Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମଫେଡ୍ କୁ ଆସୁଛି କି ଅପମିଶ୍ରଣ ଦୁଗ୍ଧ?: ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ କଲେ ପରିଚାଳନା ନିର୍ଦ୍ଦେଶକଙ୍କ
ଆଜିର ଖବର

ଓମଫେଡ୍ କୁ ଆସୁଛି କି ଅପମିଶ୍ରଣ ଦୁଗ୍ଧ?: ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ କଲେ ପରିଚାଳନା ନିର୍ଦ୍ଦେଶକଙ୍କ

May 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହିରେ ଥିବା ମା ଛତରେଇ ଦୁଗ୍ଧ ସଂଗ୍ରହ କେନ୍ଦ୍ର ବା ବ୍ଲକ ମିଲ୍କ ଚିଲର କେନ୍ଦ୍ରରୁ ଅପମିଶ୍ରଣ ଦୁଗ୍ଧ ଓମଫେଡ୍ କୁ ଦିଆଯାଉଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରଚାର ପ୍ରସାର ହୋଇଛି। ଏହି ଖବର ପ୍ରସାରିତ ହେବା ପରେ ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ଆସିଛି।

ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ”ଏହି ଖବର ଆମ ନଜରକୁ ଆସିଛି। ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ କି ଓମଫେଡ୍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଏକ ସମବାୟ ସଂସ୍ଥା। ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ଦୁଗ୍ଧ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା କରାଯାଇଥାଏ।  ଶିତଳୀକରଣ କେନ୍ଦ୍ରରେ ପୁନଃ ପରୀକ୍ଷା ହେବା ସହ ତାର ମାନ ପରୀକ୍ଷା କରାଯାଏ। ସଂଗ୍ରହ କରାଯାଉଥିବା ଦୁଗ୍ଧ ଅତ୍ୟାଧୁନିକ ମେସିନ ଦ୍ୱାରା ତନ୍ନତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିରେ ସାମାନ୍ୟତମ ଅପମିଶ୍ରଣ ରହିଲେ, ତାହା ସହଜରେ ଜଣାପଡିଯିବ।

ମା ଛତରେଇ ବ୍ଲକ ମିଲ୍କ ଚିଲର କେନ୍ଦ୍ରରୁ ଓମଫେଡକୁ ଦୈନିକ ୬୦୦ ଲିଟର ଦୁଗ୍ଧ ଆସୁଛି। ତେବେ ମା ଛତରେଇ ସୋସାଇଟରୁ ଯେଉଁ ଦୁଗ୍ଧ ଆସୁଛି, ସେଥିରେ ମିଶ୍ରଣ ଥିବା ନେଇ ସଂଦେହ ହେବାରୁ, ଓମଫେଡ୍ ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗକୁ ଯାଞ୍ଚ କରିବା ପାଇଁ ଅବଗତ କରାଯାଇଥିଲା। ସେଥିପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ କି ଓମଫେଡର ବିଭିନ୍ନ ପ୍ଲାଣ୍ଟରେ ସବୁଠାରୁ ଅତ୍ୟାଧୁନିକ ଟେଷ୍ଟିଂ ମେସିନ ରହିଛି। ବିଭିନ୍ନ ପର୍ଯ୍ୟାୟରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଉଛି। କୌଣସି ଦୁଗ୍ଧରେ ଯଦି ସାମାନ୍ୟତମ ଅପମିଶ୍ରଣର ଲକ୍ଷଣ ଜଣାପଡେ, ତା ହେଲେ ସେ ଟ୍ୟାଙ୍କର ଦୁଗ୍ଧକୁ ସଂପୃକ୍ତ ସୋସାଇଟକୁ ଫେରାଇ ଦିଆଯାଉଛି।

ଓମଫେଡ୍ ରାଜ୍ୟର କୌଣସି ସ୍ଥାନରୁ ଅପମିଶ୍ରଣ ଦୁଗ୍ଧ ସଂଗ୍ରହକରେ ନାହିଁ। ଗୁଣବତ୍ତା ଉପରେ ସଦାସର୍ବଦା ଗୁରୁତ୍ୱାରୋପ କରିଆସୁଥିବା ଓମଫେଡ୍ ତାର ପ୍ରତ୍ୟେକ ଉତ୍ପାଦର ମାନ ରକ୍ଷା କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ବଜାୟ ରହିବ।

ଗଣମାଧ୍ୟମରେ ଯାହା ପ୍ରଚାର ପ୍ରସାର ହେଉଛି ତାହାକୁ ମୁଁ ଖଣ୍ଡନ କରୁଛି। ଅନ୍ୟ ଘରୋଇ କଂପାନୀକୁ ଦୁଗ୍ଧ ଦେଉଥିବା ବ୍ୟକ୍ତି ଓମଫେଡକୁ ବଦନାମ କରିବାକୁ ପ୍ରୟାସ କରିଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓମଫେଡର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।”

ଜଗତସିଂହପୁର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.