Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ଅତ୍ୟାଧୁନିକ ବିଳାସପୁର୍ଣ୍ଣ କ୍ରୁଜ ବୋଟ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଆଜିର ଖବର

ଚିଲିକାରେ ଅତ୍ୟାଧୁନିକ ବିଳାସପୁର୍ଣ୍ଣ କ୍ରୁଜ ବୋଟ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

January 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଓଡ଼ିଶା ପର୍ଯ୍ୟଟନ ଭାରତରେ ଏକ ପ୍ରମୁଖ ଇକୋ ଟ୍ୟୁରିଜିମ ହବ ପାଲଟିଥିବା ବେଳେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଚିଲିକା ପରିଚିତ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚିଲିକା ଜଳରାଶିରେ ନୌବିହାର ନିମିତ୍ତ ବଡ଼କୁଳ ପାନ୍ଥନିବାସ ଠାରେ ବୋଟ ବ୍ୟବସ୍ଥା ସାଙ୍ଗକୁ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ମୋଟର ଚାଳିତ ଡଙ୍ଗା ଏବଂ ବାଲୁଗାଁ ଜେଟି ଠାରେ ଅନ୍ତର୍ଦେଶୀୟ ଜଳପଥ ପରିବହନ ପକ୍ଷରୁ ଲଞ୍ଚ ଓ ସ୍ଥାନୀୟ ବୋଟ ଆସୋସିଏସନ ପକ୍ଷରୁ ମୋଟର ଚାଳିତ ଡଙ୍ଗା ଉପଲବ୍ଧ ରହିଛି। ଏଥିସହିତ ଚିଲିକାରେ ବିଳାସପୂର୍ଣ୍ଣ ଯାତ୍ରା ନିମନ୍ତେ ୨୦୨୨ ଜୁନ ୯ ତାରିଖରେ ବିକାଶ ଇକୋ ରିସୋର୍ଟସ ପକ୍ଷରୁ ଦୁଇ ମହଲା, ୬ ଶୀତତାପ ନିୟନ୍ତ୍ରିତ କୋଠରୀ ବିଶିଷ୍ଟ ହାଉସ ବୋଟ ‘ଗରୁଡ଼’ ଯାତାୟାତ କରୁଥିଲା।

ଚିଲିକାରେ ନୌବିହାର ସାଙ୍ଗକୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଅହେତୁକ ଆଗମନ ସାଙ୍ଗକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ବଡ଼କୁଳ ପାନ୍ଥନିବାସ ଠାରେ ଦୁଇଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ,୪୦ ସିଟ ବିଶିଷ୍ଟ କ୍ରୁଜ ବୋଟ ପଦାର୍ପଣ କରିଛି। ଦୀର୍ଘ ଦିନ ଧରି ଏହି ଦୁଇଟି ବୋଟ ବଡ଼କୁଳ ପାନ୍ଥନିବାସ ଠାରେ ରଖାଯାଇଥିବା ବେଳେ ଶନିବାର ଅପରାହ୍ନରେ ଏହାର ଶୁଭାରମ୍ଭ କରାଯାଇଛି। ବଡ଼କୁଳ ପାତ୍ର ନିବାସଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହି ଏହାର ଶୁଭାରମ କରିଥିଲେ।

ଏହି ଅବସରରେ ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ସଚିବ ବାଳମୁକୁନ୍ଦ ଭୁୟାଁ, ଓଟିଡିସି ସାଧାରଣ ପରିଚାଳକ ଡାଃ ଲଲାଟେନ୍ଦୁ ସାହୁ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ସାଗରିକା ନାଥ, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ମୀରାବାଇ ବେହେରା, ସ୍ଥାନୀୟ ଜନପ୍ରତିନିଧି, ବନ୍ଦର ଓ ଅନ୍ତର୍ଦେଶୀୟ ନିର୍ଦ୍ଦେଶାଳୟ, ବଡ଼କୁଳ ଓଟିଡ଼ିସି କର୍ତ୍ୟୁପକ୍ଷ ସବ୍ୟସାଚୀ କର, ଚିଲିକା ଉତ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପର ପ୍ରଶଂସା ସାଙ୍ଗକୁ ସଫଳ ରୂପାୟନ କାମଳା କରିଥିଲେ। ୧୯୮୧ ମସିହାରେ ଚିଲିକାକୁ ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଭାରତୀୟ ଆଦ୍ରଭୂମି ମାନ୍ୟତା ମିଳିଥିଲା।

