Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସିର କୁକୁର ସ୍ଥାନାନ୍ତରକୁ ବିରୋଧ, ଶନିବାରରେ ନିରବ ପ୍ରତିବାଦ
ଆଜିର ଖବର

ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସିର କୁକୁର ସ୍ଥାନାନ୍ତରକୁ ବିରୋଧ, ଶନିବାରରେ ନିରବ ପ୍ରତିବାଦ

January 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରବାସୀ ଭାରତୀୟ ଦିବସ ପାଇଁ ବିଏମସିର କୁକୁର ସ୍ଥାନାନ୍ତରକୁ ବିରୋଧ, ଶନିବାରରେ ନିରବ ପ୍ରତିବାଦ

ଭୁବନେଶ୍ୱର: ଆସନ୍ତା ୮ ଓ ୯ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ଦୁଇ ଦିନିଆ ପ୍ରବାସୀ ଭାରତୀୟ ମହୋତ୍ସବ ଏବଂ ୨୮ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡିଶା କଂକ୍ଲେଭ ପାଇଁ ଭୁବନେଶ୍ବର ବିଏମସି ଦୀର୍ଘ ୧୫ଦିନ ଧରି ବିଭିନ୍ନ ସ୍ଥାନରୁ ୪୫୦ ରୁ ଉର୍ଦ୍ଧ୍ବ କୁକୁର ମାନଙ୍କୁ ସ୍ଥାନାନ୍ତର କରାଯାଇ ମଞ୍ଚେଶ୍ୱର ସ୍ଥିତ ମଞ୍ଚେଶ୍ୱର ସ୍ଥିତ ସ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ରେ ରଖାଯାଇଛି।

କୁକୁର ମାନଙ୍କୁ ନିଜ ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ରହିଛି। ତେବେ ଏନେଇ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଖବର ନାହିଁ।ଆଜି ଏନେଇ ରାଜ୍ୟର କେତେକ ପ୍ରାଣୀ କଲ୍ୟାଣ ସ୍ବେଛାସେବୀ ସ୍ପଷ୍ଟ କରିଛନ୍ତି।

ସେଠାରେ ଦୀର୍ଘ ଚାରି ଦିନ ହେବ କୁକୁର ମାନଙ୍କୁ ଠିକ ଭାବେ ଦେଖାଚାହା କିମ୍ବା ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ବହୁ କୁକୁର ଭୋକ ରେ ରହି କାନ୍ଦୁ ଥିବାର ରିହାଵଟେଡ଼ ଫାଉଣ୍ଡେସନ ର ସଭାପତି ମିଲନ ରଥ, ପିପୁଲ ଫର ଆନିମାଲ ର ରାଜ୍ୟ ସଭାପତି ଜୀବନ ବଲ୍ବବ ଦାସ, ଓଡ଼ିଶା ଜୀବେ ନିଷ୍ଠୁରତା ନିରୋଧ ବା ଷ୍ଟେଟ ଏସ ପି ସି ଏ ର ସ୍ଥାୟୀ ସଦସ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା, ପ୍ରାଣୀ ସ୍ବେଛାସେବୀ ସୋନାଲ କବି, ଖୋରଧା ଏସ ପି ସି ଏ କାର୍ଯ୍ୟକାରୀ କମିଟି ସଦସ୍ୟ ସନ୍ତୋଷ ଦାସ ଆଦି ବହୁ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି।ଏଥିସହ ଖାଦ୍ୟ ଓ ପାଣି ଅଭାଵ ରୁ ଚିତ୍କାର କରୁଥିବା ଏହି ନୀରିହ ପ୍ରାଣୀ ମାନଙ୍କୁ ଦେଖିବା ପାଇଁ କୌଣସି ଲୋକ ଙ୍କୁ ଛଡ଼ା ନଯିବା ଯୋଗୁଁ ବି ଏମ ସି ଅଧିକାରୀ ଜୀବେ ନିଷ୍ଠୁରତା ନିରୋଧ ଆଇନ ର ଉଲଂଘନ କରିଛନ୍ତି ବୋଲି ବହୁ ସ୍ବେଛାସେବୀ ମାନେ କହିଛନ୍ତି।

ଏନେଇ ଗତ ଦୁଇଦିନ ହେବ ରାଜ୍ୟରେ ବହୁ ପ୍ରାଣୀ ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ଗଭୀର ଭାବରେ ଦୁଃଖ ପ୍ରକାଶ ସହିତ ଉଦବେଗ ପ୍ରକାଶ ପାଇଛି।ଏନେଇ ମୁଖ୍ୟମନ୍ତ୍ରୀ, ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ,ସଚିବ, ଅଧିକାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ,ଖୋର୍ଦ୍ଧା ଜିଲ୍ଲା ପାଳ, ରାଜ୍ୟ ସରକାରଙ୍କ ଜୀବେ ନିଷ୍ଠୁରତା ନିରୋଧ କର୍ତ୍ତୃପକ୍ଷ, ଏପରିକି ପ୍ରଧାନମନ୍ତ୍ରୀ ଏବଂ ଦେଶର ପ୍ରାଣୀ କଲ୍ୟାଣ ବିଭାଗ କୁ ମଧ୍ଯ ପତ୍ର ପ୍ରଦାନ କରାଯାଇ ସେମାନଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ଆସନ୍ତା ଦୁଇ ଦିନ ମଧ୍ୟରେ ଖାଦ୍ୟ, ପାଣି, ଚିକିତ୍ସା ଅଭାଵ ରୁ ପୀଡିତ କୁକୁର ବଂଚିବା ସମ୍ଭବ ହେବନାହିଁ ବୋଲି ବହୁ ପ୍ରାଣୀ ବିଶେଷଜ୍ଞ ଓ ସ୍ବେଛାସେବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଖାଦ୍ୟ ଓ ପାଣି ଅଭାବରୁ ବହୁ ସଂଖ୍ୟକ କୁକୁର ସେଠାରେ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି ବୋଲି ଗତ ଦୁଇଦିନ ତଳେ ରିହାଵଟେଡ଼ ଫାଉଣ୍ଡେସନ ଅଧ୍ୟକ୍ଷ ମିଲନ ରଥ ଓ ରାଜ୍ୟ ପିପୁଲ ଫର ଆନିମାଲ ଅଧ୍ୟକ୍ଷ ଜୀବନ ବଲବ ଦାସ ଯାଇଥିବା ବେଳେ ଆଜି ପ୍ରକାଶ କରିଛନ୍ତି।ବହୁ ସଂଖ୍ୟକ ମା କୁକୁର ନିଜ ଛୁଆ ମାନଙ୍କ ଅଭାବରୁ ନଖାଇ କାନ୍ଦୁଥିବା ଦୃଶ୍ୟ ସମସ୍ତଙ୍କୁ ମ୍ରିୟମାଣ କରିଛି।

ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଏହାକୁ ନେଇ ଆସନ୍ତା କାଲି ପୂର୍ବାଂହ୧୧ ଘଂଟିକା ରୁ ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ,ସ୍ବେଛାସେବୀ,କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିବେ ବୋଲି ଜଣାଯାଇଛି।

DOG କୁକୁର ସ୍ଥାନାନ୍ତର ପ୍ରବାସୀ ଭାରତୀୟ ଦିବସ ବିଏମସି
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କଠିନ ଇନ୍ଧନ ପରିଚାଳିତ ରାମଜେଟ୍ ପ୍ରଯୁକ୍ତିର ସଫଳ ପରୀକ୍ଷଣ

February 4, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.