Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଆଲୋଚନା ଚକ୍ର ଓ ଋଣ ମେଳା ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଆଲୋଚନା ଚକ୍ର ଓ ଋଣ ମେଳା ଅନୁଷ୍ଠିତ

April 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆନ୍ତର୍ଜାତିକ ସମବାୟ ବର୍ଷ -୨୦୨୫ ଉପଲକ୍ଷେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଓଡ଼ିଶାରେ ସମବାୟ ଆନ୍ଦୋଳନରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଭୂମିକା ଆଲୋଚନା ଚକ୍ର ଓ ଋଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ଓଡିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ମଧୁବାବୁଙ୍କଙ୍କ ଜନ୍ମ ଜୟନ୍ତୀକୁ ପ୍ରତି ଜିଲ୍ଲାରେ ପାଳନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସଭାରେ ମହାପ୍ରଭୁ ଜଗନ୍ନାଥ ଓ ମଧୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଉକ୍ତ ସଭାରେ ଅଲକାନନ୍ଦା ଜେନା ଉପନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ବିଭାଜନ ଙ୍କ ସଭାପତିତ୍ତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସ୍ୱୟଂ ପ୍ରଭା ପଟ୍ଟନାୟକ, ଅବସରପ୍ରାପ୍ତ ଅଧକ୍ଷ, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା, ଗୋପାଳକୃଷ୍ଣ ଦାସ ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ଓଡ଼ିଆ ବିଭାଗ, ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଖୋର୍ଦ୍ଧା ତଥା ସଭାପତି ଖୋର୍ଦ୍ଧା ସାହିତ୍ୟ ସଂସଦ ଭୀମସେନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ଓ ଶ୍ରୀଯୁକ୍ତ ସାରଥୀ ଶତପଥୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ଉତ୍କଳ ଗୌରବ ମଧୁସୂଦନଙ୍କ ଜୀବନ ଆଦର୍ଶ ତଥା ଓଡିଶା ସମବାୟ ଆନ୍ଦୋଳନରେ ତାଙ୍କର ଯୋଗଦାନ ଏହି ଜାତିକୁ କିପରି ସର୍ବାଗ୍ରେ ରଖିଅଛି ତାହା ଉପରେ ବକ୍ତାମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।

ମଧୁବାବୁଙ୍କ ଜୀବନ ଚର୍ଚ୍ଚା ହେବାସହ ଖୋର୍ଦ୍ଧା ବ୍ୟାଙ୍କ ପରିସର ଅନ୍ତର୍ଭୁକ୍ତ ୨୧ ଜଣ ଋଣୀ, ସ୍ଵୟଂସହାୟକ ଗୋଷ୍ଠୀ ଓ ଯୁଗ୍ମଦେୟ ଗୋଷ୍ଠୀକୁ କୃଷି ଓ ଆନୁସଙ୍ଗିକ କୃଷି ଭିତ୍ତିକ ଋଣ ସମସ୍ତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

ଏହି ଋଣ ମେଳାରେ ସମସ୍ତ ଶାଖାର କର୍ମଚାରୀ, ସମିତିର କର୍ମଚାରୀ ତଥା ବିଭିନ୍ନ ଋଣୀ ମାନେ ଉପସ୍ଥିତ ଥିଲେ।

ଏହି ଶିବିରକୁ ବ୍ୟାଙ୍କର ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ, ଭବାନୀ ମୋହନ ସିହ୍ନା, ତପନ କୁମାର ଚୌଧୁରୀ, ରଶ୍ମିତା ମଲ୍ଲିକ, ପ୍ରଭୁ ପ୍ରସାଦ ପଟ୍ଟନାୟକ ଓ ସମିତିର ବରିଷ୍ଠ ସମ୍ପାଦକ ଝଜ ସାମନ୍ତରାୟ, ବିଶ୍ୱନାଥ ମହାରଣା ଓ ନିତ୍ୟାନନ୍ଦ ଦାସ ସମେତ ପାଖାପାଖି ୨୦୦ ଜଣ ଉପସ୍ଥିତ ରହିଥିଲେ।

ଉପସ୍ଥାପକ ଭାବେ ଜ୍ୟୋତିରଞ୍ଜନ ରାଉତରାୟ ସଭାକୁ ପରିଚାଳନା କରିଥିବା ବେଳେ ସହପ୍ରବନ୍ଧକ ସନ୍ଦୀପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ଉତ୍କଳ ଗୌରବ ମଧୁସୁଦନ ଦାସ ଓଡିଶା ସରକାର ବନ୍ଦେ ଉତ୍କଳ ଜନନୀ ସମବାୟ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.