
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଆସ୍କା ରୋଡ଼ ଶ୍ମଶାନ ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ମୋଟରସାଇକେଲ ଆରୋହୀ ଅଶୋକ ସାହୁଙ୍କୁ ଗୁରୁତର ଅବସ୍ଥାରେ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପଛରେ ବସିଥିବା ପତ୍ନୀ ରାଜଲକ୍ଷ୍ମୀ ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ହିଞ୍ଜିଳି ଅଞ୍ଚଳର ଶିକ୍ଷକ ଅଶୋକ ସାହୁ କୌଣସି କାମରେ ବ୍ରହ୍ମପୁର ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ କୌଣସି ଏକ ଅଜଣା ଟ୍ରକ୍ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇବା ସହ ଗୁରୁତର ଆହତ ଅଶୋକ ସାହୁଙ୍କୁ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।