Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶୀ ନୃତ୍ୟ କରି ଦର୍ଶକଙ୍କ ମନ ମୋହୁଛନ୍ତି ଛତ୍ରପୁରର ଅଳକା ସାହୁ
ଆଜିର ଖବର

ଓଡିଶୀ ନୃତ୍ୟ କରି ଦର୍ଶକଙ୍କ ମନ ମୋହୁଛନ୍ତି ଛତ୍ରପୁରର ଅଳକା ସାହୁ

March 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଓଡିଶାର ଲୋକପ୍ରିୟ ନୃତ୍ୟ ଓଡିଶୀ। ଖାଲି ଓଡିଶା, ନୁହେଁ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ନୃତ୍ୟ କେବଳ ଗୋଟେ ନୃତ୍ୟ ନୁହେଁ ଏହା ଏକ ସାଧନା। ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀ ମାନେ ନିଜର ନୃତ୍ୟ ମାଧ୍ୟମରେ ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରିଥାନ୍ତି। ଦୀର୍ଘ ୪୨ ବର୍ଷ ହେଲା ଏହି ନୃତ୍ୟ ସାଧନା କରି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅନ୍ତର୍ଜାତିକ ନୃତ୍ୟଶିଳ୍ପୀ ଅଳକା ସାହୁ।

ପିଲାଟି ବେଳୁ ଅଳକାଙ୍କ ପାଦ ଯୁଗଳ ନାଚିବାକୁ ହେଉଥିଲା ପାଗଳ। ଗୀତଟିଏ କାନରେ ବାଜିଲେ ତାଙ୍କ କୁନି କୁନି ପାଦ କେତେ ଛନ୍ଦକୁ ହାତ ଠାରି ଡାକୁଥିଲା। ପିତା ଗଣେଶ୍ୱର ସାହୁ ଓ ମାତା ଗୌରୀ ସାହୁଙ୍କ ଠାରୁ ୧୯୭୩ ମସିହା ଜୁନ୍ ମାସ ୩୦ ତାରିଖରେ ଜନ୍ମ ଗ୍ରହଣ କରି ପିତା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୬ ବର୍ଷ ବୟସରୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସୁଧାକର ସାହୁଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ପରେ ପରେ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତର ପ୍ରତିଯୋଗିତାରେ ଆଗ୍ରା, କଥକା ଓ ଓଡିଶୀ ନୃତ୍ୟ ମାଧ୍ୟମରେ ଜଗନ୍ନାଥ ଓ ଶିବଙ୍କ ଭଜନରେ ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ ହେବା ସହ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।

ବର୍ତ୍ତମାନ ସେ ଛତ୍ରପୁର ସହରର ଜଣେ ସୁନାମଧନ୍ୟ ନୃତ୍ୟ ଗୁରୁ ଭାବେ ପରିଚିତ। ସେ ନିଜେ ସହରର ରିକାପଲ୍ଲୀ ଠାରେ ଜୟ ଗଣେଷ କଳା ବିକାଶ କେନ୍ଦ୍ର ନାମକ ଏକ ନୃତ୍ୟ ଅନୁଷ୍ଠାନ କରି ବର୍ତ୍ତମାନ ବହୁ ନୃତ୍ୟଶିଳ୍ପୀକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ସେ ୪୦୦ ରୁ ଉର୍ଦ୍ଧ୍ଵ ନୃତ୍ୟଶିଳ୍ପୀ ନିର୍ମାଣ କରିଥିବା କହିଛନ୍ତି ନୃତ୍ୟଗୁରୁ ଶ୍ରୀମତି ସାହୁ।

୨୦୧୩ ମସିହାରେ ମାଲେସିଆରେ ନୃତ୍ୟ ପ୍ରଦର୍ଶନ କରିବା ସହ ୨୦୧୭ ରେ ପୁଣି ମାଲେସିଆ, ସିଙ୍ଗାପୁର ଓ ଗତ ବର୍ଷ ଇଣ୍ଡୋନେସିଆରେ ନୃତ୍ୟ ପ୍ରଦର୍ଶନ କରି ରାଜ୍ୟ ଓ ଗଞ୍ଜାମ ଜିଲ୍ଲା ପାଇଁ ସୁନାମ ଆଣିଦେଇଛନ୍ତି। ସେହିପରି ୨୦୧୮ ରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ “ଉର୍ବସୀ” କାର୍ଯ୍ୟକ୍ରମରେ ବେଷ୍ଟ ଗୁରୁ ଆୱାର୍ଡ ପାଇବା ସହିତ ରୋପ୍ୟ ପଦକ ହାସଲ କରିଥିଲେ। ସେ ୧୮ ବର୍ଷରୁ ୨୫ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସିନିୟର ସ୍କଲାରସିପ୍ ମଧ୍ୟ ପାଉଥିଲେ।

