Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଲଷ୍ଟର ସ୍ତରୀୟ ବୈଠକ: ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଶିକ୍ଷଣ ଦକ୍ଷତା ଉପରେ ଗୁରୁତ୍ୱ
ଆଜିର ଖବର

କ୍ଲଷ୍ଟର ସ୍ତରୀୟ ବୈଠକ: ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଶିକ୍ଷଣ ଦକ୍ଷତା ଉପରେ ଗୁରୁତ୍ୱ

December 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକୁ ନେଇ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ଜାନିଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି।

ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠଯୋଜନା, ଶ୍ରେଣୀ ପରିଚାଳନା ସମୟର ସୁବିଧା ଅସୁବିଧା, ମାନ ନିର୍ଦ୍ଧାରଣ, ଟ୍ରାକର ରେଜିଷ୍ଟର ବ୍ୟବହାର, ଶିକ୍ଷଣ ଦକ୍ଷତା ହାସଲ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହିତ ଏକକ ଶିକ୍ଷାଦାନ ପଦ୍ଧତି, ବହୁ ଶ୍ରେଣୀୟ ଶିକ୍ଷାଦାନ ପଦ୍ଧତିର ସୋପାନ ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହ ଶିକ୍ଷକ ସୁକାନ୍ତ କୁମାର ବେହେରା, ସ୍ବର୍ଣ୍ଣପ୍ରଭା ସିଂଦେଓ, ଭ୍ରମରବର ତାଡ଼, ଆଶାମଣି ସାମନ୍ତରାୟ ପ୍ରମୁଖ ବିଭିନ୍ନ ଶିକ୍ଷାଦାନ ପଦ୍ଧତିର ନମୁନା ଶ୍ରେଣୀ ନେଇ ଶିକ୍ଷାଦାନ କରିଥିଲେ।

ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ। ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୮ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ସେହିପରି ଖଇରପଲ୍ଲୀ କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ଖଇରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କହଲସିଂଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ରାଉତ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବୈଠକରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁକୁ ଖୁବ ସରଳ ଭାବେ ଆଲୋଚନା କରିଥିଲେ। ଏଥିରେ କ୍ଲଷ୍ଟରର ୧୦ ଜଣ ପ୍ରଧାନ ଶିକ୍ଷକଶିକ୍ଷୟତ୍ରୀ ଓ ୯ ଜଣ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

କ୍ଲଷ୍ଟର ସ୍ତରୀୟ ବୈଠକ ଗଣ ଶିକ୍ଷା ବିଭାଗ ଟ୍ରାକର ପାଠ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026
Latest News

ଦିଲ୍ଲୀରେ CJP ସମର୍ଥନରେ ଦିନିକିଆ ଅନଶନ ସତ୍ୟାଗ୍ରହ କଲା ନବନିର୍ମାଣ କୃଷକ ସଂଗଠନ

July 4, 2026

ଆଜିଠାରୁ କାର୍ଯ୍ୟକାରୀ ହେଲା ଭାରତ–ଇସ୍ରାଏଲ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା

July 4, 2026

ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.