Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୩ ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ ସମର୍ପଣ ଉଦ୍‌ଘାଟିତ
ଆଜିର ଖବର

୧୩ ତମ ବାର୍ଷିକ ଭକ୍ତି ରସାତ୍ମକ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ ସମର୍ପଣ ଉଦ୍‌ଘାଟିତ

March 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୩ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣ ଏକ ବର୍ଣ୍ଣାଢ୍ୟ ପରିବେଶରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଅଛି। ଭାରତୀୟ ସୁଫିୟାନା ସଙ୍ଗୀତ ସହିତ ଅନ୍ୟାନ୍ୟ ଭକ୍ତି ରସାତ୍ମକ ଓ ଆଧ୍ୟାତ୍ମିକ ସଙ୍ଗୀତର ପ୍ରଚାର ଓ ପ୍ରସାର ଏହି ଉତ୍ସବର ମୂଳ ଉର୍ଦ୍ଦେଶ୍ୟ। ଏହି ଉତ୍ସବ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬.୩୦ ଘଟିକାରୁ ଅନୁଷ୍ଠିତ ହେବ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଲିକତାରୁ ଆସିଥିବା ବିଦୁଷି ମନାଲି ବୋଷଙ୍କ ଦ୍ୱାରା କଣ୍ଠ ସଙ୍ଗୀତ ପରିବେଷଣ। ସେ ମୀରାବାଇ, କବୀରଦାସ, ସୁରଦାସ, ତୁଲସୀଦାସ, ଗୁରୁ ନାନକ, ଖଲାଶ, ବ୍ରହ୍ମାନନ୍ଦ ଓ ଜ୍ଞାନଦାସଙ୍କ ଦ୍ୱାରା ରଚିତ କିଛି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଯାହା ଅତି ଚମତ୍କାର ଓ ସୁମଧୁର ଥିଲା। ସେ ବିଭିନ୍ନ ରାଗ ଓ ତାଳ ସମଷ୍ଟିରେ ଉଚ୍ଚକୁଟିର ସଙ୍ଗୀତ ପରିବେଷଣ କରି ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କୁ ତବଲାରେ ଇମନ୍‍ ସରକାର ଓ ହାରମୋନିୟମ୍‍ରେ ଜନାବ୍‍ ସପ୍ତକ୍‍ ହୁସେନ୍‍ ସହଯୋଗ କରିଥିଲେ।

ସଂଧ୍ୟାର ଦ୍ୱିତୀୟ ତଥା ଅନ୍ତିମ ପରିବେଷଣ ଥିଲା ମୁମ୍ବାଇରୁ ଆସିଥିବା ବିଦୁଷି ଅମୃତ କାଲେଙ୍କ ଦ୍ୱାରା ଅଭଙ୍ଗ ସଙ୍ଗୀତ ପରିବେଷଣ। ତାଙ୍କ ପ୍ରସ୍ତୁତିରେ ଥିଲା କିଛି ସୁନ୍ଦର ଭକ୍ତି, ସୁଫି ଓ ନିର୍ଗୁଣୀ ପରମ୍ପରାର ସଙ୍ଗୀତ, ଯାହା ଭଗବାନ ବିଠଲଙ୍କୁ ସମର୍ପଣ କରାଯାଇଥିଲା। ଭଗବାନ ବିଠଲଙ୍କୁ ସାଧାରଣତଃ ଭଗବାନ ବିଷ୍ଣୁ କିମ୍ବା ତାଙ୍କ ଅବତାର କୃଷ୍ଣଙ୍କ ଭାବରେ ବିବେଚନା କରାଯାଏ। ଅମୃତ କାଲେଙ୍କ ସଙ୍ଗୀତ ଚମତ୍କାର ଏବଂ ସୁମଧୁର ଥିଲା ଯାହାକୁ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକମାନେ ପ୍ରଶଂସା କରିଥିଲେ। ତାଙ୍କୁ ତବଲାରେ ତେଜଭ୍ରୁଷ ଏସ୍‍ ଜୋଶୀ, ହାରମୋନିୟମ୍‍ରେ ଆକାଶ ରଞ୍ଜିବ ବିଶ୍ୱାଳ, ପଖୱାଜରେ ସୋମ୍ୟ ରଞ୍ଜନ ନାୟକ, ପର୍କ୍ୟୁସନରେ ସିମାଞ୍ଚଳ ମହାରଣା, ମଞ୍ଜିରାରେ ରାଜେଶ କୁମାର ଜେନା ଓ ତାନପୁରାରେ ମନ୍ଦାକିନୀ ଶ୍ରେୟା ସହଯୋଗ କରିଥିଲେ।

ଉଦ୍‍ଘାଟନୀ ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଡ଼କ୍ଟର ଅରବିନ୍ଦ ବେହେରା, ଭୁବନେଶ୍ୱର ମ୍ୟୁଜିକ ସର୍କଲର ଉପ ସଭାପତି ବିଦୁ ଭୁଷଣ ମହାନ୍ତି, ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ ପଟ୍ଟନାୟକ ଏବଂ ଭାରତ ସରକାରଙ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୀଳମାଧବ ମହାନ୍ତି। କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଚାଳନାରେ ସାହାଯ୍ୟ କରିଥିଲେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଦସ୍ୟା ମୀରା ପଣ୍ଡା। ଏହି ସମର୍ପଣ କାର୍ଯ୍ୟକ୍ରମଟିର ସିଧାପ୍ରସାରଣ ଭୁବନେଶ୍ୱର ମ୍ୟୁଜିକ ସର୍କଲର ୟୁଟ୍ୟିବ୍‍ ଚ୍ୟାନେଲରେ ପ୍ରସାରିତ କରାଯାଉଅଛି।

ରବୀନ୍ଦ୍ର ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.