Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ ର ସଙ୍ଗୀତ ଲୋକାର୍ପଣ କଲେ ବିଏମସି ମେୟର: ଏପ୍ରିଲ ୧୧ ରେ ହେବ ମୁକ୍ତିଲାଭ
ଆଜିର ଖବର

ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ ର ସଙ୍ଗୀତ ଲୋକାର୍ପଣ କଲେ ବିଏମସି ମେୟର: ଏପ୍ରିଲ ୧୧ ରେ ହେବ ମୁକ୍ତିଲାଭ

March 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ସ୍ଥିତ କନିକା ଗ୍ୟାଲେରୀୟା ମଲ୍ ପରିସରରେ ଚଳଚ୍ଚିତ୍ର ‘ଡଷ୍ଟବିନ୍‌’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ଖୋଲା ମଞ୍ଚ ଓ ଏକ ଭବ୍ୟ ସମାରୋହରେ ଏହାକୁ ଲୋକାର୍ପିତ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ଦେଖନ୍ତୁ ଏହା କେମିତି ଏକ ସଂଯୋଗ। ଫିଲ୍ମର ଶୀର୍ଷକ ‘ଡଷ୍ଟବିନ’ ହୋଇଥିବା ବେଳେ ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛନ୍ତି ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର କରିବାରେ ଯାହାଙ୍କର ପ୍ରମୁଖ ଭୂମିକା ରହିଛି, ସେ ହେଉଛନ୍ତି ମାନ୍ୟବର ମେୟର ଭୁବନେଶ୍ୱର। ଅନ୍ୟ ମାନଙ୍କ ମଧ୍ୟରେ ତରଙ୍ଗ ମ୍ୟୁଜିକର ମୁଖ୍ୟ ଦୀପ୍ତି ରଞ୍ଜନ ପଣ୍ଡା, ଦୁଲାଲ ଚନ୍ଦ୍ର ସାହୁ, ମୁଖ୍ୟ ପରିଚାଳନା ଅଧିକାରୀ, କନିକା ଗ୍ୟାଲେରିଆ ମଲ, ରାଜଶ୍ରୀ ପ୍ରଦକ୍ସନର ଅଖିଲ ବାବୁ, ‘ଡଷ୍ଟବିନ’ର ପ୍ରଯୋଜକ କେ. କେ ସାହୁ, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଦୀପ୍ତ ସ୍ୱାଇଁ, ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ପପୁ ପମ ପମ, ପ୍ରଚାର ବିଭାଗ ମୁଖ୍ୟ ହରପ୍ରସାଦ ମହାପାତ୍ର, ଶୁଭେଛୁ ତଥା ଯୁବ ପ୍ରଯୋଜକ ହିମାଦ୍ରୀ ତନୟ ଦାସ ଏବଂ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଉପସ୍ଥିତ ଥିଲେ।

ତରଙ୍ଗ ମ୍ୟୁଜିକ ବ୍ୟାନରରେ ଏହାର ସଙ୍ଗୀତ ମୁକ୍ତିଲାଭ କରିଥିବା ବେଳେ ଏଥିରେ ସମୁଦାୟ 4ଟି ଗୀତ ରହିଛି। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି ପ୍ରମୁଖ ଆଗଧାଡିର କଣ୍ଠଶିଳ୍ପୀ। ଗୀତିକାର ଡ. ନିର୍ମଳ ନାୟକ, ଡ.ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍। ପ୍ରତ୍ୟେକଟି ଗୀତ ଭିନ୍ନ ସ୍ୱାଦର ଓ ମନଛୁଆଁ ହୋଇପାରିଛି। ଏହା ଏକ ବ୍ୟୟବହୁଳ ଛବି ହୋଇଥିବା ବେଳେ ଏଥିରେ ଏକ ଦାମୀ ଡ୍ୟାନ୍ସ ନମ୍ବର ରହିଛି। ଏହି ଗୀତଟି ପାଇଁ ସମୁଦାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଯାହା ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଘଟଣା।

‘ଡଷ୍ଟବିନ୍‌’ରେ କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ସହିତ ନାୟକ ଭୂମିକାରେ ଅଛନ୍ତି ପପୁ ପମ୍ ପମ୍। କେ. କେ ସାହୁ ଫିଲ୍ମର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ। ଡ ଦୀପକ ଜେନା ସଂଳାପ ରଚନା କରିଛନ୍ତି। କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ।

ଫିଲ୍ମରେ ରହିଛି ଦମଦାର ଷ୍ଟାରକାଷ୍ଟ। ନାୟକ ଭୂମିକାରେ ପପୁ ପମ୍ ପମ୍ ଥିବା ବେଳେ ଏଥିରେ ତାଙ୍କର ନାୟିକା ସାଜିଛନ୍ତି ପ୍ରାଚୀ। ପ୍ରାଚୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ଦକ୍ଷିଣ ଭାରତୀୟ ରିଏଲିଟି ଶୋ’, ଧାରାବାହିକ ଓ ଚଳଚ୍ଚିତ୍ରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଅନ୍ୟ ପକ୍ଷରେ ଆଜିକା ତାରିଖରେ ଚର୍ଚ୍ଚିତ ଦୁଇ ତାରକା ସୁକୁମାର ଟୁଡୁ ଓ ଦ୍ବୀପାନ୍ୱିତ ଦାସ ମହାପାତ୍ର ଦୁଇ ଦମଦାର ଭୂମିକାରେ ନଜର ଆସିବେ।ଅନ୍ୟାନ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ପୁଷ୍ପାଞ୍ଜଳି ସାହୁ, ଟୁକୁନା ଷ୍ଟାଇଲିସ, ମନୋଜ ସ୍ୱାଇଁ ଓ ଶିଶୁ କଳାକାର ଏସ. କ୍ରିତିକା ପ୍ରମୁଖ ଅଭିନୟ କରିଛନ୍ତି।

‘ଡଷ୍ଟବିନ୍‌’ ଏକ ସସ୍ପେନ୍ସ ଥ୍ରୀଲର ଓ ମର୍ଡର ମିଷ୍ଟ୍ରି ହୋଇଥିବା ବେଳେ ଏଥିରେ ଲଭ, ରୋମାନ୍ସ, ଆକ୍ସନ, ଇମୋସନ ସବୁକିଛି ଭରିରହିଛି। ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ।ଏପ୍ରିଲ ୧୧ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପିକେ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି।

BJP Ads
ପପୁ ପମ୍ ପମ୍‌ ବିଏମସି ମେୟର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025
BJP Ads
Latest News

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.