Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାର ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ଆଜିର ଖବର

ଖୋର୍ଦ୍ଧାର ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଉପୁଜୁଥିବା ସମସ୍ୟା ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

April 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଗତ କାଲିଠାରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ନୂତନ ଭାବେ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହ ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ଆଗେଇନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେଗୁନିଆ ବ୍ଲକ କୁଶପଲ୍ଲା ଠାରେ ୧୮୮ କୋଟି ୧୫ ଲକ୍ଷ ବ୍ୟୟ ଅଟକକଳରେ ନବ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ରଶ୍ମିତା ଦାସଙ୍କୁ ପଚାରି ବୁଝି ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେl ମହାନଦୀରୁ ପାଣି ଉଠାଇବା, ପାଇପ ଲାଇନ ସଂଯୋଗ, ଜମି ଜମା ସମସ୍ୟା, ଶ୍ରମିକ ନିଜୁକ୍ତି, ଶ୍ରମିକ ମାନଙ୍କୁ ତାଲିମ ଦେଇ କାର୍ଯ୍ୟ କରାଇବା, କାର୍ଯ୍ୟର ମାନ ଉତ୍ତମ ମାନର ହେବା, ଶ୍ରମିକ ମାନଙ୍କ ରେଜିଷ୍ଟର ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା, ଅଂଚଳରେ ଥିବା ଶ୍ରମିକ କାର୍ଡ ଧାରୀଙ୍କୁ ଶ୍ରମ ପ୍ରଦାନ କରିବା ଓ ଶ୍ରମିକ କାର୍ଡ ଜାଞ୍ଚ କରିବାକୁ ଶ୍ରମ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତା 9 ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ମେସେର୍ଷ ଲାର୍ଜେନ ଆଣ୍ଡ ଟାଉବ୍ରୋ କମ୍ପାନୀକୁ ନିର୍ଦେଶ ଦେଇଥିଲେ।

ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ବେଗୁନିଆ ବ୍ଲକର ୫ ଗୋଟି ପଂଚାୟତ ସମେତ, ଖୋର୍ଦ୍ଧା ଓ ଜଟଣୀ ବ୍ଲକର ସମସ୍ତ ପଞ୍ଚାୟତବାସୀ ଉପକୃତ ହୋଇପାରିବେ। ପରେ ପ୍ରମୁଖ ଶାସନ ସଚିବ ରାଧାକାନ୍ତ ପୁର ଗ୍ରାମ ପଂଚାୟତ ଅଧୀନ ଧାନଘର ନୂଆଗାଁ ଗ୍ରାମ ପରିଦର୍ଶନ କରି ସଫଳ ଉଦ୍ୟାନ ଚାଷୀ ଶୁଶାନ୍ତ ପ୍ରଧାନ ଙ୍କୁ ଭେଟି ବିଭିନ୍ନ ଚାଷ ପଦ୍ଧତି ଓ କୌଶଳ ସମ୍ବଦ୍ଧରେ ପଚାରି ବୁଝିବାସହ ଅଧିକରୁ ଅଧିକ ଚାଷ ପଦ୍ଧତିକୁ ଯୁବକ ମାନେ କିପାରି ଆପେଣେଇବେ ସେ ସମ୍ବନ୍ଧରେ ସହକାରୀ ନିର୍ଦେଶକ, ଉଦ୍ୟାନ କୃଷିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରମୁଖ ଶାସନ ସଚିବ ସେଠାରେ ଶୁଶାନ୍ତ ପ୍ରଧାନଙ୍କ ଲେମ୍ବୁ ଚାଷ, ଗେଣ୍ଡୁ ଚାଷ, ପୋଟଳ, ମାଛ, କୁନ୍ଦୁରି, କେନ୍ଦୁ ଆଦି ଚାଷ ଫାର୍ମ ବୁଲି ଦେଖିଥିଲେ। ଶୁଶାନ୍ତ ପ୍ରଧାନଙ୍କଚାଷ କ୍ଷେତକୁ ପାଣିର ଅଧିକ ଆବଶ୍ୟକତା ଥିବା ପ୍ରମୁଖ ଶାସନ ସଚିଵଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଗ୍ରାଉଣ୍ଡ ୱାଟର ବୋର୍ଡ ସହ ପରାମର୍ଶ କରି ପାଣି ଯୋଗାଇବା, କେନାଲରେ କଲଭର୍ଟ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ।

ସେହିପରି ସଏଲ ହେଲଥ କାର୍ଡ ଆପେଣେଇବାକୁ ପ୍ରମୁଖ ଶାସନ ସଚିବ ଶୁଶାନ୍ତ ପ୍ରଧାନକୁ ପରାମର୍ଶ ଦେଇ ତାଙ୍କର ଉଦ୍ୟାନ କୃଷିକୁ ଭୁୟସୀ ପ୍ରସଂଶା କରିଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅରୁମୁଗମ ଧଳାପଥର ଉତ୍ପାଦନକାରୀ ଗୋଷ୍ଠୀ ଙ୍କ କାର୍ଯ୍ୟ, ଗେଡିଆପଲ୍ଲୀ ଅଂଚଳର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଦାରଖ କରିଥିଲେ। ପ୍ରମୁଖ ଶାସନ ସଚିବ ଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ସ୍ମିତା ମହାନ୍ତି, ଉଭୟ ବ୍ଲକର ବି ଡ଼ି ଓ ଏବଂ ତହସିଲଦାର ପ୍ରମୁଖ ଯୋଗ ଦେଇ ଥିଲେ।

ଖୋର୍ଦ୍ଧା ଚିତ୍ରା ଅରୁମୁଗମ ପ୍ରମୁଖ ଶାସନ ସଚିବ ବେଗୁନିଆ ବୋଲଗଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୮ ତାରିଖ ଶନିବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

February 28, 2026

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026
Latest News

ଆଜି ଫେବୃୟାରୀ ୨୮ ତାରିଖ ଶନିବାରରେ ଏହି ରାଶିଗୁଡିକ ପାଇଁ ରହିଛି ଧନ ବର୍ଷା

February 28, 2026

ଅଭିନେତା ବିଜୟଙ୍କ ଭଙ୍ଗିବ ପ୍ରାୟ ୨୭ ବର୍ଷର ବୈବାହିକ ସମ୍ପର୍କ?: ଛାଡପତ୍ର ପାଇଁ ଆବେଦନ କଲେ ପତ୍ନୀ

February 27, 2026

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

February 27, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.