Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୪-୨୫ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ଦ୍ୱିତୀୟ ଆଗୁଆ ଆକଳନ ଜାରି କଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଆଜିର ଖବର

୨୦୨୪-୨୫ ପାଇଁ ପ୍ରମୁଖ ଫସଲ ଉତ୍ପାଦନର ଦ୍ୱିତୀୟ ଆଗୁଆ ଆକଳନ ଜାରି କଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

March 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୨୦୨୪-୨୫ ବର୍ଷ ପାଇଁ ପ୍ରମୁଖ ଫସଲ (ଖରିଫ ଓ ରବି) ଉତ୍ପାଦନର ଦ୍ୱିତୀୟ ଆଗୁଆ ଆକଳନ ଜାରି କରିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ କୃଷି ଫସଲର ତଥ୍ୟକୁ ଅନୁମୋଦନ ଏବଂ ଉନ୍ମୋଚନ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। କୃଷି ମନ୍ତ୍ରଣାଳୟ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସହାୟତା ଏବଂ ପ୍ରୋତ୍ସାହନ ପ୍ରଦାନ କରୁଛି, ଯାହା ଫଳରେ ଫସଲ ଉତ୍ପାଦନରେ ରେକର୍ଡ ବୃଦ୍ଧି ଘଟିଛି।

ରିମୋଟ୍ ସେନ୍ସିଂ, ପାଣିପାଗ ପର୍ଯ୍ୟବେକ୍ଷକ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଏଜେନ୍ସିମାନଙ୍କ ଠାରୁ ପ୍ରାପ୍ତ ସୂଚନା ସହିତ ରାଜ୍ୟଗୁଡିକରୁ ପ୍ରାପ୍ତ ଫସଲ କ୍ଷେତ୍ରକୁ ବୈଧ କରାଯାଇଛି। ଏହା ବ୍ୟତୀତ କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଓଏଆଣ୍ଡଏଫଡବ୍ଲ୍ୟୁ) ଖରିଫ ଓ ରବି ଋତୁ ପାଇଁ ସେମାନଙ୍କ ମତାମତ ଗ୍ରହଣ କରିବା ପାଇଁ ଶିଳ୍ପ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧିମାନଙ୍କ ସହ ଅଂଶୀଦାରଙ୍କ ପରାମର୍ଶ ପାଇଁ ପଦକ୍ଷେପ ନେଇଛି। ଆକଳନ ଚୂଡ଼ାନ୍ତ କରିବା ସମୟରେ ଏହାକୁ ମଧ୍ୟ ବିଚାରକୁ ନିଆଯାଇଛି। ଏହାବ୍ୟତୀତ, ଅମଳ ଆକଳନ ଫସଲ କଟିବା ପରୀକ୍ଷା (ସିସିଇ), ପୂର୍ବ ଧାରା ଏବଂ ଅନ୍ୟାନ୍ୟ ଯୋଗଦାନକାରୀ କାରଣ ଉପରେ ଆଧାରିତ।

ବିଭିନ୍ନ ଫସଲ (ଖରିଫ ଓ ରବି)ର ଉତ୍ପାଦନର ବିବରଣୀ ନିମ୍ନଲିଖିତ ଅନୁଯାୟୀ ଦିଆଯାଇଛି:

  • ଖରିଫ ଖାଦ୍ୟଶସ୍ୟ – ୧୬୬୩.୯୧ ଏଲଏମଟି/ ରବି ଖାଦ୍ୟଶସ୍ୟ (ଗ୍ରୀଷ୍ମ ଋତୁ ବ୍ୟତୀତ) – ୧୬୪୫.୨୭ ଏଲଏମଟି
  • ଖରିଫ ଧାନ – ୧୨୦୬.୭୯ ଏଲଏମଟି (ରେକର୍ଡ); ରବି ଚାଉଳ (ଗ୍ରୀଷ୍ମକୁ ବାଦ୍ ଦେଲେ) – ୧୫୭.୫୮ ଏଲଏମଟି
  • ଗହମ – ୧୧୫୪.୩୦ ଏଲଏମଟି (ରେକର୍ଡ)
  • ଖରିଫ ମକା – ୨୪୮.୧୧ ଏଲଏମଟି (ରେକର୍ଡ); ରବି ମକା (ଗ୍ରୀଷ୍ମ ଋତୁକୁ ବାଦ୍ ଦେଲେ) – ୧୨୪.୩୮ ଏଲଏମଟି
  • ଖରିଫ ଶ୍ରୀ ଅନ୍ନ- ୧୩୭.୫୨ ଏଲଏମଟି; ରବି ଶ୍ରୀ ଅନ୍ନ – ୩୦.୮୧ ଏଲଏମଟି
  • ହରଡ଼ – ୩୫.୧୧ ଏଲଏମଟି
  • ଚଣା – ୧୧୫.୩୫ ଏଲଏମଟି
  • ମସୁର – ୧୮.୧୭ ଏଲଏମଟି

