Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ ତାରିଖ ଦିନ ରାଜଧାନୀରେ ଆନ୍ଦୋଳନ କରିବେ ୩ ହଜାର ଅସ୍ଥାୟୀ ଆୟୁଷ ଡାକ୍ତର
ଆଜିର ଖବର

୨୦ ତାରିଖ ଦିନ ରାଜଧାନୀରେ ଆନ୍ଦୋଳନ କରିବେ ୩ ହଜାର ଅସ୍ଥାୟୀ ଆୟୁଷ ଡାକ୍ତର

December 18, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ayush
୨୦ ତାରିଖ ଦିନ ରାଜଧାନୀରେ ଆନ୍ଦୋଳନ କରିବେ ୩ ହଜାର ଆସ୍ଥାୟୀ ଆୟୁଷ ଡାକ୍ତର

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆୟୁଷ ଚିକିତ୍ସକ ମହାସଂଘ ପକ୍ଷ ରୁ ରାଜ୍ୟରେ କାର୍ଯ୍ୟରତ ଆୟୁଷ, ଆରବିଏସକେ, ମୋବାଇଲ ହେଲଥରେ କାର୍ଯ୍ୟରତ ଡାକ୍ତର ମିଳିତ ଭାବେ ଲୋୟର ପିଏମଜି ରେ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି। ଏମାନେ ୧୦ ଦଫା ଦାବୀ ନେଇ ପ୍ରାୟ ୩ ହଜାର ଆସ୍ଥାୟୀ ଆୟୁଷ ଡାକ୍ତରଙ୍କ ରାଜଧାନୀରେ କରିବେ ଏହି ବିକ୍ଷୋଭ।

କମିଟର କହିବା କଥା ଯେ, ରାଜ୍ୟରେ ବର୍ତ୍ତମାନ ୫୬୨ ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଏବଂ ୬୧୯ ଟି ଆୟୁର୍ବେଦ ମେଡ଼ିକାଲ ଅଫିସର ପଦଵୀ ଦୀର୍ଘ ୨୫ ବର୍ଷ ହେଲା ସ୍ଥାୟୀ ଭାବେ ରହିଛି। ଦୀର୍ଘ ୨୩ ବର୍ଷ ଧରି ଏହା ଉପରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇ ନାହାଁନ୍ତି। ନୂତନ ସରକାରରେ ମଧ୍ୟ ଏହି ପଦବୀର ବୃଦ୍ଧି ହୋଇ ନାହିଁ। ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗ ଗୁଡ଼ିକ ରେ ନୂତନ ପଦବୀ ସୃଷ୍ଟି କରାଯାଉ ଥିଲେ ମଧ୍ୟ ଆୟୁଷ ବିଭାଗରେ ଡ଼ିସ୍ପେନସାରୀ ଓ ମେଡ଼ିକାଲ ଅଫିସର ପଦବୀ ଦୀର୍ଘ ୨୫ ବର୍ଷ ହେଲା କାହିଁକି ଗୋଟିଏ ନୂତନ ପଦବୀ ସୃଷ୍ଟି କରାଯାଇ ନାହିଁ?

ନୂତନ ସରକାର ନୂତନ ପଦବୀ ସୃଷ୍ଟି କରିବା ପାଇଁ କେବେ ପଦକ୍ଷେପ ନେବେ? ତାକୁ ନେଇ ରାଜ୍ୟରେ ବହୁ ଥର ଆନ୍ଦୋଳନ, ଧର୍ମଘଟ ହୋଇଛି। ପୂର୍ବ ସରକାର ରେ ଏହାକୁ ନେଇ ସାତୋଟି ଆୟୁଷ କଲେଜ ଛାତ୍ର ଛାତ୍ରୀ ରାଜରାସ୍ତାକୁ ଆସି ଦୀର୍ଘ ଦୁଇମାସ ଧରି ଆନ୍ଦୋଳନ କରିଥିଲେ।

