Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଡ଼କ ସୁରକ୍ଷା ସଚେତନତା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁରକ୍ଷିତ ଯାତ୍ରା’ର ଶୁଭାରମ୍ଭ
ଆଜିର ଖବର

ସଡ଼କ ସୁରକ୍ଷା ସଚେତନତା ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁରକ୍ଷିତ ଯାତ୍ରା’ର ଶୁଭାରମ୍ଭ

April 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ
ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

ନୂଆଦିଲ୍ଲୀ/ଭବନେଶ୍ୱର: ସଡ଼କ ସୁରକ୍ଷାର ଗୁରୁତ୍ୱକୁ ଅଣଦେଖା କରିବା ଉଚିତ୍ ନୁହେଁ। ସଡ଼କ ସୁରକ୍ଷାକୁ କେବଳ ଆଇନ ବ୍ୟବସ୍ଥାରେ ନହେଁ ବରଂ ଜନଆନ୍ଦେଳନ ରୂପରେ ଦେଖାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଳ୍ପନା ରହିଛି। ଏହି ପରିପ୍ରେକ୍ଷୀରେ ସ୍କୁଲ ସ୍ତରରେ “ସୁରକ୍ଷିତ ଯାତ୍ରା” ଶିକ୍ଷା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ତୃଣମୂଳ ସ୍ତରରେ ସାକାର କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ସଚେତନତା ଏବଂ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ‘ସୁରକ୍ଷିତ ଯାତ୍ରା’ ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ଆମର ଯୁବବର୍ଗମାନେ ବିଦ୍ୟାଳୟ ସ୍ତରରେ ହିଁ ସଡ଼କ ସୁରକ୍ଷା ପ୍ରତି ବ୍ୟବହାରିକ ସଚେତନତା ବିକଶିତ ହେବ। ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରୀୟ ସ୍କୁଲ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଗତ ଏନସିଇଆରଟି ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍କୁଲ ଶିକ୍ଷା ବିଭାଗ ତଥା ଏନସିଇଆରଟିକୁ ପରାମର୍ଶ ଦେଇ କହିଛନ୍ତି ଯେ ୨୦୨୫-୨୬ ଶିକ୍ଷା ବର୍ଷରୁ ହିଁ ସଡ଼କ ସୁରକ୍ଷା ବିଷୟ ଉପରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୟସ ଅନୁସାରେ ଉପଯୁକ୍ତ ଅଡ଼ିଓ-ଭିଡ଼ିଓ ମଡ୍ୟୁଲ୍ ପ୍ରସ୍ତୁତ କରାଯାଉ, ଯେଉଁଥିରେ ଏହି ବିଷୟକୁ କ୍ରେଡ଼ିଟ୍ ଆଧାରିତ ପ୍ରଣାଳି ଅନ୍ତର୍ଗତ ପଢାଯାଇପାରିବ । ଦେଶର ୩୦ କୋଟି ଶିଶୁ ଏବଂ ଯୁବବର୍ଗଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିବା ଶିକ୍ଷା ବିଭାଗର ଦାୟିତ୍ୱ ଅଟେ । ଏହାସହ ଆମକୁ ଶକ୍ତି ସଂଚୟ ଭଳି ବିଷୟ ଉପରେ ମଧ୍ୟ ଆମ ପିଲାମାନଙ୍କୁ ପ୍ରାଥମିକ ସ୍ତରରୁ ଶିକ୍ଷିତ କରିବାକୁ ପଡିବ । ଆତ୍ମନିର୍ଭର ଭାରତର ଦିଶାରେ ଆମେ ସେମାନଙ୍କୁ ଅକ୍ଷୟ ଉର୍ଜା ଭଳି ବିଭିନ୍ନ ସ୍ରୋତ ସହ ପରିଚିତ କରାଇବା  ଆବଶ୍ୟକ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସଡ଼କ ସୁରକ୍ଷା ମହତ୍ତ୍ୱପୂର୍ଣ୍ଣ ଓ ଆବଶ୍ୟକ ମଧ୍ୟ । ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ (SIAM) ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ମିଳିତ ଉଦ୍ୟମରେ ପରିଚାଳିତ ଏହି ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମରେ ଦେଶର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ସଡ଼କ ସୁରକ୍ଷା ଏବଂ ସୁରକ୍ଷିତ ସଡ଼କ ବ୍ୟବହାର ଭଳି ପଦକ୍ଷେପ ଗୁଡ଼ିକ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯିବ । ଏଥିପାଇଁ ଯେ ସୁରକ୍ଷା ଛାତ୍ରଛାତ୍ରୀଙ୍କ ଚିନ୍ତାଧାରର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିବ । କେନ୍ଦ୍ରୀୟ ବିଦ୍ୟାଳୟ ସହ କରାଯାଉଥିବା ଏହି ଅଭିଯାନ ଆଧାରରେ ଏହି ବିଷୟକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟାଳୟରେ ସ୍ଥାନୀୟ ଭାରତୀୟ ଭାଷାରେ  ବୁଝାଯିବ ।

ଏହାବ୍ୟତୀତ ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟ- ୨ରେ ସଡ଼କ ସୁରକ୍ଷାର ସମସ୍ତ କାର୍ଯ୍ୟକ୍ରମକୁ ଶେଷ କରି  ସେଠାରେ ହାଇଡ୍ରୋଜେନ ଇନ୍ଧନ ଉତ୍ପାଦନ ପ୍ଲାଣ୍ଟର ସ୍ଥାପନା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ବିଦ୍ୟାର୍ଥୀମାନେ ସଡ଼କ ସୁରକ୍ଷା ସହ ଉର୍ଜା ସୁରକ୍ଷାର ବିଷୟରେ ମଧ୍ୟ ବ୍ୟବହାରିକ ଜ୍ଞାନ ପାଇପାରିବେ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ନୀତିନ ଗଡକରୀ ସଡ଼କ ସୁରକ୍ଷା ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.