
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଆଙ୍କୁଲି ନିକଟସ୍ଥ ଭକ୍ତ ସାଲବେଗ ନଗର ଛକରେ ଏକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୋଟରସାଇକେଲ ଚାଳକର ମୃତ୍ୟୁ ଘଟିଥିବାବେଳେ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।
ଦୁର୍ଘଟଣା ଘଟାଇ ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଜାତୀୟ ରାଜପଥ ସମ୍ପୁର୍ଣ୍ଣ ଅବରୋଧ ହୋଇଯାଇଛି।
Tags: ଗୋପାଳପୁର ଥାନା, ସଡକ ଦୁର୍ଘଟଣା