Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାକୁ ମିଳିବ ୭ଟି ପୁରଷ୍କାର
ଆଜିର ଖବର

ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି: ଓଡ଼ିଶାକୁ ମିଳିବ ୭ଟି ପୁରଷ୍କାର

December 11, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ରୌପଦୀ ମୁର୍ମୁ
୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ନୂଆଦିଲ୍ଲୀ: ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ ସମାରୋହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ବିଭିନ୍ନ ବର୍ଗରେ ମନୋନୀତ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ, ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସମେତ ଦେଶର ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେବେ। ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏହି ସମାରୋହର ମୁଖ୍ୟ ଆକର୍ଷଣ ହେବ, ଯେଉଁଥିରେ ବିକେନ୍ଦ୍ରୀକୃତ ଶାସନରେ ଉତ୍କର୍ଷତା କ୍ଷେତ୍ରରେ ପ୍ରୟାସ ଜାରି ରଖିବା ପାଇଁ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଏବଂ ଉପସ୍ଥିତ ଲୋକଙ୍କୁ ପ୍ରେରଣା ମିଳିବ।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦେବାକୁ ଚୟନ କରାଯାଇଛି । ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ପୁରସ୍କାର ରାଶି ରୂପେ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ସ୍ୱରୂପ ଏହି ପଞ୍ଚାୟତକୁ ମଧ୍ୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ କେନ୍ଦ୍ରିକେଲା ପଞ୍ଚାୟତ ଅଙ୍ଗାରକାମ୍ଳ ମୁକ୍ତ ବିଶେଷ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ । ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଥିବା ଏହି ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କା ଦିଆଯିବ । ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାସିରା ପଞ୍ଚାୟତ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରି ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ ହୋଇଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବା ଲାଗି ମନୋନିତ ହୋଇଛି । ଏହି ପ୍ରତିଷ୍ଠାନକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଓଡ଼ିଶାର ଛତ୍ରପୁର ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଶ୍ରେଷ୍ଠ ବ୍ଲକ୍‌ ପଞ୍ଚାୟତ ରୂପେ ନାନାଜି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ରୂପେ ୨ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ସେହିପରି ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିବା ସହିତ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ରୂପେ ୩ କୋଟି ଟଙ୍କାର ପୁରସ୍କାର ରାଶି ପାଇବ ।

ମାନ୍ୟବର କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ‘ପୁରସ୍କାରପ୍ରାପ୍ତ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଉପରେ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚନ କରିବେ। ପୁସ୍ତକରେ ପୁରସ୍କାର ପ୍ରାପ୍ତ ପଞ୍ଚାୟତଗୁଡ଼ିକର ଅଭିନବ ଏବଂ ପ୍ରଭାବଶାଳୀ କାର୍ଯ୍ୟଗୁଡ଼ିକର ବିବରଣୀ ରହିଛି। ଏହି ପୁସ୍ତିକାର ପ୍ରଥମ କପି ମାନ୍ୟବର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ। ଶ୍ରୀ ରାଜୀବ ରଞ୍ଜନ ସିଂ ବିଜେତା ପଞ୍ଚାୟତଗୁଡ଼ିକୁ ପୁରସ୍କାର ରାଶିର ଡିଜିଟାଲ ହସ୍ତାନ୍ତର କାର୍ଯ୍ୟ ମଧ୍ୟ କରିବେ। ଏହି ଅବସରରେ କେତେକ ପୁରସ୍କାରପ୍ରାପ୍ତ ପଞ୍ଚାୟତର ଉଲ୍ଲେଖନୀୟ ପ୍ରୟାସ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ପ୍ରଶିକ୍ଷଣ ଅନୁଷ୍ଠାନର ଭୂମିକାକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ରେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶ୍ୱ ପଞ୍ଚାୟତ ପୁରସ୍କାର, ଅଙ୍ଗାରକାମ୍ଳ ମୁକ୍ତ ବିଶ୍ୱ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର ଆଦି ବର୍ଗ ଅନ୍ତର୍ଭୁକ୍ତ । ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ସଂରକ୍ଷଣ, ପରିମଳ, ଭିତ୍ତିଭୂମି, ସାମାଜିକ ନ୍ୟାୟ, ଶାସନ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ସ୍ୱୀକୃତି ଦେବା ଏବଂ ଉତ୍ସାହିତ କରିବାରେ ଏହି ପୁରସ୍କାରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । ଏହି ପୁରସ୍କାର ମାଧ୍ୟମରେ ପ୍ରଦାନ କରାଯାଉଥିବା ସ୍ୱୀକୃତିର ଉଦ୍ଦେଶ୍ୟ ହେଉଛି ଅନ୍ୟ ପଞ୍ଚାୟତଗୁଡ଼ିକୁ ଶ୍ରେଷ୍ଠ ଅଭ୍ୟାସ ଗ୍ରହଣ କରିବାକୁ ଏବଂ ଗ୍ରାମୀଣ ଭାରତର ସାମଗ୍ରିକ ବିକାଶରେ ଯୋଗଦାନ କରିବାକୁ ଅନୁପ୍ରାଣିତ କରିବା ।

ମନ୍ତ୍ରଣାଳୟ ବିଭିନ୍ନ ବିଷୟଗତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ପଞ୍ଚାୟତ ଚୟନ ପାଇଁ ଏକ ବିସ୍ତୃତ ଅଭ୍ୟାସ କରିଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏହି ପଞ୍ଚାୟତଗୁଡ଼ିକୁ ଆହୁରି ଉତ୍କୃଷ୍ଟ ହେବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଅନ୍ୟ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କର ସର୍ବୋତ୍ତମ ହାସଲ କରିବା ନିମନ୍ତେ ଅନୁପ୍ରାଣିତ କରିବା। ଯାହାର ପରିଣାମସ୍ୱରୂପ ଗ୍ରାମାଞ୍ଚଳରେ ସହଜ ଜୀବନଯାପନ ଏବଂ ସ୍ଥାୟୀ, ଅନ୍ତର୍ଭୁକ୍ତ ବିକାଶ ସୁନିଶ୍ଚିତ କରିବା । ଗ୍ରାମୀଣ ଭାରତରେ ସାମଗ୍ରିକ ସରକାର ଏବଂ ସାମଗ୍ରିକ ସମାଜ ଆଭିମୁଖ୍ୟକୁ ଗ୍ରହଣ କରି ଜାତୀୟ ଉଦ୍ଦେଶ୍ୟ ଏବଂ ସହଯୋଗୀ ପ୍ରୟାସକୁ ଆଗେଇ ନେବା ସହିତ ଏହି ପଦକ୍ଷେପ ଗଭୀର ଭାବରେ ଯୋଡ଼ି ହୋଇଛି। ବିକେନ୍ଦ୍ରୀକୃତ ବିକାଶର ବାର୍ତ୍ତାକୁ ବଢ଼ାଇବା ଏବଂ ସମଗ୍ର ଦେଶରେ ଏହି ଉଦାହରଣୀୟ ପଞ୍ଚାୟତଗୁଡ଼ିକର ସଫଳତାକୁ ପାଳନ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଗଣମାଧ୍ୟମ ଏବଂ ଅନ୍ୟ ଅଂଶୀଦାରଙ୍କ ସକ୍ରିୟ ସହଯୋଗକୁ ଆମନ୍ତ୍ରଣ କରୁଛି ।

ଜାତୀୟ ପଞ୍ଚାୟତ ପୁରସ୍କାର ଦ୍ରୌପଦୀ ମୁର୍ମୁ ପଞ୍ଚାୟତିରାଜ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026
Latest News

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.