Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିଗତ ଜନଗଣନାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: ବିରୋଧୀଙ୍କୁ କଲେ ଟାର୍ଗେଟ
ଆଜିର ଖବର

ଜାତିଗତ ଜନଗଣନାକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: ବିରୋଧୀଙ୍କୁ କଲେ ଟାର୍ଗେଟ

April 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିଗତ ଜନଗଣନାକୁ ଆଗାମୀ ଜନଗଣନାରେ ସାମିଲ କରିବା ପାଇଁ ସ୍ୱୀକୃତି ଦେଇଛି, ଯେଉଁ ଐତିହାସିକ ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ସମତା, ସମରସତା, ସୁଶାସନ ଏବଂ  ସାମାଜିକ ନ୍ୟାୟର ଏକ ନୂଆ ଯୁଗ ଆରମ୍ଭ । ବଞ୍ଚିତ, ପଛୁଆ ଲୋକଙ୍କୁ ନୀତି-ନିର୍ମାଣରେ କେନ୍ଦ୍ରରେ ରଖିବା, ସମାଜର ସମସ୍ତ ବର୍ଗଙ୍କୁ ଯୋଡିବା, ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଅସମାନତାକୁ ପାରଦର୍ଶୀ ଏବଂ ପ୍ରମାଣିକ ଶୈଳୀରେ ଦୂର କରିବା ତଥା ସବୁ ବର୍ଗଙ୍କ ପାଇଁ ଉଚିତ୍ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଗତ ୧୧ ବର୍ଷ ଧରି ସମ୍ବିଧାନର ମୂଳ ଭାବନା ଅନୁସାରେ ସବକା ସାଥ୍- ସବକା ବିକାଶର ସଂକଳ୍ପ ସହ କାମ କରୁଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସରକାର ଚାଲୁଅଛି। ଆଜିର ଏହି ନିର୍ଣ୍ଣୟ ସବକା ସାଥ୍ – ସବକା ବିକାଶ ଏବଂ ସାମାଜିକ ନ୍ୟାୟର ଅବଧାରଣାକୁ ସଶକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସବୁବେଳେ ଜାତି ଗଣନା ବିଷୟରେ ଛଳନା କରିଛନ୍ତି। କଂଗ୍ରେସ ଯେତେବେଳେ ସରକାରରେ ଥିଲା, ସେତେବେଳେ ଏହି ବିଷୟକୁ କେବଳ ଫାଷ୍ଟ ସର୍ଭେ ମଧ୍ୟରେ ସୀମିତ ରଖିଥିଲା। ଏହାକୁ ଜନଗଣନାର ଅଂଶ ଭାବରେ ସାମିଲ କଲାନାହିଁ। କିନ୍ତୁ ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ ଏବଂ ଦୂରଦର୍ଶୀ ନିର୍ଣ୍ଣୟାକ ମଧ୍ୟ। ଐତିହାସିକ ଭୁଲକୁ ସୁଧାରୁଥିବା ଏହି ସମ୍ବେଦନଶୀଳ ନିର୍ଣ୍ଣୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

କେନ୍ଦ୍ର କ୍ୟାବିନେଟ୍ ଜାତିଗତ ଜନଗଣନା ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026

ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ: ମାଲିକ ଗିରଫ

February 28, 2026
Latest News

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026

ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ: ମାଲିକ ଗିରଫ

February 28, 2026

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.