Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ
ଆଜିର ଖବର

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ

May 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର ତଦନ୍ତ କରି ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍‌, ପୂର୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଫାଷ୍ଟଟ୍ରାକ୍ କୋର୍ଟଗୁଡ଼ିକ ଏକ ମାସ ମଧ୍ୟରେ ମାମଲାର ଶୁଣାଣି କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ଫରେନ୍‌ସିକ୍ ମେଡିସିନ୍ (ଆଇଏଏଫଏମ୍‌)ର ରାଜ୍ୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ ମେଡିକୋ-ଲିଗାଲ ସୋସାଇଟି ଅଫ୍ ଓଡ଼ିଶା (ଏମ୍‌ଏଲଏସ୍‌ଓ)ର ୪୩ତମ ବାର୍ଷିକ ସମ୍ମିଳନୀ “ଏମ୍‌ଇଏଲ୍‌ଇଏସ୍‌ଓସିଓଏନ୍ ୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ନିଜ ବକ୍ତବ୍ୟରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଅପରାଧର ତଦନ୍ତ, ଅପରାଧୀଙ୍କୁ ଦଣ୍ଡ ଏବଂ ନ୍ୟାୟ ପ୍ରଦାନ କରିବାରେ ଫରେନ୍‌ସିକ୍ ସାଇନ୍ସର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଥାନାଗୁଡ଼ିକରେ କର୍ତବ୍ୟରତ ତଦନ୍ତକାରୀ ଅଫିସରମାନେ ମେଡିକୋ-ଲିଗାଲ ପାଠ୍ୟ ସମ୍ପର୍କିତ ଜ୍ଞାନ ଆହରଣ କରିବା ଉଚିତ୍‌। ସେମାନେ ତଦନ୍ତ ନିମନ୍ତେ ଫରେନ୍‌ସିକ୍ ସାଇନ୍ସ ସମ୍ପର୍କିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭଳି ଏକ ଅଗ୍ରଣୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଗବେଷଣା କ୍ଷେତ୍ରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅନେକ ଯୋଗଦାନ ରହିଛି ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହସ୍ପିଟାଲ୍‌ରେ ଫରେନ୍‌ସିକ୍ ସାଇନ୍ସର ଗୁରୁତ୍ୱ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ସମ୍ମିଳନୀର ଥିମ୍ ‘ଫରେନ୍‌ସିକ୍ ଫ୍ରନ୍‌ଟିୟର୍ସ: ଏନସିୟୁଅରିଂ ମ୍ୟାଟରନାଲ, ଚାଇଲ୍ଡ ଆଣ୍ଡ ଟ୍ରାନ୍ସଜେଣ୍ଡର ହେଲ୍‌ଥ ଫର ସୋସିଆଲ୍ ଜଷ୍ଟିସ୍‌’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଡାକ୍ତରଖାନାରୁ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସମୟରେ ଯେଉଁ ସମ୍ବେଦନଶୀଳତା ଅବଲମ୍ବନ କରାଯାଏ ବା କରାଯିବା ଉଚିତ୍ ସେ ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିବା ପ୍ରଫେସର ସାମନ୍ତସିଂହାର ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ଆଡିସ୍‌ନାଲ୍ ଡିଏମ୍‌ଇଟି ତଥା ଏମ୍‌ଏଲଏସ୍‌ଓର ସଭାପତି ପ୍ରଫେସର ବ୍ରଜ କିଶୋର ଦାସ ବକ୍ତବ୍ୟ ରଖିଥିବା ବେଳେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଭୁବନେଶ୍ୱରର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଲ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରାର ଫରେନ୍‌ସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି ବିଭାଗର ମୁଖ୍ୟ ଡାକ୍ତର ଅଙ୍କିତା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅପରାଧ ଘରୋଇ ହିଂସା ନିର୍ଯାତନା ପୃଥ୍ୱୀରାଜ ହରିଚନ୍ଦନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.