ବର୍ତ୍ତମାନ ସ୍ନାତକ ଡିଗ୍ରୀ ହାସଲ କରି ଘରେ ବସିଥିବା ଆୟୁଷ ଡାକ୍ତର ମାନେ ପିଜି ଅଧ୍ୟୟନ ଓ ସରକାରୀ ନିଯୁକ୍ତି ପାଇଁ ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି। ରାଜ୍ୟରେ ହୋମିଓପ୍ୟାଥିକ ରେ ପିଜି ସିଟ ମାତ୍ର ୪ ଟି ଥିବା ବେଳେ ଆୟୁର୍ବେଦ ରେ ମାତ୍ର ୩୦ଟି ପିଜି ସିଟ ରହିଛି।ରାଜ୍ୟରେ ମୋଟ୧୧୮୨ଟି ଆୟୁଷ ଡ଼ିସ୍ପେନସାରୀ ରହିଛି।୧୧୪ଟି ବ୍ଲକ ରେ ଆୟୁର୍ବେଦ ଦିସ୍ପେନସାରୀ ଓ ୧୦୭ଟି ବ୍ଲକ ରେ ହୋମିଓପ୍ୟାଥିକ ଡ଼ିସ୍ପେନସାରୀ ନାହିଁ।

ସେହିଭଳି ଦୀର୍ଘ୨୪ ବର୍ଷ ଧରି କେବଳ ୯ଟି ଆୟୁଷ ହସ୍ପିଟାଲ ରହିଛି।ସେଗୁଡ଼ିକ ର ଆଧୁନିକ କରଣ କରାଯାଉ ନାହିଁ କି ସରକାରୀ ଭାବେ ପର୍ଯ୍ୟାପ୍ତ ଔଷଧ ଯୋଗାଇ ଦିଆଯାଉନାହିଁ।

ଦୀର୍ଘ ୨୪ ବର୍ଷ ଧରି ଆୟୁଷ ଡାକ୍ତରମାନେ ବିଭିନ୍ନ ପିଏସସି ଓ ସିଏସସି ରେ ଠିକା ଭାବେ କାର୍ଯ୍ୟ କରୁଥିବା ବେଳେ ,ରାଜ୍ୟର ଓ ଜାତୀୟ କାର୍ଯ୍ୟକ୍ରମ ରେ ସେମାନଙ୍କୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସରକାରୀ କିମ୍ବା ସରକାରୀ ସୁବିଧା ଉପଲବ୍ଧ କରାଯାଉନାହିଁ। ସେମାନେ ଏନ ଏଚ ଏମ ଅଧୀନରେ୨୪ ବର୍ଷ ଧରି ଚୁକ୍ତି ଭିତ୍ତିକ ସେବା ପ୍ରଦାନ କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, କରୋନା, ରାତ୍ରିକାଳୀନ ସେବା, ଜାତୀୟ ଟୀକା କରଣ, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଅନ୍ଧତ୍ୱ ନିରାକରଣ, ଇନ୍ଦ୍ରଧନୁଷ ଆଦି ଅନେକ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରୁଛନ୍ତି।

ସେମାନେଙ୍କ ଦରମା ବୃଦ୍ଧି, ଚାକିରୀ ର ସ୍ଥାଇତ୍ୱ, ୧୧ ମାସିହା ଚୁକ୍ତି ପ୍ରଥା ଉଛେଦ,ଅଵସର କାଳୀନ ସହାୟତା ପ୍ରଦାନ, ଦୁର୍ଘଟଣା ମୃତ୍ୟୁ ବା ବିକଳାଙ୍ଗ ହେଲେ କ୍ଷତି ପୂରଣ ସହାୟତା ପ୍ରଦାନ, ଆୟୁଷ ଡାକ୍ତର ଙ୍କୁ ସ୍ୱାସ୍ଥ୍ୟ ବୀମା ଅନ୍ତଭୁକ୍ତ କରିବା, ଉଚ୍ଚ ଶିକ୍ଷା ପାଇଁ ଅନୁମତି ପ୍ରଦାନ ଓ ଶିକ୍ଷା ସମାପ୍ତି ପରେ ପୁନଃ ଚାକିରୀ ରେ ଯୋଗଦାନ ଅନୁମତି, ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆୟୁଷ ଔଷଧ ର ନିୟମିତ ଯୋଗାଣ ଓ ଆୟୁଷ ଡାକ୍ତର ଙ୍କୁ ସ୍ଵତନ୍ତ୍ର ବିଭାଗ ରେ ଅନ୍ତର୍ଭୁକ୍ତ କରିବା ଆଦି ୧୦ ଦଫା ଦାବୀ ରହିଛି।