ଖରିଫ ତୈଳବୀଜ – ୨୭୬.୩୮ ଏଲଏମଟି / ରବି ତୈଳବୀଜ (ଗ୍ରୀଷ୍ମ ଋତୁ ବ୍ୟତୀତ) – ୧୪୦.୩୧ ଏଲଏମଟି

  • ଖରିଫ ଚିନାବାଦାମ – ୧୦୪.୨୬ ଏଲଏମଟି (ରେକର୍ଡ); ରବି ଚିନାବାଦାମ (ଗ୍ରୀଷ୍ମକୁ ବାଦ୍ ଦେଲେ) – ୮.୮୭ ଲକ୍ଷ ମେଟ୍ରିକ ଟନ୍
  • ସୋୟାବିନ୍ – ୧୫୧.୩୨ ଏଲଏମଟି (ରେକର୍ଡ)
  • ରେପସିଡ ଏବଂ ସୋରିଷ – ୧୨୮.୭୩ ଏଲଏମଟି

ଆଖୁ – ୪୩୫୦.୭୯ ଏଲଏମଟି

କପା – ୨୯୪.୨୫ ଲକ୍ଷ ବସ୍ତା (୧୭୦ କେଜି ଲେଖାଏଁ)

ଝୋଟ – ୮୩.୦୮ ଲକ୍ଷ ଗଣ୍ଠି (୧୮୦ କେଜି ଲେଖାଏଁ)

ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୬୩.୯୧ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ରବି ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୫.୨୭ ଲକ୍ଷ୍ୟ  ମେଟ୍ରିକ୍ ଟନ୍ ହେବ ବୋଲି ଆକଳନ କରାଯାଇଛି।

ଖରିଫ ଧାନ ଉତ୍ପାଦନ ୨୦୨୩-୨୪ ରେ ୧୧୩୨.୫୯ ଏଲଏମଟି ତୁଳନାରେ ୧୨୦୬.୭୯ ଏଲଏମଟି ଆକଳନ କରାଯାଇଛି, ଯାହା କି ୭୪.୨୦ ଏଲଏମଟି ବୃଦ୍ଧି ଦର୍ଶାଉଛି । ରବି ଚାଉଳ ଉତ୍ପାଦନ ୧୫୭.୫୮ ଲକ୍ଷ ମେଟ୍ରିକ୍ ଟନ୍ ହେବ ବୋଲି ଆକଳନ କରାଯାଇଛି। ଗହମ ଉତ୍ପାଦନ ୧୧୫୪.୩୦ ଏଲଏମଟି ବୋଲି ଆକଳନ କରାଯାଇଛି, ଯାହା ପୂର୍ବ ବର୍ଷ ୧୧୩୨.୯୨ ଏଲଏମଟି ଉତ୍ପାଦନ ତୁଳନାରେ ୨୧.୩୮ ଏଲଏମଟି ଅଧିକ ଅଟେ ।

ଶ୍ରୀ ଅନ୍ନ (ଖରିଫ) ଉତ୍ପାଦନ ୧୩୭.୫୨ ଏଲଏମଟି ଏବଂ ଶ୍ରୀ ଅନ୍ନ (ରବି) ର ଉତ୍ପାଦନ ୩୦.୮୧ ଏଲଏମଟି ହେବ ବୋଲି ଆକଳନ କରାଯାଇଛି। ଏହାବ୍ୟତୀତ ନ୍ୟୁଟ୍ରି/ମୋଟା ଶସ୍ୟ (ଖରିଫ) ଉତ୍ପାଦନ ୩୮୫.୬୩ ଏଲଏମଟି ଏବଂ ନ୍ୟୁଟ୍ରି/ମୋଟା ଶସ୍ୟ (ରବି) ଉତ୍ପାଦନ ୧୭୪.୬୫ ଏଲଏମଟି ହେବ ବୋଲି ଆକଳନ କରାଯାଇଛି।

ହରଡ଼ ଏବଂ ଚଣାର ଉତ୍ପାଦନ ଯଥାକ୍ରମେ ୩୫.୧୧ ଏଲଏମଟି ଏବଂ ୧୧୫.୩୫ ଏଲଏମଟି ଏବଂ ମସୁର ଉତ୍ପାଦନ ୧୮.୧୭ ଏଲଏମଟି ଆକଳନ କରାଯାଇଛି ।

