Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଆଜିର ଖବର

ଓଡ଼ିଶା ଉପକୂଳରୁ ସ୍ୱଦେଶୀ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

March 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସୌସେନା ଆଜି ମିଳିତ ଭାବେ ସ୍ୱଦେଶୀ ଭାବେ ବିକଶିତ ଭିଏଲ-ଏସଆର-ଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି । ସ୍ୱଦେଶୀ ଭାବେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଭୂଲମ୍ବ ଭାବେ ନିକ୍ଷେପ କରାଯାଇପାରିବ। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆରରୁ) ଆଜି (୨୬ ମାର୍ଚ୍ଚ ୨୦୨୫) ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କ୍ଷେପଣାସ୍ତ୍ର ସଫଳ ଫ୍ଲାଇଟ୍‌ ଟେଷ୍ଟ ବା ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଅତି ସମୀପ ଏବଂ କମ୍‌ ଉଚ୍ଚତାରେ ଦ୍ରୁତ ଗତିରେ ଯାଉଥିବା ଆକାଶମାର୍ଗର ଗୋଟିଏ ଲକ୍ଷ୍ୟକୁ ଭେଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରକୁ ଭୂଲମ୍ବ ଭାବେ ମାଟି ଉପରେ ରଖାଯାଇଥିବା ଏକ ଲଞ୍ଚର୍‌ ବା ନିକ୍ଷେପ ଉପକରଣରୁ ଛଡ଼ା ଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସୀମା ସମୀପବର୍ତ୍ତୀ ନିମ୍ନ ଉଚ୍ଚତା ସାମର୍ଥ୍ୟକୁ ପ୍ରମାଣିତ କରିଥିଲା।

ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟକୁ ଧ୍ୱଂସ କରି ଦେଇଥିଲା। କ୍ଷେପଣାସ୍ତ୍ରଟି  ଲକ୍ଷ୍ୟ ଭେଦ କରିବାରେ ଆବଶ୍ୟକ ଉଚ୍ଚ ଟର୍ଣ୍ଣ ରେଟ୍‌ କାର୍ଯ୍ୟକାରୀ କରିବା ସହିତ ଚପଳତା, ବିଶ୍ୱସନୀୟତା ଏବଂ ଅତି ପାଖରୁ ଲକ୍ଷ୍ୟ ଭେଦ କରିବାରେ ସଠିକତା ପ୍ରଦର୍ଶନ କରିଥିଲା। ଯୁଦ୍ଧ ବିନ୍ୟାସରେ ନିୟୋଜିତ ସମସ୍ତ ଅସ୍ତ୍ର ପ୍ରଣାଳୀ ଉପାଦାନ ସହିତ ଏହି ପରୀକ୍ଷା କରାଯାଇଥିଲା। ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍, ମଲ୍ଟି-ଫଙ୍କସନ୍ ରାଡାର ଏବଂ ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ସମେତ କ୍ଷେପଣାସ୍ତ୍ରର ସବୁ ଉପାଦାନ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ଆଇଟିଆର ଚାନ୍ଦିପୁର ଦ୍ୱାରା ବିକଶିତ ବିଭିନ୍ନ ରେଞ୍ଜ ଉପକରଣ ଦ୍ୱାରା ଉତ୍ତୋଳିତ ଉଡ଼ାଣ ତଥ୍ୟ ଦ୍ୱାରା ଏହି ବ୍ୟବସ୍ଥାର ପ୍ରଦର୍ଶନକୁ ପ୍ରମାଣିତ କରାଯାଇଥିଲା।

ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଭାରତର ଦୃଢ଼ ପରିକଳ୍ପନା ଏବଂ ବିକାଶ କ୍ଷମତାର ପ୍ରମାଣ ବୋଲି ଅଭିହିତ କରିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ମଧ୍ୟ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଓ ସହଯୋଗୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ସଶସ୍ତ୍ର ବାହିନୀକୁ ଆହୁରି ବୈଷୟିକ ପ୍ରୋତ୍ସାହନ ଦେବ।

ଓଡ଼ିଶା ଉପକୂଳ ଡିଆରଡିଓ ଭାରତୀୟ ନୌସେନା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026
Latest News

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ସ୍ପଷ୍ଟ କଲା ଭାରତ ପାଣିପାଗ ବିଭାଗ, ଉପକୂଳ ଛୁଇଁବ

October 23, 2026

ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ: ଓଡିଶାର ୧୫ ପ୍ରକାର ପାରମ୍ପାରିକ ଧାନ ଓ ଚାଉଳ ପ୍ରଦର୍ଶିତ କଲା ଓରମାସ୍‌

October 23, 2026

Jio IPO Record: ବିଶ୍ୱରେ ପ୍ରଥମ ଥର ପାଇଁ ଜିଓ ଆଇପିଓର ଆବେଦନ ସଂଖ୍ୟା ୧ କୋଟି ଟପିଲା

October 23, 2026

ଆର୍‌ଆଣ୍ଡବି ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଗିରଫ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.