ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଯୁବକ କୋର୍ଟ ଚାଲାଣ

Published: Mar 9, 2025, 6:57 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଫେବୃୟାରୀ ୨୬ ତାରିଖ ଦିନ ଜନୈକା ନାବାଳିକା ନିଖୋଜ ହୋଇଥିବା ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ନିମଖଣ୍ଡି ଥାନା ପୋଲିସ୍ ଘଟଣାର ଅନୁସନ୍ଧାନ ଚଳାଇଥିଲା।

ବର୍ତ୍ତମାନ ଏହି ମାମଲାରେ ପୋଲିସ ସଫଳତା ପାଇଛି। ଅଭିଯୁକ୍ତ ଯୁବକ ଶଙ୍କର ସାହୁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରି ନାବାଳିକାର ବୟାନ ରେକର୍ଡ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ନାବାଳିକାର ନିଖୋଜ ପରେ ନାବାଳିକାଙ୍କ ପରିବାର ଲୋକେ ଶଙ୍କର ସାହୁ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ଓ ନାବାଳିକା ଜଣକ ଘରୁ ଗଲା ବେଳେ କିଛି ଟଙ୍କା ଓ ସ୍ବର୍ଣ୍ଣ ଅଳଙ୍କାର ନେଇ ଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମୋବାଇଲ ଫୋନକୁ ଟ୍ରାକିଂ କରି ଶଙ୍କରଙ୍କୁ କାବୁ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ।

Related posts