Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଭ୍ସ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ୱେଭ୍ସ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ସଚେତନତା କାର୍ଯ୍ୟକ୍ରମ

December 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର,: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ଆଇଆଇଟି ଭୁବନେଶ୍ୱର ପରିସରରେ ୱାର୍ଲ୍ଡ ଅଡିଓ ଭିଜୁଆଲ ଏଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍ (ୱେଭ୍ସ) ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ରୋଡ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର କହିଛନ୍ତି, ଭାରତ ସମେତ ସାରା ବିଶ୍ୱରେ ମନୋରଞ୍ଜନ, ଆନିମେସନ ଏବଂ ଗେମିଂ ଭଳି ଶିଳ୍ପର ବିସ୍ତାର ହେଉଛି। ଆମ ସମସ୍ତଙ୍କ ମୋବାଇଲରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ସମୟରେ ଡିଜାଇନ, ଚଳଚ୍ଚିତ୍ର ନିର୍ମାଣ, ଆନିମେସନ ଏବଂ ଗେମିଂ କ୍ଷେତ୍ରରେ ନୂଆ ପାଠ୍ୟକ୍ରମ ମଧ୍ୟ ପ୍ରଚଳିତ ହେଲାଣି। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ୱେଭ୍ସ କାର୍ଯ୍ୟକ୍ରମ ଭାରତକୁ ବିଶ୍ୱ ଗଣମାଧ୍ୟମ ଓ ମନୋରଞ୍ଜନ ପରିଦୃଶ୍ୟରେ ଶୀର୍ଷରେ ରଖିବା ଲକ୍ଷ୍ୟ ନେଇ ଆୟୋଜିତ ହେଉଛି। ଏହା ଆମ ସମସ୍ତଙ୍କ ପାଇଁ ଅଂଶଗ୍ରହଣ ଏବଂ ସଚେତନତା ସୃଷ୍ଟି ଲାଗି ଏକ ଭଲ ସୁଯୋଗ ଆଣିଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି)ର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର ନୂଆ ଉଦ୍ଭାବନ, ବିଜ୍ଞାନ, ପ୍ରଯୁକ୍ତି, ରାଜନୀତି ଏବଂ ଅର୍ଥବ୍ୟବସ୍ଥା ଆଦି ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବାକୁ ଚାହୁଁଛନ୍ତି। ସରକାର ସୃଜନଶୀଳତା କ୍ଷେତ୍ରରେ ମଧ୍ୟ ଭାରତକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି ଯାହାଦ୍ୱାରା ଭାରତ ‘ବିଶ୍ୱଗୁରୁ’ ମାନ୍ୟତା ହାସଲ କରିପାରି। ଏହି ଲକ୍ଷ୍ୟ ନେଇ ଆସନ୍ତା ଫେବୃଆରୀରେ ଓ୍ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ।

ଏହି ପରପ୍ରେକ୍ଷୀରେ ଅୟୋଜିତ ହେଉଥିବା କ୍ରିଏଟ୍ ଇନ ଇଣ୍ଡିଆ ଚାଲେଞ୍ଜରେ ଆଇଆଇଟି ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ଡକ୍ଟର ଦାଶ କହିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, କର୍ମଚାରୀଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।

ଆଇଆଇଟି ଭୁବନେଶ୍ୱର ପିଆଇବି ଭୁବନେଶ୍ୱର ଭାରତ ସରକାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026
Latest News

ରାଜ୍ୟଗୁଡ଼ିକ ସହ ଖରିଫ୍ ପ୍ରସ୍ତୁତି ସମୀକ୍ଷା କଲେ ଶିବରାଜ ସିଂହ ଚୌହାନ  

June 24, 2026

ବ୍ରିକ୍ସ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

June 24, 2026

୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 24, 2026

ନାଫେଡର ଇ-ନିଲାମ ପୋର୍ଟାଲ NAFEX.in ର ଶୁଭାରମ୍ଭ କଲେ ଅମିତ ଶାହ

June 24, 2026

ବିଭିନ୍ନ ପ୍ରକଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଜନିତ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.