୨୦୧୧ ରେ ଭୁବନେଶ୍ୱରର ରଙ୍ଗମଂଚରେ ତତ୍କାଳୀନ ଗଭର୍ଣ୍ଣର ଗଣେଷୀ ଲାଲଙ୍କ ଠାରୁ ଗଭର୍ଣ୍ଣର ଆୱାର୍ଡ ମଧ୍ୟ ପାଇଛନ୍ତି। ନୃତ୍ୟ ଶିକ୍ଷା ବେଳେ ହିନ୍ଦୁସ୍ଥାନୀ ଭୋକାଲ ଗୀତ ମଧ୍ୟ ଶିକ୍ଷା କରିଛନ୍ତି ସେ। ଧିରେ ଧିରେ ସାର୍ଥକ ଟିଭିର ଦାଦାଗିରି ଭଳି ରିୟଲିଟି ସୋରେ ଭାଗ ନେଇ ବିଜୟୀ ମଧ୍ୟ ହୋଇଛନ୍ତି। ଇ ଟିଭି ର ବୁମ ସାକା ଲାକା ଓ ମୁଁ ମମି ମିସ୍ ସାର ଭଳି ରିୟଲିଟି ସୋ ରେ ବିଚାରପତି ଭାବେ ରହି ନୂତନ କଳାକାର ମାନଙ୍କୁ ଚୟନ କରିଛନ୍ତି।

ଏଥି ସହିତ ଭାରତ ସରକାରଙ୍କ ନେହୁରୁ ଯୁବ କେନ୍ଦ୍ର ଓ ପୂର୍ବାଚଂଳ ସାଂସ୍କୃତିକ କେନ୍ଦ୍ର କଲିକତା, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଆଦି ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସଂହତି, ଯୁବ ଉତ୍ସବ ଓ ଓଡିଶୀ ନୃତ୍ୟ ଉତ୍ସବ ଇତ୍ୟାଦିରେ ନୃତ୍ୟ ପରିବେଷଣ କରି ସମ୍ମାନୀତ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଉତ୍ସବମାନଙ୍କରେ ନିମନ୍ତ୍ରିତ ଅତିଥି କଳାକାର ରୂପେ ଯୋଗଦେଇ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରି ଅନେକ ପ୍ରଶଂସା ଓ ଗୈାରବର ଅଧିକାରିଣୀ ହୋଇପାରିଛନ୍ତି।

ସେହିପରି କଟକ ବାଲି ଯାତ୍ରା,ଗୋପାଳପୁର ବିଚ୍ ଫେଷ୍ଟିଭଲ, ଭୁବନେଶ୍ୱର ,ମଧ୍ୟପ୍ରଦେଶ, ନୂଆଁ ଦିଲ୍ଲୀ, ତ୍ରିପୁରା, ଛତିଶଗଡ, ମାଲେସିଆ, କୁଆଲାମପୁର ଆଦି ବିଭିନ୍ନ ସ୍ଥାନରେ ନିଜ ନୃତ୍ୟ ମାଧ୍ୟମରେ ବହୁ ପୁରସ୍କୃତ ହୋଇଛନ୍ତି। ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ ସେଣ୍ଟ୍ରାଲ ସ୍କୁଲରେ ୯ ବର୍ଷ ନୃତ୍ୟ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ରେ ୧ ବର୍ଷ ଓ ଆର୍ମି ପବ୍ଲିକ ସ୍କୁଲରେ ୧୩ ବର୍ଷ ନୃତ୍ୟ ଶିକ୍ଷକ ଭାବେ ସୂଚାରୂ ରୂପେ ଦାୟିତ୍ୱ ତୁଲାଇଛନ୍ତି। ୨୦୦୪ ମସିହାରେ ମୁମ୍ବାଇ ସ୍ଥିତ ଅଖିଳ ଭାରତୀୟ ଗାର୍ନ୍ଧବ ମହାବିଦ୍ୟାଳୟର ମୁଣ୍ଡଳ ଓ ୨୦୦୭ ମସିହାରେ ଚଣ୍ଡୀଗଡ ସ୍ଥିତ ପ୍ରାଚୀନ କଳାକେନ୍ଦ୍ର ରେ ବି. ଇ. ଡି ଶିକ୍ଷା ପ୍ରାପ୍ତ କରିଛନ୍ତି।

