Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହେବ ଆରମ୍ଭ
ଆଜିର ଖବର

ଆସନ୍ତା ୧୭ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହେବ ଆରମ୍ଭ

December 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Puri

ପୁରୀ: ଆଗାମୀ ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୧୬ତାରିଖ ଠାରୁ ପହିଲି ଭୋଗ ନୀତିକାନ୍ତି ଅନୁଷ୍ଠିତ ହେଉଥିବା ହେତୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା କରାଯାଇଥିବା ସହ ନୀତି ନିର୍ଘଣ୍ଟ କରାଯାଇଅଛି।

ତେବେ ପ୍ରତିଦିନ ଭୋର ୨ଟାରୁ ଦ୍ୱାରଫିଟା ଯାଇ ଦୈନନ୍ଦିନ ନୀତିକାନ୍ତି କରାଯିବ। ତେବେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଏଏସଆଇ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରିବା ନେଇ ସ୍ଥିରୀକୃତ କରାଯାଇଅଛି।ମରାମତି ସମୟରେ ଶ୍ରଦ୍ଧାଳୁ ମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବା ନେଇ ବୈଠକରେ ସ୍ଥିର ହୋଇଥିବା ବେଳେ ବିଶେଷ ଦିନ ମାନଙ୍କରେ ଭକ୍ତ ଙ୍କ ଭିଡ଼ କୁ ନଜରରେ ରଖି ମରାମତି କାର୍ଯ୍ୟ ସ୍ଥଗିତ ନେଇ ନିଷ୍ପତି ନିଆଯାଇଅଛି। ତେବେ ଡିସେମ୍ବର ୩୧ ଇଂରାଜୀ ନବବର୍ଷ ଦିନ ମାନଙ୍କରେ ମରାମତି କାର୍ଯ୍ୟ ବନ୍ଦ ରହିବ।ତିନିମାସ ଭିତରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସଆଇ ସମୟ ମାଗିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କେବଳ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର କର୍ମଚାରୀ ମାନେ ସୁରକ୍ଷା ଉପକରଣ ପରିଧାନ କରି ଉପସ୍ଥିତ ରହିବେ। ତେବେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରକୁ ଅଣାଯାଇ ରତ୍ନଭଣ୍ଡାର ଭିତରେ ହିଁ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ।

ସେପଟେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଏଏସଆଇ ଚେଷ୍ଟା କରିବ। ଏହି କାର୍ଯ୍ୟ କେବେ ଶେଷ ହେବ ତାହା ଏବେ କହିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଏଏସଆଇ ଅଧିକାରୀ। ଲେଜର ସ୍କାନିଂରେ ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ଫାଟ ଥିବା ରିପୋର୍ଟ ମିଳିସାରିଥିବାରୁ ଭଲଭାବରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ।

ତେବେ ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟ ସହ ଜାନୁଆରୀ ୧୩ ତାରିଖ ରେ ହେବାକୁ ଥିବା ଦେବାଭିଷେକ ନୀତି ଓ ଏହାର ପର ଦିନ ପଡୁଥିବା ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟକୁ ମଧ୍ୟ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଅନ୍ୟ ପକ୍ଷରେ ନୀତିକାନ୍ତିକୁ ଦୃଷ୍ଟିରେ ରଖାଯାଇ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଛତିଶା ନିଯୋଗ ଡିସେମ୍ବର ୧୭ ତାରିଖ ରତ୍ନଭଣ୍ଡାର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026
Latest News

NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

July 23, 2026

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.