ପ୍ରେସ କ୍ଲବ୍ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳି ସ୍ଥଗିତ ଦାବିରେ ଦାବୀ ପତ୍ର ପ୍ରଦାନ

Published: Apr 17, 2025, 1:12 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବ୍ ପକ୍ଷରୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳି ସ୍ଥଗିତ କରିବା ପାଇଁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀଙ୍କ ଇତି ମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛି। ବର୍ତ୍ତମାନ ରେଢ଼ାଖୋଲ ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଅଧିକାରୀଙ୍କ ପଦ ଦୀର୍ଘ ମାସ ହେବ ଖାଲି ପଡ଼ିଛି। ଯାହା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି।

ଏଭଳି ପରିସ୍ଥିତିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବଦଳି ହେବା ଯୋଗୁଁ ଗଣମାଧ୍ୟମ ଏବଂ ସରକାରୀ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି କରିବ। ତେଣୁ ନୁତନ ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ସ୍ଥଗିତ କରିବାକୁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ଏଥିରେ ରେଢ଼ାଖୋଲ ପ୍ରେସ କ୍ଲବ୍ ସଭାପତି ରମାକାନ୍ତ ମହାନନ୍ଦ, ସମ୍ପାଦକ ତପନ କୁମାର ବିଶ୍ବାଳ, କୋଷାଧ୍ୟକ୍ଷ ଯଶୋବନ୍ତ ନାରାୟଣ ସାହୁ, ବରିଷ୍ଟ ସାମ୍ବାଦିକ ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, କନ୍ଦର୍ପ ବେହେରା, ଶରତ ପ୍ରଧାନ, ଅନିଲ ପୃଷ୍ଟି, ରୋହିତ ଭୋଇ, ମମତା ପାତ୍ର, ରଶ୍ମିତା ରାଉତ, ସରୋଜ ରାଉତ, ସୁଧିର ସୁନା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝି, ମଦନ ବେହେରା ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ।

Related posts