Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିରୋମାନଙ୍କ ନାମରେ ଦ୍ୱୀପପୁଞ୍ଜଗୁଡିକର ନାମକରଣ ସେମାନଙ୍କୁ ସ୍ମରଣ ରଖିବା ପାଇଁ ଏକ ମାଧ୍ୟମ: ପିଏମ ମୋଦୀ
ଆଜିର ଖବର

ହିରୋମାନଙ୍କ ନାମରେ ଦ୍ୱୀପପୁଞ୍ଜଗୁଡିକର ନାମକରଣ ସେମାନଙ୍କୁ ସ୍ମରଣ ରଖିବା ପାଇଁ ଏକ ମାଧ୍ୟମ: ପିଏମ ମୋଦୀ

December 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମ ଦେଶର ସାହସୀ ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଅନେକ ପୀଢ଼ି ଯାଏଁ ସ୍ମରଣୀୟ କରିବା ପାଇଁ ସୁନିଶ୍ଚିତ କରିବାର ଏକ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ରାଷ୍ଟ୍ରମାନେ ସେମାନଙ୍କର ମୂଳ ସହିତ ଜଡିତ ସେମାନେ ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରଗତି କରନ୍ତି।

ଏକ୍ସରେ ଶିବ ଅରୁରଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:

“ଆମର ହିରୋମାନଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବାରରେ ଥିବା ଦ୍ୱୀପପୁଞ୍ଜଗୁଡିକର ନାମକରଣ କରିବା ହେଉଛି ଦେଶ ପ୍ରତି ସେମାନଙ୍କର ସେବାକୁ ଆଗାମୀ ପୀଢ଼ି ପାଇଁ ସ୍ମରଣୀୟ କରିବାର ଏକ ମାଧ୍ୟମ। ଆମର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ସ୍ମୃତିକୁ ସଂରକ୍ଷଣ ତଥା ସ୍ମରଣ କରିବା ପାଇଁ ଏହା ଆମର ବୃହତ ପ୍ରୟାସର ଏକ ଅଂଶ, ଯେଉଁମାନେ ଆମ ଦେଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି।

ସର୍ବୋପରି ଯେଉଁ ଦେଶଗୁଡିକ ସେମାନଙ୍କର ମୂଳ ସହ ଜଡିତ ରହିଥାନ୍ତି, ସେମାନେ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଆଗକୁ ଅଗ୍ରସର ହୋଇଥାନ୍ତି।

ଆହୁରି ମଧ୍ୟ, ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପପୁଞ୍ଜକୁ ଉପଭୋଗ କରନ୍ତୁ। ସେଲ୍ୟୁଲାର ଜେଲ୍ ମଧ୍ୟ ନିଶ୍ଚୟ ବୁଲିବାକୁ ଯାଆନ୍ତୁ ଏବଂ ମହାନ ବୀର ସଭରକରଙ୍କ ସାହସ ଦ୍ୱାରା ଅନୁପ୍ରାଣିତ ହୁଅନ୍ତୁ।”

ଦ୍ୱୀପପୁଞ୍ଜ ନରେନ୍ଦ୍ର ମୋଦୀ ବୀର ସଭରକର ସ୍ୱାଧୀନତା ସଂଗ୍ରାମୀ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.