Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ପ୍ରସ୍ତୁତି ବୈଠକ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ପ୍ରସ୍ତୁତି ବୈଠକ

February 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଓଡ଼ିଶା ସରକାର, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାରପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସ୍ୱ।ନ ଭିଡିଓ ସମ୍ମିଳନୀ କକ୍ଷରେ ସକାଳ ୧୧.୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି।

ଅତ୍ୟାବଶ୍ୟକ ସ୍ଥଳେ ବିଡିଓ ଏବଂ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କ ଅନୂମୋଦନ କ୍ରମେ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ପିଇବାପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଆର୍ଡଵ୍ଲୁଏସ‌ଏସ, ୱ।ଟକୋ,  କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଡ଼ିଓ ଏବଂ ବିଏମସି ର ଅଧିକାରୀମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ। ଜନଗହଳୀ ପୂର୍ଣ୍ଣ ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ /ନାଳ ତଥା କେନାଲରେ ଆବଶ୍ୟକ ସ୍ଥଳେ ପାଣି ଛାଡିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ନିୟମିତ ସ୍ୱଚ୍ଛ ତଥା ବିଶୁଦ୍ଧ ପାଣି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଏନଜିଓ ମାନ ଙ୍କ ସହ ପରାମର୍ଶ କରି ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ।

ବିଏମ୍ ସି ତଥା ସହରାଞ୍ଚଳ ରେ ଦିନ ସମୟରେ ଗୃହ ହିନ ଏବଂ ନିରାଶ୍ରୟ ଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବା ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟାଳୟ ମାନଙ୍କ ରେ ପାଣି ର ବ୍ୟବସ୍ଥା କରାଯିବାକୁ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପିଲାମାନଙ୍କୁ ସାଙ୍ଗରେ ପାଣି ବୋତଲ ଆଣି ଆସିବାକୁ ପରାମର୍ଶ ଦେଇଥଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଗର୍ଭବତୀ ମା ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ/ ପରିବହନ ଅଧିକାରୀ ଯାତାୟତ ବସ ରେ ପାନୀୟ ଜଳ ର ବ୍ୟବସ୍ଥା କରିବାକୁ/ ଶ୍ରମ ଅଧିକାରୀଙ୍କୁ ପୁର୍ଵାହ୍ନ ୧୧.୦୦ ଘଣ୍ଟା ରୁ ଅପରାହ୍ନ ୩.୦୦ ଟା ପର୍ଯ୍ୟନ୍ତ ଶ୍ରମିକମାନେ ଖରାରେ କାମ ନ କରିବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବିଦ୍ୟୁତ ବିଭାଗକୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ/ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଓ ଆର୍ ଏସ, ଆବଶ୍ୟକୀୟ ଔଷଧ, ସ୍ବତନ୍ତ୍ର ଅଂଶୁଘାତ ଜନିତ ୱାର୍ଡ ଏବଂ ଅଂଶୁଘାତଜନିତ ମୃତ୍ୟୁ କୁ ତହସିଲଦାର ଏଵଂ ମେଡିକାଲ ଅଫିସର ଙ୍କ ମିଳିତ ଅନୁସନ୍ଧାନ ପରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟକୁ Do’s and Don’t ନିୟମ ଅନୁଯାଇ ସରକାରଙ୍କ ପ୍ରଦତ୍ତ ଗାଇଡ ଲାଇନ ଅନୁସାରେ ଗଣ ମାଧ୍ୟମର ସହାୟତାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିଥିଲେ। ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ /ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅନାଦି ଚରଣ ସେଠି/ ସି ଡି ଏମ ଓ ଡଃ ରାଜ ଲକ୍ଷ୍ମୀ ପଟ୍ଟନାୟକ,/ ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର/ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗିତାନଶୁ ମୋହନ ଦାସ/ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,ମିରାଵାଈ ବେହେରା /ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଖୋର୍ଦ୍ଧା, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ଓଡିଶା ସରକାର ଖୋର୍ଦ୍ଧା ଗ୍ରୀଷ୍ମ ପ୍ରବାହ ପ୍ରତିକାର ପ୍ରସ୍ତୁତି ବୈଠକ ସ୍ଵତନ୍ତ୍ର ରିଲିଫ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026
Latest News

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.