Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ନିଆଗଲା ଏହିସବୁ ନିଷ୍ପତି
ଆଜିର ଖବର

ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ନିଆଗଲା ଏହିସବୁ ନିଷ୍ପତି

March 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Panchudola
ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଆସନ୍ତା ଗୁରୁବାର ଦିନ ମେଳଣ

ବାଣପୁର: ପବିତ୍ର ଫାଲ୍‌ଗୁନ ଦୋଳ ପୂର୍ଣ୍ଣିମା ଅପରାହ୍ନର ମାହେନ୍ଦ୍ର ବେଳାରେ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମା’ ଭଗବତୀ ଓ ଶ୍ରୀ ଚ଼ରଣ ଚ଼କାଦେବଙ୍କ ଜୟ ଜୟ କାର ହରିବୋଲ ଧ୍ବନୀରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ ନିମନ୍ତେ ମିଳନ ଯଜ୍ଞବେଦୀର ଐଶାନ୍ୟ କୋଣରେ ଶୁଭ ସ୍ତମ୍ବ ସ୍ଥାପନ କରାଗଲା ।

ଏହି ଯାତ୍ରାର ପ୍ରମୁଖ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚ଼କାଦେବଙ୍କ ଚରଣାର ବିନ୍ଦରେ ସମର୍ପିତ ହୋଇ ଯାତ୍ରା କମିଟିର କର୍ମକର୍ତ୍ତାମାନେ ଯାତ୍ରାର ସଫଳତା ନିମନ୍ତେ ଶ୍ରୀ ଜୀଉଙ୍କ ଆର୍ଶୀବାଦ କାମନା କରି ଦୀପ ଧୂପ ନୈବେଦ୍ୟ ଅର୍ପଣ ପରେ ଆଜ୍ଞାମାଳ ନେଇ ପଡ଼ିଆ ଅଭିମୁଖେ ଯାତ୍ରା କରି ଯଜ୍ଞବେଦୀରେ ସ୍ଥାପନ କରିଥିଲେ।

ସେହିପରି ଯାତ୍ରାର ମୁଖ୍ୟ ଆକର୍ଷଣ ଅରାଧ୍ୟା ଦେବୀ ସଂସାରର ମାତୃଶକ୍ତିର ପ୍ରତୀକ ମଙ୍ଗଳମୟୀ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ କର୍ମକର୍ତ୍ତାମାନେ ମା’ଙ୍କ ପାଦତଳେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମର୍ପିତ ହୋଇ ଯାତ୍ରାର ସଫଳତା ନିମନ୍ତେ ପ୍ରାର୍ଥନା କରିବା ସହିତ ଆଜ୍ଞାମାଳ ଭିକ୍ଷା କରିଥିଲେ।ପରେ ମା’ଙ୍କ ପବିତ୍ର ସିନ୍ଦୁର, ଆଜ୍ଞାମାଳ ଓ ପତାକା ନେଇ ଯାତ୍ରା ପଡ଼ିଆର ଯଜ୍ଞବେଦୀରେ ସ୍ଥାପନ କରିଥିଲେ। ସ୍ତୋତ୍ରୀୟ ବ୍ରାହ୍ମଣଙ୍କ ମଙ୍ଗଳାଚରଣରେ ଯାତ୍ରାର ସର୍ବମଙ୍ଗଳ କାମନା କରି ବେଦୀର ଐଶାନ୍ୟ କୋଣରେ ଶୁଭସ୍ତମ୍ବ ସ୍ଥାପନ କରାଯାଇଛି ।

ଚ଼ଳିତବର୍ଷ ଚୈତ୍ର କୃଷ୍ଣପଞ୍ଚମୀ ମାର୍ଚ୍ଚ ୧୯ ତାରିଖ ବୁଧବାର ପଞ୍ଚୁଦୋଳ ଯାତ୍ରା ଅବସରରେ ସଂଧ୍ୟା ୬ ଟା ରୁ ଏହି ଯାତ୍ରା ଆରମ୍ଭ ହୋଇ କୃଷ୍ଣଷଷ୍ଠୀ ମାର୍ଚ୍ଚ ୨୦ ତାରିଖ ଗୁରବାର ଗୋଧୂଳୀ ଲଗ୍ନ ଅପରାହ୍ନ ୬ ଟା ଦେବା ଦେବୀଙ୍କ ମହାମିଳନ ପରେ ଐତିହାସିକ ପଞ୍ଚୁଦୋଳ ମେଳଣ ଯାତ୍ରା ଉଦ୍‌ଯାପିତ ହେବ।

