Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକରେ ଦର୍ଶକଙ୍କୁ ଆକର୍ଷିତ କରୁଛି ‘ରଜ କୁଇନ୍ ୨୦୨୫’ ର ଗାଲା ରାଉଣ୍ଡ
ଆଜିର ଖବର

ଜୀ ସାର୍ଥକରେ ଦର୍ଶକଙ୍କୁ ଆକର୍ଷିତ କରୁଛି ‘ରଜ କୁଇନ୍ ୨୦୨୫’ ର ଗାଲା ରାଉଣ୍ଡ

May 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି। ସେହିପରି ରଜ ପୂର୍ବରୁ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି। ବିଗତ ୧୩ ବର୍ଷ ଧରି ଏହି ସୋ ଓଡିଶାର ୧ ନମ୍ବର ରିଆଲିଟି ସୋ ଭାବରେ ପରିଚିତ। ଯେଉଁଥିପାଇଁ ଜୀ ସାର୍ଥକ ପାଇଛି ଅଗଣିତ ଆପଣମାନଙ୍କ ଅଶେଷ ଭଲପାଇବା।

ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ପ୍ରତିବର୍ଷ ପରି ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗନେଇ ଅଡିସନ ରାଉଣ୍ଡରୁ ଆଗକୁ ଆସି ଗାଲା ରାଉଣ୍ଡରେ ପହଂଚିଛନ୍ତି। ତେବେ ଚଳିତ ବର୍ଷ ‘ରଜ କୁଇନ୍’ର ଗାଲା ରାଉଣ୍ଡରେ ପ୍ରତିଯୋଗୀ ମାନେ ସମ୍ପୂର୍ଣ ଭାବେ ଏକ ଭିର୍ନ୍ନ ଓ ଆକର୍ଷଣୀୟ ପର୍ଯ୍ୟାୟ ମାଧ୍ୟମରେ ଆଗକୁ ବଢିବେ। ସବୁ ପର୍ଯ୍ୟାୟରେ ନିଜର ଚତୁରତା, ବୁଦ୍ଧିମତା ଓ କୌଶଳର ପରିଚୟ ଦେଖାଇ ପ୍ରତିଯୋଗୀ ମାନେ ଜଜ୍ ମାନଙ୍କୁ ଆକର୍ଷିତ କରିବା ସହ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ ହେବେ। ପ୍ରତିଯୋଗୀ ମାନେ ଏକ ଏତିହ୍ୟ ଯାତ୍ରାରେ ଓଡ଼ିଶାର ବିଭିର୍ନ୍ନ ଏତିହ୍ୟ ସ୍ଥଳୀ ପରିଦର୍ଶନ କରିବା ସହ ନିଜର ସାହସିକ କୌଶଳ ମାଧ୍ୟମରେ ଓ ପଥପ୍ରାନ୍ତ ନାଟକ ଦ୍ୱାରା ଆଗ ପର୍ଯ୍ୟାୟକୁ ବଢିବେ। ଦର୍ଶକମାନେ ସବୁ ରାଉଣ୍ଡରେ ଭରପୁର ମନୋରଞ୍ଜନ ପାଇବା ସହ ନିଜ ନିଜ ପସନ୍ଦିତ ପ୍ରତିଯୋଗୀ ମାନଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ବାଛି ସାରିଛନ୍ତି ତାଙ୍କର ନିଜର ନିଜର ଟିମ୍। ଗାଲାରାଉଣ୍ଡରେ ପ୍ରତିଯୋଗିତା ଆହୁରି ଦମଦାର ହେବ କାରଣ ପ୍ରତିଯୋଗୀମାନେ ନିଜ ମେଣ୍ଟରଙ୍କ ସହାୟତାରେ ନିଜର ବେଷ୍ଟ ଦେବା ପାଇଁ ସମସ୍ତ ଚେଷ୍ଟା କରିବେ। ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିଛନ୍ତି ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର। ଏଥର ଦେଖିବାର ଅଛି, ସେମାନେ କାହାର ପରଫରମାନ୍ସ ଆକର୍ଷିତ ହୋଇ କାହାକୁ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟକୁ ଉତୀର୍ଣ୍ଣ କରିବେ।

ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ‘ରଜ କୁଇନ୍’ ଏବର୍ଷ କିଛି ଅଲଗା ହେବା ସହ ସବୁ ଏପିସୋଡ ହେବ ଅନନ୍ୟ। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍? ଜାଣିବାକୁ ଦେଖନ୍ତୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’।

ଗାଲା ରାଉଣ୍ଡ ଜୀ ସାର୍ଥକ ମନୋରଞ୍ଜନ ଚ୍ୟାନେଲ ରଜ କୁଇନ୍ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025

ମିଶନ ଶକ୍ତି ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନର ସମନ୍ୱୟ ବୈଠକ, ନିଆଗଲା ଏହି ନିଷ୍ପତି

December 4, 2025

ଆଜି ଡିସେମ୍ବର 4 ତାରିଖ ଗୁରୁବାରରେ ଏହି 5ଟି ରାଶି ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

December 4, 2025
Latest News

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025

India Russia Summit: ପୁଟିନ ଗସ୍ତରେ ସୁଦୃଢ ହେବ ଭାରତ ଋଷିଆ ବାଣିଜ୍ୟିକ ସଂପର୍କ

December 4, 2025

Putin’s India Visit: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ସୁରକ୍ଷା ବ୍ୟବସ୍ଥା କଡାକଡି

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.