Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଲାଙ୍ଗିର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବଲାଙ୍ଗିର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

April 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବରକାନି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗିରର ବରକାନି ଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ କରିବା ସହ ପରିଦର୍ଶନ କରିଛନ୍ତି। ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗିର ଆଉ ଗୋଟିଏ ପାଦ ଆଗକୁ ବଢିଲା । ବଡ କାମ କରିବା ପାଇଁ ହେଲେ ବଡ ଭାବିବାକୁ ପଡେ । ବଲାଙ୍ଗିର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରି ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି । ଏଠାରେ ଉତ୍ପାଦିତ ହେଉଥିବା ଏଗ୍ ପାଉଡର ବିଶ୍ୱବଜାରକୁ ଯିବ । ଏହି ପ୍ଲାଣ୍ଟ୍ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ସ୍ଥାନୀୟ ଯୁବାଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିବ । ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗୀରର ଆକାଂକ୍ଷୀ ଯୁବବର୍ଗଙ୍କୁ ଏଣ୍ଟ୍ରପ୍ରିନ୍ୟୁଅର ହେବା ପାଇଁ ଏହି ଶିଳ୍ପ ଉତ୍ସାହିତ କରିବ । ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ଉଦ୍ୟମ କରିଥିବାରୁ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଏବଂ ସହଯୋଗୀ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ଅଞ୍ଚଳ ପ୍ରତି ଆସକ୍ତି, ମମତା ଥିବା କାରଣରୁ ସେ ଏହି କାରଖାନାକୁ ସାକାର ରୂପ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ସାମ୍ପ୍ରତିକ ସମୟରେ କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରିୟା ସମ୍ପ୍ରସାରଣ ହୋଇପାରୁଛି । ଏହିଭଳି ଭାବରେ ଲୋକାର୍ପିତ ‘ଏଗ୍ ପ୍ରୋସେସିଂ ପ୍ଲାଣ୍ଟ୍’ ଏକ ପ୍ରଶଂସନୀୟ ପଦକ୍ଷେପ । ଏହି କାରଖାନାରେ ଉତ୍ପାଦନ ହେଉଥିବା ଅଣ୍ଡା ଓ ବିଭିନ୍ନ ଉତ୍ପାଦର ଗୁଣବତ୍ତା ଉଚ୍ଚମାନର । ବଲାଙ୍ଗିର ଯୁବକମାନେ ବାହାର ରାଜ୍ୟକୁ ରୋଜଗାର ପାଇବା ଆଶାରେ ଯାଉଥିଲେ । ତେବେ ଆଜିର ଏହି ଓଭୋ ଫାର୍ମ ବଲାଙ୍ଗିରରେ ରୋଜଗାର ଏବଂ ବିକାଶର ମୂଳଦୁଆ ପକେଇଲା । ଏହି କାରଖାନା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ଅନୁପ୍ରାଣିତ କରିବ । ବଲାଙ୍ଗିର ଜିଲ୍ଲାରେ ଶିଳ୍ପ ପାଇଁ ବାତାବରଣ ସୃଷ୍ଟି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଚଳିତଥର ଫିଫାର ମ୍ୟାଚରେ ଓଭୋ ଫାର୍ମ ଅଣ୍ଡାର ବ୍ୟବହାର ହେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.