୍ଷରେ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସମସ୍ତ ଆଗଧାଡିର ବିଜେଡି କର୍ମୀମାନେ ଅସନ୍ତୋଷ ଝାଡୁଥିବା ବେଳେ ତାହା ଆଗାମୀ ଦିନରେ ବିସ୍ଫୋରଣର ରୂପ ନେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଚିଲିକା ଚିଲିକା ନିର୍ବାଚନ ମଣ୍ଡଳି ବାଣପୁର ରଘୁନାଥ ସାହୁ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.