Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଆଇ ନୂଆ ଶିଳ୍ପ ବିପ୍ଳବ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଏଆଇ ନୂଆ ଶିଳ୍ପ ବିପ୍ଳବ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତୀୟ ଏକକ ପରିଚୟପତ୍ର ପ୍ରାଧୀକରଣ (ୟୁଆଇଡିଏଆଇ) ପକ୍ଷରୁ ନୂଆଦିଲ୍ଲୀରେ ଏକ ଦିନିକିଆ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ରାଜ୍ୟଗୁଡ଼ିକର ଅଂଶୀଦାର ଏବଂ ଇକୋସିଷ୍ଟମ ସହଭାଗୀମାନେ ଯୋଗ ଦେଇ ଆଧାର ବ୍ୟବହାର ଦ୍ୱାରା ସେବା ବିତରଣରେ ସୁଧାର ଆଣିବା ଲାଗି ଆଲୋଚନା କରିଥିଲେ ଏବଂ ବିଚାର ବ୍ୟକ୍ତ କରିଥିଲେ।

ଏହି ସମ୍ମିଳନୀକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିଥିଲେ।

ପ୍ରାୟ ୭୫୦ ଜଣ ବରିଷ୍ଠ ନୀତି ନିର୍ମାତା, ବିଶେଷଜ୍ଞ, ଟେକ୍ନୋକ୍ରାଟ୍‌, ସମ୍ପୃକ୍ତ କ୍ଷେତ୍ରର ନେତୃବର୍ଗ ଓ ପେସାଦାରମାନେ ଯୋଗ ଦେଇ ‘ଆଧାର ସମ୍ବାଦ’ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମାନନୀୟ କେନ୍ଦ୍ର ମନ୍ତ୍ରୀ ତାଙ୍କର ଉଦଘାଟନୀ ବକ୍ତବ୍ୟରେ କହିଥିଲେ, କୃତ୍ରିମ ବୁଦ୍ଧିମତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ନୂଆ ଶିଳ୍ପ ବିପ୍ଳବ ଆଣିଛି। ସେ କହିଥିଲେ, ଆଧାର ଅନେକ ପ୍ରୟାସର ‘ଆଧାର’ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)ର ମୂଳଦୁଆ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସହିତ ଏଆଇକୁ ଯୋଡ଼ିବା ଉପରେ ବିଚାର ବ୍ୟକ୍ତ କରିବା ଲାଗି ଅଂଶୀଦାରମାନଙ୍କୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ସହଜ ଜୀବନଧାରଣରେ ଆହୁରି ଉନ୍ନତି ଆଣିବା ଉପରେ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି। ସେ ଏହି ସନ୍ଦର୍ଭରେ ଆଧାର ଫେସ୍‌ ଅଥେଣ୍ଟିକେସନ୍‌ ବା ମୁଖମଣ୍ଡଳ ପ୍ରମାଣୀକରଣର ଉଦାହରଣ ଦେଇଥିଲେ ଏବଂ ଏହା କିପରି ଏକ ସକ୍ଷମକାରୀ ପାଲଟିଛି ତାହା ବର୍ଣ୍ଣନା କରିଥିଲେ।

ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ କହିଥିଲେ, ଆଧାର ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରୁଛି ଏବଂ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି। ସେ କହିଥିଲେ ଯେ ଆଧାର ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ଗୋପନୀୟତାକୁ ସୁରକ୍ଷିତ ରଖେ ଏବଂ ପରିଚୟକୁ ପ୍ରମାଣିତ କରିଥାଏ।

ଏହି ବୈଠକକୁ ସମ୍ବୋଧିତ କରି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ସଚିବ ଡ. ସୌରଭ ଗର୍ଗ ଆଧାର ବ୍ୟବହାରର ସମ୍ପ୍ରସାରଣକୁ ସକ୍ଷମ କରିଥିବାରୁ ୟୁ.ଆଇ.ଡି.ଏ.ଆଇ.କୁ ପ୍ରଶଂସା କରିଥିଲେ ଏବଂ ଆଧାର ପ୍ରମାଣୀକରଣର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ବିକାଶ ପାଇଁ ତଥ୍ୟ କିପରି ତାହା ଉପରେ ଡ. ଗର୍ଗ ଆଲୋକପାତ କରିଥିଲେ।

ୟୁ.ଆଇ.ଡି.ଏ.ଆଇ.ର ଅଧ୍ୟକ୍ଷ ଶ୍ରୀ ନୀଳକଣ୍ଠ ମିଶ୍ର ଡିପିଆଇଗୁଡ଼ିକର ସମ୍ପ୍ରସାରଣରେ ଆଧାରର ଭୂମିକା ବିଷୟରେ ଆଲୋଚନା କରିଥିଲେ। ୟୁ.ଆଇ.ଡି.ଏ.ଆଇ. ଏବଂ ଆଧାର ବହୁତ କିଛି ହାସଲ କରିଛନ୍ତି ଏବଂ ଆହୁରି ଅନେକ କିଛି କରିବାର ଅଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ ଫେସ୍‌ ଅଥେଣ୍ଟିକେସନ ଅତ୍ୟନ୍ତ ସହାୟକ ହେଉଛି ଏବଂ ଏହା ଅଧିକରୁ ଅଧିକ ସୁଦୃଢ଼ ହେବାରେ ଲାଗିଛି।

ୟୁ.ଆଇ.ଡି.ଏ.ଆଇ.ର ସି.ଇ.ଓ. ଭୁବନେଶ୍ୱର କୁମାର କହିଥିଲେ ଯେ, ଆଧାର ମୁଖମଣ୍ଡଳ ପ୍ରମାଣୀକରଣ ପରିଦୃଶ୍ୟର ପରିଚୟ ପାଲଟିଛି। ସେ କହିଥିଲେ ଯେ ଟେକ୍ନୋଲୋଜି ଗ୍ରହଣ ହେଉ କିମ୍ବା ସେବା ପ୍ରଦାନ, ଆଧାର ଇକୋସିଷ୍ଟମ୍ ବ୍ୟାପକ ଭାବେ ବୃଦ୍ଧି ପାଇଛି ଏବଂ ୟୁ.ଆଇ.ଡି.ଏ.ଆଇ. ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି। ସେ ଆଧାରର ଏକ ମାନବୀୟ ଦିଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହା କିପରି ଶହ ଶହ ନିଖୋଜ ଶିଶୁମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଡ଼ି ପାରୁଛି ତାହା ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଆଧାର ସମ୍ବାଦ ଶୃଙ୍ଖଳାର ଏହା ହେଉଛି ତୃତୀୟ ଅଧ୍ୟାୟ। ଏଥିପୂର୍ବରୁ ପ୍ରଥମ ଅଧ୍ୟାୟ ବେଙ୍ଗାଲୁରୁରେ ଏବଂ ଦ୍ୱିତୀୟ ଅଧ୍ୟାୟ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା।

ଅଶ୍ୱିନୀ ବୈଷ୍ଣବ ଏଆଇ କେନ୍ଦ୍ର ସରକାର ୟୁଆଇଡିଏଆଇ ଶିଳ୍ପ ବିପ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.