ବିଶ୍ୱସ୍ତରରେ ଚିଲିକା ଏହାର ବିବିଧ ଉପକୂଳ ଦୃଶ୍ୟ, ପ୍ରାଚୀନ ହ୍ରଦ ଏବଂ ଜୀବନ୍ତ ସାଂସ୍କୃତିକ ଇତିହାସ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏଇତିହ୍ୟର ଉତ୍କୃଷ୍ଟ ମିଶ୍ରଣ। ଯାହାଫଳରେ ଚିଲିକାର ଭିତ୍ତିଭୂମି ଓ ସେବାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସ୍ବେଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଚିଲିକାର ବିକାଶ ନିମିତ୍ତ ୧.୮ କୋଟି ଟଙ୍କା ବ୍ୟୟରେ ଦୁଇଟି ବିଳସପୂର୍ଣ୍ଣ\ କ୍ରୁଜ ବୋଟ ପ୍ରଦାନ କରାଯାଇଛି। ଯାହାକି ଉକ୍ତ ବୋଟରେ ଉଚ୍ଚମାନର ପର୍ଯ୍ୟଟନ, ଆରାମଦାୟକ ଓ ସ୍ମରଣୀୟ ଯାତ୍ରା ଅନୁଭୂତି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି।

୪୦ ସିଟ ବିଶିଷ୍ଟ କ୍ରୁଜ ବୋଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଠାରୁ ଆରମ୍ଭ କରି ଅନ-ବୋର୍ଡ ଫୁଡ଼ ସର୍ଭିସ, ସର୍ବନିମ୍ନ ଶବ୍ଦ, ସ୍ୱଚ୍ଛ ଶୌଚାଳୟ ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ଏହି କ୍ରୁଜ ବୋଟରେ ଉପଲବ୍ଧ ରହିଛି। ଯାହାକି ପର୍ଯ୍ୟଟକ ମାନେ ଏହି ବୋଟରେ ସୁଲଭ ମୂଲ୍ୟରେ ଶାନ୍ତିପୂର୍ଣ୍ଣ ନୌଯାତ୍ରା ସାଙ୍ଗକୁ ପ୍ରାକୃତିକ କାଳିଜାଇ ଦ୍ବୀପ, ପକ୍ଷୀ ଅଭୟାରଣ୍ୟ ନଳବଣ ସମେତ ଚିଲିକା ପରିସରରେ ଅବସ୍ଥାପିତ ସମସ୍ତ ଅଞ୍ଚଳ ପରିଭ୍ରମଣ କରିବାସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଉକ୍ତ ବୋଟରେ କିଛି ସମୟ ନୌଯାତ୍ରା କରିଥିଲେ। ପୂର୍ବରୁ ବଡ଼କୁଳ ଓଟିଡିସି ଠାରେ ୮ ଟି ବୋଟ ରହିଥିବା ବେଳେ ଆଜି ଦୁଇଟି କ୍ରୁଜ ବୋଟ ଉଦଘାଟନୀ ପରେ ଯାତ୍ରୀଙ୍କୁ ନୌଯାତ୍ରା ନେଇ ବୋଟ ସଂଖ୍ୟା ୧୦ ରେ ପହଞ୍ଚିଛି। କିନ୍ତୁ ଉକ୍ତ କ୍ରୁଜ ବୋଟରେ ନୌଯାତ୍ରାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା ବୋଲି ଓଟିଡିସି ସାଧାରଣ ପରିଚାଳକ ଡାଃ. ଲଲାଟେନ୍ଦୁ ସାହୁ କହିଛନ୍ତି।

ଇକୋ ଟ୍ୟୁରିଜିମ ଓଡ଼ିଶା ପର୍ଯ୍ୟଟନ କ୍ରୁଜ ବୋଟ ଚିଲିକା ପ୍ରଭାତୀ ପରିଡା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Latest News

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.