Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୧୫ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ହେବ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’
ଆଜିର ଖବର

ଡିସେମ୍ବର ୧୫ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ହେବ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’

December 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଡିସେମ୍ବର ୧୫ ତାରିଖ, ରବିବାର ଦିନ ଭୁବନେଶ୍ୱରରେ ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଭଞ୍ଜକଳା ମଣ୍ଡପଠାରେ ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

ଦିନେ ସବୁ ବୟସ ଓ ବର୍ଗର ଲୋକଙ୍କ ପାଇଁ ପାଠାଗାର ଥିଲା ଜ୍ଞାନ ଆହରଣର ଏକ ପ୍ରମୁଖ ମାଧ୍ୟମ। କିନ୍ତୁ ଆଜିର ଡିଜିଟାଲ ଏବଂ ମୋବାଇଲ ଦୁନିଆ ସହ ତାଳ ଦେଇ ପାଠାଗାର ରୂପାନ୍ତରିତ ହୋଇପାରିନାହିଁ। ତେଣୁ ଆଧୁନିକ ପାଠାଗାରର ପରିଭାଷା ଏବଂ ଭିତ୍ତିଭୂମିକୁ ସମସାମୟିକ କରିବା ସହ ବିଶେଷକରି ଗ୍ରାମୀଣ କ୍ଷେତ୍ରରେ ଏହା କିପରି ଛାତ୍ରଛାତ୍ରୀ, ନିଯୁକ୍ତି ଆଶାୟୀ ଯୁବପିଢ଼ି, ମହିଳା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ ହୋଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାର ସମୟ ଆସିଛି।

ଏ ବିଷୟକୁ ଆଧାରକରି ଓଡ଼ିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରରେ କିଭଳି ଅତ୍ୟାଧୁନିକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯାଇ ପାରିବ ଏହା ଉପରେ ‘ଓସା’ର ଓଡ଼ିଶା ଲାଇବ୍ରେରି ନେଟୱର୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’ ଅବସରରେ ଏ ବିଷୟରେ ବ୍ୟାପକ ଆଲୋଚନା କରାଯିବ ବୋଲି ‘ଓସା’ର ବରିଷ୍ଠ କର୍ମକର୍ତ୍ତା ନିଶିକାନ୍ତ ସାହୁ ଏବଂ ଅଜୟ ମହାନ୍ତି ଶୁକ୍ରବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଜିର ସମୟରେ ପାଠାଗାରର ରୂପରେଖ ସମ୍ପୂର୍ଣ୍ଣ ବଦଳିଛି। ବିଭିନ୍ନ ପ୍ରକାର ପୁସ୍ତକ ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ସଂଯୋଗ ଆଧୁନିକ ପାଠାଗାରଗୁଡ଼ିକୁ ଅଧିକ ନାଗରିକ-ଉପଯୋଗୀ କରିପାରିଛି। ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନ ଆହରଣ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ହେବା ସହ ଏହା ଯୁବପିଢ଼ିର ନିଯୁକ୍ତି-ଉପଯୋଗୀ ଦକ୍ଷତା ବୃଦ୍ଧି, ଲୋକଙ୍କର ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବିକାଶ ଆଦି ଦିଗରେ ସୁଯୋଗ ସୃଷ୍ଟି କରିବ। ଫଳରେ ଗ୍ରାମାଞ୍ଚଳରେ ପାଠାଗାରଗୁଡ଼ିକୁ ପ୍ରମୁଖ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଇପାରିବ।

କେବଳ ସେତିକି ନୁହେଁ, ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ଆଣୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସିଧାସଳଖ ଯୋଡ଼ିବା କ୍ଷେତ୍ରରେ ଏହି ପାଠାଗାର ମଧ୍ୟ ଏକ ବଳିଷ୍ଠ ମାଧ୍ୟମ ହୋଇପାରିବ। ଅର୍ଥାତ୍ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରରେ ଆଧୁନିକ ପାଠାଗାର ପ୍ରତିଷ୍ଠା କରାଯାଇ ଏହାକୁ କ୍ରିୟାଶୀଳ କରାଯାଇ ପାରିଲେ ଆଗାମୀ ଦିନରେ ତାହା ଏକ ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସମାଜର ଉନ୍ନତି ଦିଗରେ ପାଠାଗାରଗୁଡ଼ିକର ଏକ ବଡ଼ ଭୂମିକା ରହିଥାଏ। ତେଣୁ ପଞ୍ଚାୟତ ସ୍ତରରେ ପାଠାଗାର ସ୍ଥାପନ ହୋଇପାରିଲେ ଭବିଷ୍ୟତର ପିଢ଼ିଙ୍କ ଭିତରେ ଅଭିନବ ଓ ସର୍ଜନାତ୍ମକ ପ୍ରତିଭା ବିକଶିତ ହୋଇପାରିବ। ଏହାସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭିତରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ।

ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତୁତ ୧୭ଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣକୁ ଏକ ପ୍ରମୁଖ ଲକ୍ଷ୍ୟ ହିସାବରେ ନିଆଯାଇଛି। ଏହାର ସଫଳ ରୂପାୟନ କ୍ଷେତ୍ରରେ ଆଧୁନିକ ପବ୍ଲିକ ଲାଇବ୍ରେରି ସହାୟକ ହୋଇପାରିବ। ସେହିପରି ପ୍ରମୁଖ ଅର୍ଥନୀତିକ ରିପୋର୍ଟ ଅନୁସାରେ ପାଠାଗାରରେ ଯଦି ୧ ଟଙ୍କା ବିନିଯୋଗ କରାଯାଉଛି ତାହାଲେ ସେଥିରୁ ୪ରୁ ୯ ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିବା କଥା ଉଲ୍ଲେଖ କରାଯାଇଛି।

ଭାରତର ବିଭିନ୍ନ ରାଜ୍ୟ ଆଜି ଗ୍ରାମପଞ୍ଚାୟତ ସ୍ତରରେ ଆଧୁନିକ ପବ୍ଲିକ ଲାଇବ୍ରେରି ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଏହାକୁ ମଡେଲ ଭାବେ ଗ୍ରହଣ କରାଯାଇ ଓଡ଼ିଶାରେ କିପରି ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯାଇ ପାରିବ ସେ ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ।

ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ବ୍ୟକ୍ତିତ୍ୱ, ବିଭିନ୍ନ ପାଠାଗାରର ପରିଚାଳକ, ଗଣମାଧ୍ୟମ ବ୍ୟକ୍ତିତ୍ୱ, ଲେଖକ, ଶିକ୍ଷାବିତ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେବେ। ଓଡ଼ିଶାରେ ଅଗାମୀ ଦିନରେ ରାଜ୍ୟ ସରକାରଙ୍କ ନେତୃତ୍ୱରେ ଆଧୁନିକ ପାଠଗାର ଆନ୍ଦୋଳନ କିଭଳି ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ସଶକ୍ତ କରିବାରେ ସହାୟକ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯିବ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାଠାଗାର ଆଲୋଚନାରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେବା ପାଇଁ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଓସା ପକ୍ଷରୁ ଅନୁରୋଧ କରାଯାଇଛି।

ଓସା ଡିସେମ୍ବର ୧୫ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.