ବର୍ତ୍ତମାନ ସେ ଭୁବନେଶ୍ୱରର ସଙ୍ଗୀତ ନାଟକ ଏକାଡେମୀରେ ପରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଆନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀମତି ସାହୁଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରି ତାଙ୍କର ବହୁ ଶିଷ୍ୟ ଆଜି ଜର୍ମାନୀ, ଦୁବାଇ ଓ ଚେନ୍ନାଇ ଭଳି ବିଭିନ୍ନ ସ୍ଥାନରେ ଜୟ ଗଣେଷ କଳା ବିକାଶ କେନ୍ଦ୍ର ନାମକ ଅନୁଷ୍ଠାନ କରି ନୂତନ ନୃତ୍ୟଶିଳ୍ପୀଙ୍କୁ ସୃଷ୍ଟି କରୁଥିବା ମଧ୍ୟ କହିଛନ୍ତି ବିଷିଷ୍ଠ ନୃତ୍ୟଶିଳ୍ପୀ ଶ୍ରୀମତି ସାହୁ। ଯୁଗର ପରିବର୍ତ୍ତନ ସାଙ୍ଗକୁ ଏବେକାର ଶିଶୁ ମାନଙ୍କୁ ନୃତ୍ୟ ଶିକ୍ଷା କରିବା ପାଇଁ ଅଭିଭାବକ ମାନଙ୍କ ଆଗ୍ରହ ପ୍ରକାଶ ପାଉଥିବାରୁ ବହୁ ନୂତନ ନୃତ୍ୟଶିଳ୍ପୀ ଏବେ ନୃତ୍ୟ ଶିକ୍ଷା କରିବାକୁ ଆସୁଛନ୍ତି।

ସେ ଛତ୍ରପୁର ରେ ଖୋଲିଥିବା ତାଙ୍କ ନିଜ ଅନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ମାସକୁ ୨୦୦ ଟଙ୍କାରେ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। କରୋନା ମହାମାରୀ ସମୟରେ ସେ ତାଙ୍କ ନିଜସ୍ୱ ରଚନାରେ ନୃତ୍ୟ ଓ ଗୀତ ରଚନା କରି ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ। ଆଉ ଏଥିପାଇଁ ସେ ଅଂଚଳବାସିନ୍ଦାଙ୍କ ବେଶ୍ ପ୍ରଶଂସାର ପାତ୍ରୀ ହୋଇଥିଲେ।

ଓଡିଶୀ ନୃତ୍ୟ ଛତ୍ରପୁର
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025

Nuapada Voting: ସକାଳ ୯:୦୦ ସୁଦ୍ଧା ମତଦାନର ହାର ୧୪.୯୯ ପ୍ରତିଶତ

November 11, 2025
Latest News

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

Nuapada Bypoll: ପୂର୍ବାହ୍ନ ୧୧:୦୦ ସୁଦ୍ଧାର ମତଦାନର ହାର ୩୨.୫୧% ରହିଛି

November 11, 2025

ନୂଆପଡା ମତଦାନ ପୂର୍ବରୁ କାହିଁକି ପୂଜାପାଠ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

November 11, 2025

Bihar Assembly Voting: ସକାଳ  ୯ ଟା ସୁଦ୍ଧା ବିହାରରେ ୧୪.୫୫ ପ୍ରତିଶତ ମତଦାନ

November 11, 2025

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବ ଉପରେ ଝିଅଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ ଅପଡେଟ୍ ଦେଲେ ଇଶା ଦେଓଲ

November 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.