ଖରିଫ ଓ ରବି ଚିନାବାଦାମ ଉତ୍ପାଦନ ଯଥାକ୍ରମେ ୧୦୪.୨୬ ଏଲଏମଟି ଓ ୮.୮୭ ଏଲଏମଟି ହେବ ବୋଲି ଆକଳନ କରାଯାଇଛି। ଗତ ବର୍ଷ ଖରିଫ ଚିନାବାଦାମ ଉତ୍ପାଦନ ୮୬.୬୦ ଲକ୍ଷ ମେଟ୍ରିକ୍ ଟନ୍ ତୁଳନାରେ ଖରିଫ ଚିନାବାଦାମ ଉତ୍ପାଦନ ୧୭.୬୬ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ରହିଛି। ସୋୟାବିନ୍ ଉତ୍ପାଦନ ୧୫୧.୩୨ ଏଲଏମଟି ବୋଲି ଆକଳନ କରାଯାଇଛି ଯାହା ପୂର୍ବ ବର୍ଷର ୧୩୦.୬୨ ଏଲଏମଟି ଉତ୍ପାଦନ ତୁଳନାରେ ୨୦.୭୦ ଏଲଏମଟି ଅଧିକ ଏବଂ ରେପସିଡ ଏବଂ ସୋରିଷ ଉତ୍ପାଦନ ୧୨୮.୭୩ ଏଲଏମଟି ଆକଳନ କରାଯାଇଛି। କପା ଉତ୍ପାଦନ ୨୯୪.୨୫ ଲକ୍ଷ ବସ୍ତା (୧୭୦ କିଲୋଗ୍ରାମ ଲେଖାଏଁ) ଏବଂ ଆଖୁ ଉତ୍ପାଦନ ୪୩୫୦.୭୯ ଲକ୍ଷ ଏଲଏମଟି ହେବ ବୋଲି ଆକଳନ କରାଯାଇଛି।

ଖରିଫ ଫସଲ ଉତ୍ପାଦନ ଆକଳନ ପ୍ରସ୍ତୁତ କରିବା ସମୟରେ ଫସଲ କଟିବା ପରୀକ୍ଷା (ସିସିଇ) ଆଧାରିତ ଅମଳକୁ ବିଚାରକୁ ନିଆଯାଇଛି। ଏହାବ୍ୟତୀତ କିଛି ଫସଲ ଯଥା ହରଡ଼, ଆଖୁ, କାଷ୍ଟର ଇତ୍ୟାଦିର ସିସିଇ ଏବେ ବି ଜାରି ରହିଛି। ରବି ଫସଲ ଉତ୍ପାଦନ ହାରାହାରି ଅମଳ ଉପରେ ଆଧାରିତ ଏବଂ ସିସିଇ ଆଧାରରେ ଉତ୍ତମ ଅମଳ ଆକଳନ ପାଇବା ଉପରେ କ୍ରମାଗତ ଆକଳନରେ ପରିବର୍ତ୍ତନ ହୋଇଥାଏ। ଆଗାମୀ ତୃତୀୟ ଆଗୁଆ ଆକଳନରେ ବିଭିନ୍ନ ଗ୍ରୀଷ୍ମକାଳୀନ ଫସଲର ଉତ୍ପାଦନକୁ ଅନ୍ତର୍ଭୁକ୍ତ କରାଯିବ।

ଏହି ଆକଳନ ମୁଖ୍ୟତଃ ରାଜ୍ୟଗୁଡିକରୁ ପ୍ରାପ୍ତ ସୂଚନା ଆଧାରରେ ପ୍ରସ୍ତୁତ କରାଯାଇଛି। ଦ୍ବିତୀୟ ଅଗ୍ରୀମ ଆକଳନରେ ଖରିଫ ଓ ରବି ଋତୁ କୁ ଅନ୍ତର୍ଭୁକ୍ତ କରାଯାଇଛି, ଗ୍ରୀଷ୍ମ ଋତୁକୁ ତୃତୀୟ ଅଗ୍ରୀମ ଆକଳନରେ ଅନ୍ତର୍ଭୁକ୍ତ କରାଯିବ।

କେନ୍ଦ୍ର କୃଷିମନ୍ତ୍ରୀ ଗହମ ଚାଉଳ ଚିନାବାଦାମ ନରେନ୍ଦ୍ର ମୋଦୀ ଫସଲ ଉତ୍ପାଦନ ମକା ଶିବରାଜ ସିଂ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.