Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାରେ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ
ଆଜିର ଖବର

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାରେ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

March 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀ ଅଧୀନସ୍ଥ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା, ଭୁବନେଶ୍ୱରଠାରେ, ରିସର୍ଚ୍ଚ ଆସୋସିଏସନ ଫର ଜେଣ୍ଡର ଇନ ଏଗ୍ରିକଲଚରର ମିଳିତ ଅନୁକୁଲ୍ୟରେ ‘‘ନୂତନ ଜ୍ଞାନକୌଶଳ ଓ ମହିଳା ସଶକ୍ତିକରଣ ପ୍ରଭାବରେ ଦୀର୍ଘସ୍ଥାୟୀ କୃଷି-ଖାଦ୍ୟ-ପ୍ରଣାଳୀର ଗଠନ’’ ଶୀର୍ଷକ ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହା ମାର୍ଚ୍ଚ ୮ରୁ ୧୦ ତାରିଖ ମଧ୍ୟରେ ଆୟୋଜନ କରାଯାଇଥିଲା।

ଏହାର ଉଦଯାପନୀ ଦିବସରେ, ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଲାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷି କ୍ଷେତ୍ରରେ ମହିଳାଙ୍କୁ ସଶକ୍ତିକରଣର ଆବଶ୍ୟକତା ଉପରେ ସେ ନିଜ ଅଭିଭାଷଣରେ କହିଥିଲେ ଯେ ଓଡିଶା ସରକାରଙ୍କ ‘ସୁଭଦ୍ରା’ ଯୋଜନା ମହିଳା ସଶକ୍ତିକରଣ ଦିଗରେ ଏକ ବଡ ପଦକ୍ଷେପ। ପଶୁପାଳନ ମାଧ୍ୟମରେ ସଶକ୍ତ ହୋଇ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ‘ମୁଖ୍ୟମନ୍ତ୍ରୀ କାମଧେନୁ’ ଯୋଜନା ମାଧ୍ୟମରେ ଅଧିକ ରୋଜଗାର କରିପାରିବେ ତାହା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଆଞ୍ଚଳିକ ମୁଖ୍ୟ ଡକ୍ଟର ସବ୍ୟସାଚୀ ରାୟ ଏବଂ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଭାରତର ପ୍ରୋଗ୍ରାମ ପଲିସି ଅଫିସର, ଡ ହିମାଂଶୁ ବଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ସମ୍ମିଳନୀର ସମ୍ପାଦକ ଡକ୍ଟର ମୃଦୁଳା ଦେବୀ ସ୍ୱାଗତ ଭାଷଣ ଦେଇ ନିମନ୍ତ୍ରିତ ଅଥିତିମାନଙ୍କୁ ସ୍ୱାଗତ କରିଥିଲେ। ଏହି ସମ୍ମିଳନୀରେ, ଅନେକ ଗବେଷକ, ନୀତିନିର୍ମାତା, ଶିକ୍ଷାବିତ, ମହିଳା ଓ ପୁରୁଷ ଚାଷୀ, ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ନିଜନିଜ ଭିତରେ ଜ୍ଞାନ ଏବଂ ଅଭିଜ୍ଞତାକୁ ବିଶ୍ଳେଷଣ କରି କୃଷି କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଲିଙ୍ଗଭିତ୍ତିକ ଭେଦଭାବଗୁଡିକ ସମାଧାନ କରିବା ଏବଂ ସୁଦୃଢ଼ କୃଷି-ଖାଦ୍ୟ-ପ୍ରଣାଳୀ ସ୍ଥାପନ କରିବା ଉପରେ ଆଲୋଚନା କରିଥିଲେ।

ଏହି ୩ ଦିନିଆ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ ରୁ ଅଧିକ ବୈଜ୍ଞାନିକ ପ୍ରତିନିଧୀ ଅଂଶଗ୍ରହଣ କରିବା ସହ ସାରା ଭାରତରୁ ପ୍ରାୟ ୧୫୦୦ ଜଣ ମହିଳା ଚାଷୀ ଯୋଗଦାନ କରିଥିଲେ। ଏହାବ୍ୟତୀତ, ବହୁ ମାନ୍ୟଗଣବ୍ୟକ୍ତି, ବିଭିନ୍ନ ସରକାରୀ ସଂସ୍ଥା, କୃଷକ ଉତ୍ପାଦକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।

ଏହି ଅବସରରେ ସମୁଦାୟ ୨୪ ଜଣ ଅଗ୍ରଣୀ ମହିଳା ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ମହିଳା ନେତୃତ୍ୱାଧୀନ କୃଷି ଉଦ୍ୟୋଗଗୁଡିକୁ ସହାୟତା କରିବା ପାଇଁ ୧୬ ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଏକ ବିଶାଳ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ମହିଳା ଉପଯୋଗୀ କୃଷି ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଥିଲା।

ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026
Latest News

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.