Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କଲା ବିସିସିଆଇ, ତାଲିକାରେ ୩୪ ଖେଳାଳି, ଜାଣନ୍ତୁ ଶ୍ରେୟସ ଏବଂ ଇଶାନଙ୍କ ସ୍ଥିତି
ଆଜିର ଖବର

କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କଲା ବିସିସିଆଇ, ତାଲିକାରେ ୩୪ ଖେଳାଳି, ଜାଣନ୍ତୁ ଶ୍ରେୟସ ଏବଂ ଇଶାନଙ୍କ ସ୍ଥିତି

April 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
TEAM INDIA
ବାଜିରେ ଟିମ୍ ଇଣ୍ଡିଆର ଅତୁଟ ରେକର୍ଡ: ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବ କି ନ୍ୟୁଜିଲ୍ୟାଣ୍ଡ?

ନୂଆଦିଲ୍ଲୀ: 2024-25 ସିଜନ୍ (ଅକ୍ଟୋବର 1, 2024 ରୁ 30 ସେପ୍ଟେମ୍ବର 2025) ପାଇଁ ଟିମ୍ ଇଣ୍ଡିଆର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। ବୋର୍ଡ ଦ୍ୱାରା ପ୍ରକାଶିତ ତାଲିକାରେ ସମୁଦାୟ 34 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଆଶା ଅନୁଯାୟୀ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏ + ବର୍ଗରେ ସ୍ଥାନିତ କରାଯାଇଛି। ଏଥିରେ ସମୁଦାୟ 4 ଖେଳାଳି ଅନ୍ତର୍ଭୁକ୍ତ। ଗତ ବର୍ଷ ଏହି ଚୁକ୍ତିନାମାରୁ ବାଦ ପଡିଥିବା ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ଙ୍କୁ ମଧ୍ୟ ଚଳିତ ସିଜିନରେ ଅନ୍ତର୍ଭୁକ୍ତ କରାଯାଇଛି।

ଘରୋଇ ସିରିଜ୍ ଖେଳି ନ ଥିବାରୁ ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ବିସିସିଆଇ ଦ୍ୱାରା କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡିଥିଲେ। ଏହି ସିଜିନରେ ଶ୍ରେୟସ୍ ଆୟରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା, ସେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମାର୍ଚ୍ଚରେ ଆଇସିସି ଦ୍ୱାରା ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଘରୋଇ କ୍ରିକେଟ୍ ରେ ଇଶାନ୍ କିଶାନଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଭଲ ଥିଲା। ଉଭୟେ କେନ୍ଦ୍ରୀୟ ଚୁକ୍ତିକୁ ଫେରିବେ ବୋଲି ପୂର୍ଣ୍ଣ ଆଶା ରଖିଥିଲେ। ବିସିସିଆଇ ଗ୍ରେଡ୍ ବିରେ ଶ୍ରେୟସ୍ ଆୟର ଏବଂ ନୂତନ ଚୁକ୍ତିରେ ଗ୍ରେଡ୍ ସିରେ ଇଶାନ୍ କିଶାନଙ୍କୁ ଅନ୍ତର୍ଭୁକ୍ତ କରିଛି।

ଗ୍ରେଡ୍ ଏ + ରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା।

ଗ୍ରେଡ୍ ଏରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ମହମ୍ମଦ ସିରାଜ, କେ.ଏଲ୍ ରାହୁଲ, ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ।

ଗ୍ରେଡ୍ ବିରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ସର ପଟେଲ, ଯଶସ୍ଵୀ ଜୟସ୍ଵାଲ ଏବଂ ଶ୍ରେୟାସ ଆୟର।

ଗ୍ରେଡ୍ ସି ରେ ଅନ୍ତର୍ଭୁକ୍ତ ଭାରତୀୟ କ୍ରିକେଟର:

ରିଙ୍କୁ ସିଂ, ତିଲକ ବର୍ମା, ରିତୁରାଜ ଗାଇକ୍ଵାଡ, ଶିବମ ଦୁବେ, ରବି ବିଶ୍ନୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ରଜତ ପାଟିଦାର, ଧ୍ରୁଭ ଜୁରେଲ, ସରଫରାଜ ଖାନ, ନୀତୀଶ କୁମାର ରେଡ୍ଡୀ, ଇଶାନ କିଶାନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା।

ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରାଙ୍କୁ ଏ + ଗ୍ରେଡରେ ଅନ୍ତର୍ଭୁକ୍ତ କରାଯାଇଛି, ଗତ ବର୍ଷ ମଧ୍ୟ ସମସ୍ତେ ସମାନ ବର୍ଗରେ ଥିଲେ। ଏହା ବ୍ୟତୀତ ଗ୍ରେଡ୍ ଏରେ 6 ଜଣ ଖେଳାଳି ଏବଂ ଗ୍ରେଡ୍ ବିରେ5 ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, ଗ୍ରେଡ୍ ସିରେ ମୋଟ 19 ଖେଳାଳି ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ବିସିସିଆଇର ବାର୍ଷିକ ଚୁକ୍ତିନାମା ଗ୍ରହଣ କରିଛନ୍ତି।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ କାହିଁକି ବିଳମ୍ବ ହେଲା?

ଗତ ବର୍ଷ ବିସିସିଆଇ ଫେବୃଆରୀ ମାସରେ ଚୁକ୍ତିନାମା ପ୍ରକାଶ କରିଥିଲା, ଏଥର ଚାମ୍ପିଅନ୍ସ ଟ୍ରଫିରେ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ଚାହୁଁଥିବାରୁ ବୋର୍ଡ ଅପେକ୍ଷା କରିଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି 2025 ଟାଇଟଲ ଜିତିଥିଲା।

BCCI BCCI Central Contract
Share. Facebook Twitter LinkedIn Email WhatsApp Copy Link

Related Posts

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.