Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପକ୍ଷୀ ଗଣନା ତାଲିମ ଶିବିରରେ ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଆଜିର ଖବର

ଚିଲିକା ପକ୍ଷୀ ଗଣନା ତାଲିମ ଶିବିରରେ ଯୋଗ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

January 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ତତ୍ବାବଧାନରେ ଆସନ୍ତାକାଲି ପକ୍ଷୀ ଗଣନା କରାଯିବ। ଏନେଇ ଆଜି ପୂର୍ବାହ୍ନରେ ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ରରେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ଏହି ତାଲିମ ଶିବିରକୁ ଜଙ୍ଗଲ,ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପ୍ରକୃତିମୟୀ ଚିଲିକାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା। ତାସହିତ ପ୍ରତିବର୍ଷ ଶୀତ ଋତୁରେ ବହୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାକୁ ଆହୁରି ଆକର୍ଷିତ କରିଥାଏ। ଯାହାଫଳରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି।ପର୍ଯ୍ୟଟନ ସ୍ଥଳୀ ଚିଲିକାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏବଂ ଏହାର ବିକାଶ ଦିଗରେ ଗୁରୁତ୍ୱ ଦେବାସହ ସ୍ଥାନୀୟ ଲୋକଙ୍କୁ ରୋଜଗାରକ୍ଷମ କରିବା ଆମର ଲକ୍ଷ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏଥିସହିତ ଚିଲିକାକୁ ପ୍ରଦୂଷଣ ମୁକ୍ତ କରିବାକୁ ସମସ୍ତଙ୍କ ପ୍ରୟାସ ନିହାତି ଆବଶ୍ୟକ ବୋଲି କହିଛନ୍ତି। ପକ୍ଷୀ ବିଶାରଦ ମାନେ ପକ୍ଷୀ ଗଣନାକାରୀଙ୍କୁ ତାଲିମ ଦେଇଛନ୍ତି।

ଉକ୍ତ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ ୧୩୦ ଜଣ ଅଂଶ ଗ୍ରହଣ କରିଥିଲେ। ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ରହିବେ ଏବଂ ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତି ଟିମରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜଣେ କର୍ମଚାରୀ ଗାଇଡ଼ କରିବାସହ ଗଣନା ପାଇଁ ଆବଶ୍ୟକ ମାନଚିତ୍ର, ଗନ୍ତବ୍ୟ ସ୍ଥଳ ଚିତ୍ର, ଜିପିଏସ, ବାଇନାକୁଳର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟ ବୁକ, ପକ୍ଷୀ ଚିହ୍ନଟ ନିମନ୍ତେ ଚିହ୍ନିତ ଚିତ୍ର ପ୍ରଭୃତି ଦିଆଯାଇଛି। ଏକକ, ବ୍ଲକ ଏବଂ ସର୍କଲ ପଦ୍ଧତିରେ ପକ୍ଷୀ ଗଣନା କରାଯିବ।

ସନ୍ଧ୍ୟାରେ ସମସ୍ତ ଗଣନାକାରୀ ଟିମ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର (ସିଡିଏ) ଠାରେ ପହଞ୍ଚିବା ପରେ ଚିଲିକାରେ ପକ୍ଷୀ ସଂଖ୍ୟା ଓ ପ୍ରଜାତି ସମଷ୍ଟିକରଣ କରାଯାଇ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯିବା ନେଇ ଡ଼ିଏଫଓ ଅମ୍ଳାନ ନାୟକ କହିଛନ୍ତି।

ଚିଲିକା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତାଲିମ ଶିବିର ପକ୍ଷୀ ଗଣନା
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.