Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ମଝିରେ ବିସିସିଆଇ ର ବଡ କାର୍ଯ୍ୟାନୁଷ୍ଠାନ, କୋଚ୍ ଙ୍କ ସମେତ ୩ ବହିଷ୍କୃତ
ଆଜିର ଖବର

ଆଇପିଏଲ୍ ମଝିରେ ବିସିସିଆଇ ର ବଡ କାର୍ଯ୍ୟାନୁଷ୍ଠାନ, କୋଚ୍ ଙ୍କ ସମେତ ୩ ବହିଷ୍କୃତ

April 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୌତମ ଗମ୍ଭୀର
ବିପଦରେ ଗମ୍ଭୀର?: କୋଚ୍ ପରିବର୍ତ୍ତନ ଗୁଜବ ଉପରେ ବିସିସିଆଇ ଉପାଧ୍ୟକ୍ଷଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଚଳିତ ବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ ୧-୩ ପରାଜୟ ଏବଂ ସିରିଜ୍ ସମୟରେ ଡ୍ରେସିଂ ରୁମ୍ ବାର୍ତ୍ତାଳାପ ଲିକ୍ ହେବା ପରେ ବିସିସିଆଇ ବଡ ପଦକ୍ଷେପ ନେଇଛି। କାର୍ଯ୍ୟକାଳ ମାତ୍ର ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ହେଁ ବିସିସିଆଇ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦେଇଛି। ପ୍ରକାଶ ଯୋଗ୍ୟ ଯେ, BGT ସିରିଜ୍ ରେ ପରାସ୍ତ ପରେ ବିସିସିଆଇ ଏକ ସମୀକ୍ଷା ବୈଠକ କରିଥିଲା, ଯେଉଁଥିରେ ଡ୍ରେସିଂ ରୁମର ଖବର ବାହାରକୁ ଯାଉଛି ବୋଲି ଦଳର ପରିଚାଳନା ସଦସ୍ୟ ଅଭିଯୋଗ କରିଥିଲେ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କ ବ୍ୟତୀତ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଟି ଦିଲୀପ ଏବଂ ପ୍ରଶିକ୍ଷକ ସୋହମ୍ ଦେଶାଇଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି। ଏହି ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ, ଅଭିଷେକ ନାୟାରଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ କାରଣ ଶୀତାଂଶୁ କୋଟକ୍ ପୂର୍ବରୁ ବ୍ୟାଟିଂ କୋଚ୍ ଭାବରେ ଟିମ୍ ଇଣ୍ଡିଆ ସହ ଜଡିତ ଅଛନ୍ତି। ଦିଲୀପଙ୍କ କାର୍ଯ୍ୟ ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡେସ୍କାଟେ ଦେଖିବେ।

ପ୍ରଶିକ୍ଷକ ସୋହମ୍ ଦେଶାଇଙ୍କ ସ୍ଥାନ ଆଡ୍ରିଆନ୍ ଲି ରୁ ଙ୍କୁ ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ କେକେଆର୍ ଟିମ୍ ସହିତ ଥିଲେ, ୨୦୦୨ ରୁ ୨୦୦୩ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ସହିତ ମଧ୍ୟ କାମ କରିଥିଲେ। ସେ ବିସିସିଆଇ ସହିତ ଏକ ଚୁକ୍ତିନାମା କରିଛନ୍ତି।

BGT ସିରିଜ୍ ବିବାଦ ଘେରରେ ରହିଥିଲା:

ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫିକୁ ୧-୩ ରେ ପରାଜିତି ହୋଇଥିଲା। ଏହି ସିରିଜରେ ଅଶ୍ୱିନ ହଠାତ୍ ଅବସର ନେଇଥିଲେ। ରୋହିତ ଶର୍ମା ନିଜକୁ ସିଡନୀ ଟେଷ୍ଟରୁ ବାଦ୍ ଦେଇଥିଲେ, ଏହା ପରେ ଦଳ ଭିତରେ ସବୁ ଠିକ୍ ନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଭାରତୀୟ ଡ୍ରେସିଂ ରୁମରୁ ଖବର ମଧ୍ୟ ବାହାରକୁ ଆସିଥିଲା, ଯାହା ଏହି ଘଟଣାକୁ ଆହୁରି ଗରମ କରିଥିଲା। ଜଣେ ସଦସ୍ୟ ବିସିସିଆଇରେ ମଧ୍ୟ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୩-୦ ରେ ପରାସ୍ତ କରିଥିଲା।

BCCI Cricket News GAUTAM GAMBHIR indian cricket team team india
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026
Latest News

ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

January 19, 2026

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.