Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ଏନଏସି ଉପରେ ଅସନ୍ତୋଷ ବ୍ୟକ୍ତକଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଳସେଚନ ବିଭାଗ
ଆଜିର ଖବର

ବାଣପୁର ଏନଏସି ଉପରେ ଅସନ୍ତୋଷ ବ୍ୟକ୍ତକଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଳସେଚନ ବିଭାଗ

December 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ଝାଡ଼ିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଖୋର୍ଦ୍ଧା ଜଳସେଚନ ବିଭାଗ। ବର୍ଜ୍ୟବସ୍ତୁ/ପୁରୁଣା ବର୍ଜ୍ୟବସ୍ତୁ କୁ ମାଇକ୍ରୋ କମ୍ପୋଷ୍ଟ ୟୁନିଟ ଏବଂ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ପ୍ଲାଣ୍ଟ ରେ ପକାଇବା ପରିବର୍ତ୍ତେ ଗାଲୁଆ ଛକ ଏବଂ ସତସଙ୍ଗ ବିହାର କେନାଲ ରୋଡରେ ଗଦାଇବା ଏବଂ ଜାଳିବା ଅଭିଯୋଗରେ ତଦନ୍ତ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ଉକ୍ତ ବୋର୍ଡର ଅଧିକାରୀ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ଯାହାଫଳରେ ଗତକାଲି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ପତ୍ର ସଂଖ୍ୟା ୩୮୦୯ ଜରିଆରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ରିପୋର୍ଟ ପ୍ରଦାନ କରିବା ସହ ତୁରନ୍ତ ଉକ୍ତ ସ୍ଥାନଗୁଡ଼ିକରୁ ବର୍ଜ୍ୟବସ୍ତୁକୁ ମାଇକ୍ରୋ କମ୍ପୋଷ୍ଟ ୟୁନିଟ(ଏମସିସି)ଏବଂ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି(ଏମଆରଏଫ)ପ୍ଲାଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଛି।

ସୂଚନା ମୁତାବକ ଗତ ଅକ୍ଟୋବର ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ବାଣପୁର ଏନଏସି କାର୍ଯ୍ୟାଳୟ ନିକଟରେ ଥିବା ଗାଲୁଆ ଛକ କେନାଲ ରୋଡ ପାର୍ଶ୍ଵରେ ବର୍ଜ୍ୟବସ୍ତୁ/ପୁରୁଣା ବର୍ଜ୍ୟବସ୍ତୁ ନିରନ୍ତର ଜଳିଥିଲା, ଯାହାଫଳରେ ପ୍ରଚୁର ଧୂଆଁ ଦ୍ୱାରା ପରିବେଶ ବହୁମାତ୍ରାରେ ପ୍ରଦୂଷିତ ହେବା ସହ ଯାତ୍ରୀ ଏବଂ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ହାନି ହେବା ନେଇ ସ୍ଥାନୀୟ ଆଇନଜୀବୀ ସୀତାରାମ ଅଗ୍ରୱାଲ ଜାତୀୟ ଗ୍ରୀନ ଟ୍ରିବୁନାଲ, ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଏକାଧିକ ବିଭାଗକୁ ଉକ୍ତ ଘଟଣାର ଫୋଟୋ/ଭିଡିଓ ପ୍ରମାଣ ସହ ଅଭିଯୋଗ କରିଥିଲେ। ଜାତୀୟ ଗ୍ରୀନ ଟ୍ରିବୁନାଲର ଖୋଲାଖୋଲି ଉଲଂଘନ ହୋଇଥିବାର ଅଭିଯୋଗ ହୋଇଥିଲା। କାରଣ ବର୍ଜ୍ୟବସ୍ତୁ/ପୁରୁଣା ବର୍ଜ୍ୟବସ୍ତୁକୁ ଠୁଳକରିବା ଅବା ଜାଳିବା ସମ୍ପୂର୍ଣ୍ଣ ବେଆଇନ। ତାହାକୁ ଏମସିସି ଏବଂ ଏମଆରଏଫ ପ୍ଲାଣ୍ଟରେ ପକାଇବା ନିୟମ ରହିଛି। କିନ୍ତୁ ବାଣପୁର ଏନଏସିର ବିଭିନ୍ନ ସ୍ଥାନରେ ଏହାର ଖୋଲାଖୋଲି ଉଲଂଘନ ହେଉଛି।

ଅଭିଯୋଗକୁ ଭିତ୍ତିକରି ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ପରିବେଶ ବିଜ୍ଞାନୀ ସ୍ମୃତି ରଞ୍ଜନ ପ୍ରଧାନ ଏନଏସି ର ଏକାଧିକ ସ୍ଥାନ ଗସ୍ତକରି ଘଟଣାଟି ସତ୍ୟ ଥିବା ଜାଣିବାକୁ ପାଇଥିଲେ। ଏନଏସିର ବିଭିନ୍ନ ସ୍ଥାନରେ ବର୍ଜ୍ୟବସ୍ତୁ ପୋଡ଼ାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଦ୍ୟାବଧି ଦୀର୍ଘ ଦିନରୁ ଠୁଳ ହୋଇ ପଡ଼ିରହିଛି। ୫୦୦ ମିଟର ପରିଧି ମଧ୍ୟରେ ଶିକ୍ଷାନୁଷ୍ଠାନ, ମେଡିକାଲ, ରୋଡ ଏବଂ ଏନଏସି କାର୍ଯ୍ୟାଳୟ ଥିବାରୁ ଉକ୍ତ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଛି।

ଉକ୍ତ ସ୍ଥାନଗୁଡିକରୁ ତୁରନ୍ତ ବର୍ଜ୍ୟବସ୍ତୁ ହଟାଇବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟେ ତାହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ତତସହିତ ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ଠାରୁ ଏନଏସି ଅଧୀନରେ ଥିବା ଏମସିସି ଏବଂ ଏମଆରଏଫ ପ୍ଲାଣ୍ଟର ସମ୍ପୂର୍ଣ୍ଣ ବିବରଣୀ ମାଗିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ସୂଚନା ଥାଉକି ବାଣପୁର ଏନଏସି ଜଳସେଚନ ବିଭାଗ ଅଧୀନରେ ଥିବା କେନାଲ ରୋଡରେ ବେଆଇନ ଭାବେ ବର୍ଷ ବର୍ଷ ଧରି ବର୍ଯ୍ୟବସ୍ତୁ ଠୁଳ କରିଆସୁଥିବାର ଅଭିଯୋଗ ହେଉଛି। ଏ ନେଇ ନଭେମ୍ବର ୪ ତାରିଖରେ ରେ ପତ୍ର ସଂଖ୍ୟା ୩୦୧୨ ଜରିଆରେ ଖୋର୍ଦ୍ଧା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମଧ୍ୟ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ତାଗିଦ କରିଥିବା ଜଣାପଡିଛି।

ଖୋର୍ଦ୍ଧା ଜଳସେଚନ ବିଭାଗ ବାଣପୁର ଏନଏସି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.