ଗତ ନବୀନ ପଟ୍ଟନାୟକଙ୍କ ସରକାର ରେ ଗତ ୨୦୨୩ ମେ ମାସରେ ରାଜ୍ୟରେ ଥିବା ୫୬୨ ଟି ସରକାରୀ ହୋମିଓପ୍ୟାଥିକ ଡ଼ିସ୍ପେନସାରୀଗୁଡିକ ମଧ୍ୟରେ ୧୦୫ ଟି ଶୂନ୍ୟ ସ୍ଥାନପୋଷ୍ଟ ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ପକ୍ଷ ରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଅନ ସଂରକ୍ଷଣ ମାତ୍ର ୧୩ ଟି ପୋଷ୍ଟ, ଏସଇବିସି ୪ ଟି, ଏସ ସି ୩୧ ଟି, ଏସଟି ୫୭ ଏପରି ମୋଟ ୧୦୫ ଟି ପୋଷ୍ଟ ରେ ପରୀକ୍ଷା କରି ଗତ୨୦୨୪ ମେ ଆଠ ତାରିଖରେ ନାମ ପ୍ରକାଶ କରାଯାଇଥିଲା।

ମାତ୍ର ୮୫ ଜଣ ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଙ୍କୁ ବି ଗ୍ରେଡ ରେ ବର୍ତ୍ତମାନର ସରକାର ଗତ ୧୩ ତାରିଖରେ ଲୋକସେବା ଭବନ ରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ଯାହାକି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ହୋମିଓପ୍ୟାଥିକ ଡ଼ିସ୍ପେନସାରୀ ଗୁଡିକ ରେ ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରାଯାଇପାରିବ ବୋଲି ଓଡ଼ିଶା ଆୟୁଷ ବିକାଶ ପରିଷଦ ର ସମ୍ପାଦକ ଡା ତ୍ରୈଲୋକ୍ୟନାଥ ମହାରଣା, ଓଡ଼ିଶା ଆୟୁଷ ଛାତ୍ର ସଂସଦ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ ମତ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମାତ୍ର ପ୍ରତିବର୍ଷ ୭ଟି ଆୟୁଷ ଭେଷଜ ମହାବିଦ୍ୟାଳୟ (୪ଟି ହୋମିଓପ୍ୟାଥିକ,୩ଟି ଆୟୁର୍ବେଦିକ ମହାବିଦ୍ୟାଳୟରୁ୧୦୦୦ରୁ ଉର୍ଦ୍ଧ୍ବ ଡାକ୍ତର ଛାତ୍ର ଛାତ୍ରୀ ହେଉଛନ୍ତି।

ସାରା ରାଜ୍ୟରେ ଦିନକୁ ଦିନ ଆୟୁଷ ଚିକିତ୍ସା ପଦ୍ଧତି ର ଚାହିଦା ବଢିବାକୁ ଲାଗିଛି।ଏପରି ସ୍ଥିତିରେ ଅନ୍ୟ ରାଜ୍ୟ ଭଳି ରାଜ୍ୟ ସରକାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡ଼ିଶା ଆୟୁଷ ବିକାଶ ପରିଷଦ, ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷ ରୁ ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ପାଖରେ ବହୁ ଦିନରୁ ଦାବୀ ରହିଛି।

