Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭାରତର ଅଭିବୃଦ୍ଧି ଇଞ୍ଜିନ୍ ହେବ, ଜିଡିପିକୁ ଗତି ପ୍ରଦାନ କରିବ: ଆକାଶ ଅମ୍ବାନୀ
ଆଜିର ଖବର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭାରତର ଅଭିବୃଦ୍ଧି ଇଞ୍ଜିନ୍ ହେବ, ଜିଡିପିକୁ ଗତି ପ୍ରଦାନ କରିବ: ଆକାଶ ଅମ୍ବାନୀ

March 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ (ଆରଜେଆଇଏଲ୍) ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କୁ ଏହି ପିଢ଼ିର ସବୁଠାରୁ ବଡ ପରିବର୍ତ୍ତନ ବୋଲି ବର୍ଣ୍ଣନା କରିଛନ୍ତି। ଜିଓ ୱାର୍ଲ୍ଡ ସେଣ୍ଟରରେ ‘ମୁମ୍ବାଇ ଟେକ୍ ସପ୍ତାହ ୨୦୨୫’ ଅବସରରେ ଆକାଶ ଅମ୍ବାନୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଏଆଇ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ପ୍ରମାଣିତ ହେବ, ଯାହା ଆଗାମୀ କିଛି ବର୍ଷରେ ଦେଶକୁ ୧୦ ପ୍ରତିଶତ କିମ୍ବା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାର ହାସଲ କରିବାରେ ସକ୍ଷମ କରିବ। ଡ୍ରିମ୍ ଇଲେଭେନ ସିଇଓ ହର୍ଷ ଜୈନଙ୍କ ସହ ଫାୟାରସାଇଡ ବାର୍ତ୍ତାଳାପରେ ଭାଗନେଇ ଆକାଶ ଅମ୍ବାନୀ ଭବିଷ୍ୟତ ପାଇଁ ଏଆଇକୁ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଏହି ଅବସରରେ ଆକାଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନୀ ଏଆଇ କ୍ଷେତ୍ରରେ ମାର୍ଗଦର୍ଶନ କରିବା ପାଇଁ ୧୦୦୦ ରୁ ଅଧିକ ଡାଟା ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରଙ୍କ ଏକ ଟିମ୍ ଗଠନ କରିଛି। କମ୍ପାନୀ ଜାମନଗରରେ ଏକ ଗିଗାୱାଟ କ୍ଷମତା ଡାଟା ସେଣ୍ଟର ମଧ୍ୟ ନିର୍ମାଣ କରୁଛି ଯାହା ଦେଶର ଏଆଇକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ କମ୍ପାନୀ ଗ୍ରାଫିକ୍ ପ୍ରସେସିଂ ୟୁନିଟ୍ (ଜିପିୟୁ) ପାଇଁ ମଧ୍ୟ ମଧ୍ୟ ବିଚାର କରୁଥିବା ସେ କହିଛନ୍ତି।

ଜିଓ ଚେୟାରମ୍ୟାନ୍ କହିଛନ୍ତି ଯେ ଭାରତରେ ଏଆଇକୁ ଆଗକୁ ନେବାକୁ ହେଲେ ଏହାକୁ ତିନୋଟି ମୌଳିକ କ୍ଷେତ୍ର – ଏଆଇ ଭିତ୍ତିଭୂମି, ଅନୁସନ୍ଧାନ ଓ ବିକାଶ ଏବଂ କୁଶଳୀ ପ୍ରତିଭା ଉପରେ ଧ୍ୟାନ ଦେବାକୁ ପଡିବ। ଭାରତରେ ଡିଜିଟାଲ୍ ଏବଂ ଏଆଇ ଭିତ୍ତିଭୂମି ବିକାଶରେ କ୍ରମାଗତ ନିବେଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି, “ସେସବୁ ଦିନ ଚାଲିଗଲାଣି ଯେବେ ଆମେ ଟେକ୍ନୋଲୋଜି ବିଷୟରେ ପଛୁଆ ରହିଥିବା ଦୃଷ୍ଟିରୁ ଭାବୁଥିଲୁ। ମୁଁ ଭାବୁଛି ଆମେ ବିଶ୍ୱରେ ଏହା ପ୍ରମାଣିତ କରିଛୁ ଯେ ଭାରତ ସେହି ଅଗ୍ରଣୀ ଦେଶଗୁଡିକ ମଧ୍ୟରୁ ଅନ୍ୟତମ, ଯାହା ଶୀଘ୍ର ଟେକ୍ନୋଲୋଜିକୁ ଗ୍ରହଣ କରିପାରିବ ଏବଂ ଦେଶର ହିତ ପାଇଁ ଟେକ୍ନୋଲୋଜିର ଉପଯୋଗ କରିପାରିବ।”

ଆକାଶ ଅମ୍ବାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜିଡିପି ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026
Latest News

ପୋଲିସ ହେପାଜତରେ ଅଭିଜିତ, ସୌରଭ ଏବଂ ଆଶୁତୋଷ: ଜାଣନ୍ତୁ ଅପଡେଟ୍

October 10, 2026

CJP ପ୍ରତିବାଦ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଧ୍ରୁବ ରାଠୀଙ୍କୁ ଅଟକ ରଖିଲା ଦିଲ୍ଲୀ ପୋଲିସ

October 10, 2026

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.