Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନ ସ୍ଥଳୀ ଭୀମମଣ୍ଡଳୀ କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ପର୍ଯ୍ୟଟନ ସ୍ଥଳୀ ଭୀମମଣ୍ଡଳୀ କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ

February 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସବୁଜ ବନାନି ଘେରା ଏବଂ ଘଞ୍ଚ ଜଙ୍ଗଲ ଓ ଉଚ୍ଚ ପର୍ବତ ମାଳାରେ ପର୍ଯ୍ୟବେଶିତ, ଚମ୍ପାଳୀ ନଦୀ କୂଳରେ ଥିବା ପ୍ରସିଦ୍ଧ ଐତିହ୍ୟ ପୀଠ ଭୀମ ମଣ୍ଡଳୀ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ପ୍ରଥମ କରି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଭୀମ ମଣ୍ଡଳୀ ଗସ୍ତକରି ପ୍ରଥମେ ଭୀମମଣ୍ଡଳୀ ଗୁମ୍ଫା ପାର୍ଶ୍ଵରେ ଅବସ୍ଥିତ ଗୁପ୍ତେଶ୍ୱର ଦର୍ଶନପରେ ଭୀମମଣ୍ଡଳୀ ବୁଲି ଦେଖିଥିଲେ। ଗୁମ୍ଫାଗୁଡିକର ପ୍ରସ୍ତର ଦେହରେ ଥିବା ବିଭିନ୍ନ ଶୀଳାଲେଖ ଗୁଡିକ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଅଧିବାସୀଙ୍କ ସହ ମିଶିଲେ ଓ କଥା ହେଲେ। ଏଏସଆଇ ଅଧିକାରୀଙ୍କ ସହ ଏହି ଐତିହ୍ୟ ସ୍ଥାନର ଉତ୍ପତି, ଐତିହ୍ୟ ଓ ଇତିହାସ ଉପରେ ଆଲୋଚନା କରିଛନ୍ତି।

ଐତିହାସିକଙ୍କ ମତରେ ପାଖାପାଖି ୩୦ ହଜାର ବର୍ଷ ପୂର୍ବରୁ ଭୀମମଣ୍ଡଳୀରେ ମାନବ ସଭ୍ୟତା ଗଢି ଉଠିଥିଲା ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ଆଇସିଏଚଆର ସମେତ ବିଭିନ୍ନ ମାଧ୍ୟମରେ ଉଚ୍ଚସ୍ତରୀୟ ଗବେଷଣା କରାଯିବ। ଜାତୀୟ ସ୍ତରରେ ଡେବ୍ରୀଗଡ଼ ଓ ଭୀମମଣ୍ଡଳୀର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହେବ। ଡେବ୍ରିଗଡ, ଭୀମମଣ୍ଡଳୀ ଓ ହୀରାକୁଦକୁ ନେଇ ଏକ ପର୍ଯ୍ୟଟନ କ୍ଳଷ୍ଟର କରିବାପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

ଏହି ଐତିହ୍ୟ ଅଞ୍ଚଳର ପ୍ରସିଦ୍ଧି ବଢିବା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ। ପ୍ରଧାନମନ୍ତ୍ରଙ୍କ ଦ୍ୱାରା ଆକାଂକ୍ଷା ବ୍ଲକ ଅଧୀନରେ ପରିବର୍ତ୍ତନ ହୋଇଥିବା ଦେଶର ୫୦୦ ବ୍ଲକ ମଧ୍ୟରୁ ନାକଟିଦେଉଳ ବ୍ଲକ ଅନ୍ୟତମ। ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ବର ବଳିରାମ ବନ୍ଦର ସଭା ପରିଚାଳନା କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଉତ୍ତରାଞ୍ଚଳ ଆଇଜୀ ସମ୍ବଲପୁର ହିମାଂଶୁ ଲାଲ, ଉତ୍ତରାଞ୍ଚଳ ରାଜସ୍ବ କମିସନର ସଚିନ ରାମଚନ୍ଦ୍ର ଯାଦବ, ଏସପି ମୁକେଶ ଭାମୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭିସି ଏନ ନାଗରାଜୁ ରାଓ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାଏକ, ଐତିହାସିକ ଦୀପକ ପଣ୍ଡା, ଗଙ୍ଗାଧର ମହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ଅଧ୍ୟାପକ ଅତୁଳ ଚରଣ ପ୍ରଧାନ, ନାକଟିଦେଉଳ କଲେଜର ଇତିହାସ ଅଧ୍ୟାପକ ଦେବେଶ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ବିଡ଼ିଓ କ୍ଷମା ନିଧି ଭୋଇ ମଧ୍ୟ୍ ଉପସ୍ଥିତ ଥିଲେ।

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026
Latest News

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୪ ତାରିଖ ମଙ୍ଗଳବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲାମାଲ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.