ଏଥି ସହିତ ଆୟୁଷ ବିଭାଗ କୁ ସ୍ୱତନ୍ତ୍ର କରିବା, ପ୍ରତିବର୍ଷ ସାତୋଟି ସରକାରୀ ଆୟୁଷ ଭେଷଜ ମହାବିଦ୍ୟାଳୟ ରୁ ଉତ୍ତୀର୍ଣ୍ଣ ହେଉଥିବା ଡିଗ୍ରୀ ଧାରୀ ଡାକ୍ତର ଙ୍କୁ ସରକାରୀ ନିଯୁକ୍ତି ସୁଯୋଗ ପ୍ରଦାନ କରିବା, ଆୟୁଷ ହାଉସ ସର୍ଜନ ଙ୍କୁ ସଂଶୋଧନ ଭାବେ ଭତ୍ତା ପ୍ରଦାନ, ସାତୋଟି ଆୟୁଷ ମହାବିଦ୍ୟାଳୟ ରେ ବହୁ ଦିନରୁ ଲାଗିରହିଥିବା ମୌଳିକ ସମସ୍ୟା ଗୁଡିକ ର ସମାଧାନ ,ଆୟୁଷ ରେ ପିଜି ଓ ଡକ୍ଟରେଟ ସିଟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ଙ୍କ ଠାରେ ବହୁ ଦିନରୁ ଦାବୀ ରହିଛି।

କେନ୍ଦ୍ର ସରକାରଙ୍କ ଆୟୁଷ ମିଶନ ର ଯୋଜନା ଅନୁଯାୟୀ ଢେଙ୍କାନାଳ, ବ୍ରହ୍ମପୁର, ବାଲେଶ୍ୱରଠାରେ ତିନୋଟି ସମନ୍ୱିତ ଆୟୁଷ ଚିକିତ୍ସାଳୟର ନିର୍ମାଣ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ କେବେଠାରୁ କାର୍ଯ୍ୟରତ ହେବ ଏବଂ ସରକାର ଏଥିରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ପାଇଁ କେବେ ପଦକ୍ଷେପ ଗ୍ରହଣ କରିବେ ତାହା ମଧ୍ୟ ଆଶା ଆଶଙ୍କା ମଧ୍ୟରେ ରହିଛି।

ଗତ କାଲି ସନ୍ଧ୍ୟାରେ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ,ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ଵାସ୍ଥ୍ୟ ମିଶନ ପକ୍ଷ ରୁ ଯୁଗ୍ମ ସଚିବ ଏଲରା ଜେନାଙ୍କ ସହିତ ରାଜ୍ୟ ଆୟୁଷ ଚିକିତ୍ସାକ ମହାସଂଘର ଆଲୋଚନା ବିଫଳ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସକାରାତ୍ମକ ସୂଚନା ନ ମିଳିବା ଦ୍ୱାରା ଆଜି ଆୟୁଷ ଡାକ୍ତର ସଂଘ, ମୋବାଇଲ ଡାକ୍ତର ସଂଘ ଓ ଆର ବିଏସ କେ ଡାକ୍ତର ସଂଘ ପକ୍ଷରୁ ଆସନ୍ତା ୨୦ ତାରିଖ ଧାରଣା ଓ ଧର୍ମଘଟକୁ ନିଶ୍ଚିତ କରାଯାଇଛି।

ରାଜ୍ୟର ତିନି ହଜାର ଆୟୁଷ ଡାକ୍ତର ଏଥିରେ ଯୋଗ ଦେବାକୁ ଓଡ଼ିଶାଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡା ବିଶ୍ୱରଂଜନ ଜେନା ସଂପାଦକ ଡା ହିମାଂଶୁ ଶେଖର ମିଶ୍ର,ଆବାହକ ଡା ଦେଵବ୍ରତ ବାରିକ ଘୋଷଣା କରିଛନ୍ତି।ଏହି ଆନ୍ଦୋଳନ କୁ ରାଜ୍ୟ ଆୟୁଷ ଛାତ୍ର ସଂସଦ, ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ ,ପୋଷ୍ଟ ଗ୍ରାଜୁଏଟ ଆୟୁଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି।

ଆୟୁଷ ଆୟୁଷ ଡ଼ାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Latest News

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.