ଏହି ଅବସରରେ ଚଳିତ ବର୍ଷ ତା ୧୯ରିଖ ସଂଧ୍ୟା ୬ ଟାରୁ ଶ୍ରୀକ୍ଷେତ୍ରରୁ ଆସିଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ହୃଦୟ ପଲ୍ଲବ ପ୍ରଥମ ପିଣ୍ଡିରେ ସ୍ଥାପନ ପରେ ଛାୟା ମଣ୍ଡପଠାରେ ଯାତ୍ରାର ଶୁଭ ଉଦଘାଟନ କରାଯାଇ ତୁଳସୀ ସଂଧ୍ୟାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବହୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ଉକ୍ତଦିନ ମଧ୍ୟରାତ୍ର ୧୨ ଘଟିକା ପରଠାରୁ ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କ ଚ଼ଳନ୍ତି ପ୍ରତିମା କାଠି ଠାକୁରାଣି ପ୍ରଥମେ ଯାତ୍ରା ପଡ଼ିଆରେ ପହଞ୍ଚି ଆସ୍ଥାନ ବିଜେ କରିବାପରେ ସାଥିରେ ଆସିଥିବା ସମଗ୍ର ବାଣପୁର ଚିଲିକା ଅଞ୍ଚଳର ଶତାଧିକ ଦେବାଦେବୀ ନିଜ ନିଜର ସୁସଜ୍ଜିତ ଆସ୍ଥାନ ପିଣ୍ଡି ଉପରେ ଉପବେଶନ କରି ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଠାକୁର ଠାକୁରାଣୀଙ୍କ ଦୋଳବିମାନ, ଯାନବାହାନ ,ଆଗରେ ବିଭିନ୍ନ ଗ୍ରାମରୁ ଆସିଥିବା ଆକର୍ଷଣୀୟ ଥାଟ ପଟୁଆର ବାଜା ରୋଷଣୀରେ ଏବଂ ଅଗଣିତ ଶ୍ରଦ୍ଧାଳୁଙ୍କ ସମବେତ ହୁଳହୁଳି ହରିବୋଲ ଧ୍ବନୀରେ ପଡ଼ିଆର ଗଗନ ପବନ ମୁଖରିତ ହୋଇ ଉଠିବ। ତା ୨୦ରିଖ ସକାଳୁ ଛାୟା ମଣ୍ଡପଠାରେ ଦିନସାରା ଆଞ୍ଚଳିକ ସଂକୀର୍ତ୍ତନ, ପାଲା, ଦାସକାଠିଆ, ପାଇକ ଆଖଡ଼ା ଇତ୍ୟାଦି ଲୋକନୃତ୍ୟ ସଂଗୀତ ପରିବେଷଣ କରାଯିବ।

ଅପରାହ୍ନରେ ପୁରସ୍କାର ବିତରଣ ପରେ ଗୋଧୂଳୀ ଲଗ୍ନର ମାହେନ୍ଦ୍ର ବେଳାରେ ସ୍ଥାନାଧିପତି ଶ୍ରୀ ଚରଣଚକାଦେବ ଓ ମା’ ଭଗବତୀଙ୍କ ବିଜେ କାହାଳୀ ବାଜିବା ପରେ ଦେବା ଦେବା ମାନେ ଆସ୍ଥାନ ଛାଡ଼ି ଯଜ୍ଞବେଦୀ ଚ଼ାରିପଟେ ୭ ଥର ମିଳିତ ପରିକ୍ରମା କରିବା ଅବସରରେ ପୁଞ୍ଜିଆମା ଶାସନଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ସହିତ ମା’ଭଗବତୀଙ୍କ ମହାମିଳନ ପରେ ମେଳଣ ଯାତ୍ରା ଉଦଯାପିତ ହେବ। ଯାତ୍ରା ୫ ଦିନ ଧରି ତା ୨୫ରିଖ ପର୍ଯ୍ୟନ୍ତ୍ର ପଡ଼ିଆରେ ପଡ଼ିଥିବା ବିଭିନ୍ନ ମନୋହରୀ, ହୋଟେଲ୍ ମୋଟେଲ୍, ଉଠାଦୋକାନୀ, ଗୃହ ଆସବାବପତ୍ର ଦୋକାନବଜାର କାରବାର ଚାଲୁ ରହିବ।

ଚଳିତ ବର୍ଷର ଏହି ଲୋକ ଉତ୍ସବରେ ସୂଚନା କେନ୍ଦ୍ର, ଶ୍ରଦ୍ଧାଳୁଙ୍କ ଧନଜୀବନର ସୁରକ୍ଷା, ସ୍ଵାସ୍ଥ୍ୟସେବା, ସୌରାଘାତରୁ ରକ୍ଷା ପାଇଁ ତୁରନ୍ତ ଆମ୍ବୁଲାନ୍ସ୍ ର ବ୍ୟବସ୍ଥା, ଅସ୍ଥାୟୀ ଶୌଚ଼ାଳୟ, ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା, ପରିମଳ, ଯାନବାହାନ ନିୟନ୍ତ୍ରଣ , ଚ଼ୋରିହାରି ଡକାୟତି ଓ ରାହାଜାନିରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣର ପୋଲିସ ବାହିନି ଯୋଗାଇ ଦେବା ନିମନ୍ତେ ଯାତ୍ରା କମିଟି ତରଫରୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ”ଓରମାସ୍”ର ହସ୍ତଶିଳ୍ପ ମେଳା ,ଦୋକାନବଜାର ପଡ଼ିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ବାରବାଟି ଷ୍ଟାଡିୟମ ପରି ଯାତ୍ରା ପଡ଼ିଆକୁ ଫ୍କଡ୍ ଲାଇଟ୍ ରେ ଆଲୋକିତ କରାଯିବାର ବ୍ୟବସ୍ଥା କରାଯାଇଛି।

ଯାତ୍ରାକୁ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଯୋଗ ଦେବାର ସମ୍ଭାବନା ଥିବାରୁ ବିଶେଷକରି ମା’ଭଉଣୀ ମାନଙ୍କୁ ନିଜ ନିଜର ସୁନାଗହଣା ପରିଧାନ ଓ ଛୋଟ ଛୋଟ ପିଲାଙ୍କ ପ୍ରତି ଅଧିକ ସତର୍କ ରହିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି। ସୂଚନା ଥାଉକି କିଛି ଦିନ ତଳେ ଖୋଦ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତିର ତଦାରଖ କରିଥିଲେ ଯେଉଁଥିରେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ପଞ୍ଚୁଦୋଳ କମିଟି ଯୋଗଦେଇଥିଲେ।

PANCHUDOLA ପଞ୍ଚୁଦୋଳ ବାଣପୁର ପଞ୍ଚୁଦୋଳ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.