
ବଲାଙ୍ଗିର: ବଲାଙ୍ଗିର ବନବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟାୟ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗିତା ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ସବୁ ବିଭାଗୀୟ ଅଧିକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ଦୁଇ ମାସ ଭିତରେ ଗରୀବଙ୍କୁ ଜମିପଟ୍ଟା ଦିଆଯିବ। ଦୁଇମାସ ଭିତରେ ସରକାରୀ ଜମି ଜବରଦଖଲ କରିଥିଲେ ସରକାରୀ ଖାତାକୁ ଫେରାଇ ଅଣାଯିବ, ଲୋୟର ସୁକ୍ତେଲ ଜଳ ସେଚନ ପ୍ରକଳ୍ପ କ୍ଷତି ଗ୍ରସ୍ତ ଓ ବାସଚ୍ୟୁତ ଙ୍କ ଥାଇଥାନ, ଶିକ୍ଷାନୁଷ୍ଠାନକୁ ଜମି ଯୋଗାଇ ଦିଆଯିବ। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ଆହୁରି ଜମି ଯୋଗାଇ ଦେବାକୁ ରାଜସ୍ବ ମନ୍ତ୍ରୀ କହିଛନ୍ତି।
ସେହିପରି ବେଆଇନ ବାଲି ଚୋରାଚାଲାନକୁ ରୋକିବାକୁ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ। ସରକାରୀ କର୍ମଚାରୀ ୪ଘଣ୍ଟାରୁ କମ୍ କାମ କଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ ତଥା ବଲାଙ୍ଗୀର ହରିଶଙ୍କର ପ୍ରସ୍ତାପିତ ରେଳପଥ ଏବଂ ରାଜ୍ୟ ରାଜପଥ ର ଉନ୍ନତି କରଣ କରାଯିବ। ବଲାଙ୍ଗୀର ପରି ଜ଼ିଲ୍ଲା ଉନ୍ନତି କଲେ ରାଜ୍ୟ ବିକଶିତ ହେବ ଓ଼ ପରେ ଭାରତ କୁ କିପରି ବିକଶିତ ଭାରତ କରିବା ରାଜ୍ୟ ଓ଼ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।