Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଗତ ୯ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆର ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ
ଆଜିର ଖବର

ବିଗତ ୯ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆର ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ

January 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଷ୍ଟାର୍ଟଅପ୍ ଇଣ୍ଡିଆର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ସଫଳତା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପରେ ପରିଣତ କରିଛି। ସରକାର ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆର ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି “ଷ୍ଟାର୍ଟଅପ୍ ଦୁନିଆର ପ୍ରତ୍ୟେକ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏହି ରାସ୍ତାରେ ଯିବାକୁ ମୁଁ ଅନୁରୋଧ କରୁଛୁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ ନିରାଶ ହେବେ ନାହିଁ!”।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:

ଆଜି ଆମେ ଷ୍ଟାର୍ଟଅପ୍ ଇଣ୍ଡିଆର ୯ ବର୍ଷ ପାଳନ କରୁଛୁ, ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହାକି ଅଭିନବତା, ଉଦ୍ୟମଶୀଳତା ଏବଂ ଅଭିବୃଦ୍ଧିକୁ ପୁନଃପରିଭାଷିତ କରିଛି। ଯୁବ ସଶକ୍ତିକରଣ ପାଇଁ ଏହା ଏକ ପ୍ରଭାବଶାଳୀ ଉପାୟ ଭାବେ ଉଭା ହୋଇଥିବାରୁ ଏହି କାର୍ଯ୍ୟକ୍ରମ ମୋ ହୃଦୟର ଅତି ନିକଟତର। ବିଗତ ୯ ବର୍ଷ ମଧ୍ୟରେ, ଏହି ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବକମାନଙ୍କୁ ସଶକ୍ତ କରିଛି ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପ୍ ରେ ପରିଣତ କରିଛି। ”

ସରକାରଙ୍କ କଥା କହିଲେ, ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଦିଗରେ ଆମେ କୌଣସି ସୁଯୋଗ ହାତଛଡ଼ା ଛାଡ଼ିନାହୁଁ। ଆମର ନୀତିଗୁଡ଼ିକ ବ୍ୟବସାୟ କରିବାରେ ସହଜତା, ସମ୍ବଳର ଉନ୍ନତ ଉପଲବ୍ଧତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ପ୍ରତ୍ୟେକ ସୁଯୋଗରେ ସମର୍ଥନ କରିବା ଉପରେ ଗୁରୁତ୍ୱାରୋପ କରିଛି। ଆମେ ସକ୍ରିୟ ଭାବରେ ଉଦ୍ଭାବନ ଏବଂ ଇନକ୍ୟୁବେସନ୍ ସେଣ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରୁଛୁ ଯାହାଦ୍ୱାରା ଆମର ଯୁବକମାନେ କର୍ମକ୍ଷେତ୍ରରେ ରିସ୍କ ନେବାକୁ ପଛଘୁଞ୍ଚା ଦେବେ ନାହିଁ। ମୁଁ ବ୍ୟକ୍ତିଗତ ଭାବରେ ଉଦୀୟମାନ ଷ୍ଟାର୍ଟଅପ୍ ଗୁଡ଼ିକ ସହିତ ନିୟମିତ ଭାବରେ ଆଲୋଚନା କରୁଛି।”

ଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ। ଯାତ୍ରାର ଏହି ପର୍ଯ୍ୟାୟରେ, ଆମେ ଆତ୍ମନିର୍ଭର ଭାରତରେ ଯୋଗଦାନ କରୁଥିବା ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ ଯାହାକି ପ୍ରତ୍ୟେକ ସ୍ବପ୍ନକୁ ସାକାର କରିବ ଓ ଆତ୍ମନିର୍ଭର ଭାରତ ଲାଗି ନିଜର ଯୋଗଦାନ ଦେବ। ମୁଁ ଷ୍ଟାର୍ଟଅପ୍ ଦୁନିଆର ପ୍ରତ୍ୟେକ ଯୁବକଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପଥରେ ଆଗେଇବାକୁ ଅଧିକରୁ ଅଧିକ ଯୁବକଙ୍କୁ ଆହ୍ୱାନ କରୁଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଆପଣ ନିରାଶ ହେବେ ନାହିଁ!

BJP Ads
ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
BJP Ads
Latest News

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.