Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ମହୁଲିଆ ଗ୍ରାମ ପରିଦର୍ଶନ କଲେ ଆଇନ ମନ୍ତ୍ରୀ, ନେଲେ ବଡ଼ ପଦକ୍ଷେପ
ଆଜିର ଖବର

ବାଣପୁର: ମହୁଲିଆ ଗ୍ରାମ ପରିଦର୍ଶନ କଲେ ଆଇନ ମନ୍ତ୍ରୀ, ନେଲେ ବଡ଼ ପଦକ୍ଷେପ

May 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାମିଆ ବରବରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧ ନଂ ବୁଥ୍ ମହୁଲିଆ ଗ୍ରାମକୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପରିଦର୍ଶନ କରିବା ଅବସରରେ ବହୁ ଦିନ ଧରି ବନ୍ଦ୍ ହୋଇ ରହିଥିବା ମହୁଲିଆ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଆସନ୍ତା ୩ ସପ୍ତାହ ମଧ୍ୟରେ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ‌ କରିଥିଲେ। ତତ୍ ସହିତ ବିଦ୍ୟାଳୟକୁ ନୂତନ ଶିକ୍ଷକ ନିଯୁକ୍ତି ଦେଇ ପୁନଃ ସେଠାରେ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିଭଳି ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରିଦର୍ଶନ କରିବା ରାସ୍ତାରେ ଏସିଆ ମହାଦେଶର ସର୍ବବୃହତ ଶାଳ, ଶାଗୁଆନ ଜଙ୍ଗଲ ରାସ୍ତା ଯାହାକି ଦାମିଆ ବରବରା ଠାରୁ ମହୁଲିଆ ଗ୍ରାମ ସହିତ ସିବିଡା ଏବଂ ଲାଣ୍ଡରୁ ଗ୍ରାମକୁ ସଂଯୋଗ ରହିଛି, ଉକ୍ତ ସଂରକ୍ଷିତ ଜଙ୍ଗଲ ରାସ୍ତାକୁ ସୁଗମ ଯାତାୟାତ ବ୍ୟବସ୍ଥା କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଜିଲ୍ଲାପାଳଙ୍କ ସହ ବିଶଦ ଆଲୋଚନା କରିଥିଲେ। ତତ୍ ସହିତ ଜଙ୍ଗଲ ମାଟି ରାସ୍ତା ମଧ୍ୟରେ ହାତୀ ଓ ବନ୍ୟ ଜନ୍ତୁ ମାନଙ୍କ ଚଳପ୍ରଚଳକୁ ଧ୍ୟାନରେ ରଖି ରାସ୍ତା ନିର୍ମାଣ ପାଇଁ ରାଜସ୍ୱ ବିଭାଗ, ବନ ବିଭାଗ, ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଆଗମୀ ଦିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ‌ ବୋଲି କହିଥିଲେ।

ଆଗମୀ ଦିନରେ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେଲେ ମହୁଲିଆ ଅଂଚଳ ଏକ ପରିବେଶ ପର୍ଯ୍ୟଟନ ସ୍ଥଳୀର ରୂପ ପାଇବ। ଯାହା ଫଳରେ ଜଙ୍ଗଲର ଉତ୍ପାଦକତା ବଢିବ, ଜଙ୍ଗଲାଞ୍ଚଳ ବାହାରେ ଲୋକେ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ ଜୀବିକା ଯୋଗାଣ ସହିତ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ। ମହୁ, ଝୁଣା ଆଦି ବନଜାତ ଦ୍ରବ୍ୟକୁ ଯୁବବର୍ଗଙ୍କ କର୍ମନିଯୁକ୍ତି ସହ ଯୋଡ଼ିବାରେ ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ‌।

ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରଣା, ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସମେତ ଜିଲ୍ଲାର ବିଭିନ୍ନର ବିଭାଗୀୟ ଅଧିକାରୀ,ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଦାମିଆ ବରବରା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026
Latest News

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026

ଶ୍ରୀଲଙ୍କା ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା: ଫେରିଲେ ଜାଡେଜା

July 28, 2026

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.